Ashwini Vaishnaw: ଶହେ କିଲୋମିଟର ବେଗରେ ଗଲେବି ଟ୍ରେନ ଉପରେ ନଜର ରଖିବ ସିସିଟିଭି
Advertisement
Article Detail0/zeeodisha/odisha2869413

Ashwini Vaishnaw: ଶହେ କିଲୋମିଟର ବେଗରେ ଗଲେବି ଟ୍ରେନ ଉପରେ ନଜର ରଖିବ ସିସିଟିଭି

ନୂଆଦିଲ୍ଲୀ: ଭାରତୀୟ ରେଳର ପ୍ରତିଟି ଗତିବିଧିକୁ ଏବେ ସିସିଟିଭିରେ ରେକର୍ଡ କରାଯିବ। ପ୍ରତିଟି ଟ୍ରେନର ପ୍ରତି କୋଚରେ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ସିସିଟିଭି ସଂଯୋଗ ହେବ ଏବଂ ଶହେ କିମିରୁ ଅଧିକ ବେଗରେ ଯାଉଥିବା ଟ୍ରେନର ଗତିବିଧି ଉପରେ ନଜର ରଖି ରେଳ ମନ୍ତ୍ରଣାଳୟ। ଏନେଇ ଆଜି ଲୋକସଭାରେ ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। 

Ashwini Vaishnaw: ଶହେ କିଲୋମିଟର ବେଗରେ ଗଲେବି ଟ୍ରେନ ଉପରେ ନଜର ରଖିବ ସିସିଟିଭି

Ashwini Vaishnaw: ନୂଆଦିଲ୍ଲୀ: ଭାରତୀୟ ରେଳର ପ୍ରତିଟି ଗତିବିଧିକୁ ଏବେ ସିସିଟିଭିରେ ରେକର୍ଡ କରାଯିବ। ପ୍ରତିଟି ଟ୍ରେନର ପ୍ରତି କୋଚରେ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ସିସିଟିଭି ସଂଯୋଗ ହେବ ଏବଂ ଶହେ କିମିରୁ ଅଧିକ ବେଗରେ ଯାଉଥିବା ଟ୍ରେନର ଗତିବିଧି ଉପରେ ନଜର ରଖି ରେଳ ମନ୍ତ୍ରଣାଳୟ। ଏନେଇ ଆଜି ଲୋକସଭାରେ ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। 

ସେ କହିଛନ୍ତି ରେଳଯାତ୍ରାରେ ସୁରକ୍ଷା ତଥା ଆରାମ ବୃଦ୍ଧି କରିବା ପାଇଁ ରେଳ ମନ୍ତ୍ରଣାଳୟ ସବୁବେଳେ ତତ୍ପର ରହିଆସିଛି। ଏହି କ୍ରମରେ ପ୍ରତିଟି ଟ୍ରେନକୁ ସିସିଟିଭିଯୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏହା ଟ୍ରେନ ଭିତରେ କୌଣସି ଚୋରି ଅପରାଧ ଅଥବା ଗୁଣ୍ଡାଗିରିକୁ ରୋକିବା ବା ହ୍ରାସ କରିବାରେ ସହାୟକ ହେବ। ତଥା ଯାତ୍ରୀଙ୍କର ସୁରକ୍ଷା ଓ ନିରାପତ୍ତା ବୃଦ୍ଧି କରିବ। 

ପ୍ରାଥମିକ ନିଷ୍ପତ୍ତି ଅନୁସାରେ କେନ୍ଦ୍ର ସରକାର ୧୫ ହଜାର ଟ୍ରେନର ୭୪ ହଜାର କୋଚରେ ସିସିଟିଭି ଲଗାଇବାକୁ ଯୋଜନା କରିଛନ୍ତି। ପ୍ରତି କୋଚରେ ୪ଟି ଲେଖାଏଁ ସିସିଟିଭି ଲଗାଯିବ। ପ୍ରତିଟି ଦ୍ୱାର ସିସିଟିଭି ଅଧିନରେ ରହିବ। କିନ୍ତୁ କୌଣସି ଯାତ୍ରୀଙ୍କର ଗୋପନୀୟତା ଉପରେ ଯେପରି ଉଲ୍ଲଂଘନ ନ ହୁଏ ସେଥିପ୍ରତି ଧ୍ୟାନ ଦେବ ରେଳବିଭାଗ। ଏହି ସବୁ କ୍ୟାମେରା ଇଲେକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ମାନକ ପରୀକ୍ଷଣ ଏବଂ ଗୁଣାତ୍ମକ ପ୍ରମାଣିକରଣ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରମାଣିତ କରାଯିବ। ଆଗକୁ ସରକାର ଏଗୁଡିକରେ ରିଅଲଟାଇମ ନିରୀକ୍ଷଣ ଓ କୃତ୍ରିମ ବୁଦ୍ଧିମତ୍ତା ବ୍ୟବସ୍ଥା ଲାଗୁ କରିବାକୁ ପାଇଁ ଯୋଜନା ରଖିଛନ୍ତି। 

ସରକାରଙ୍କ ମନ୍ତ୍ରୀଙ୍କ ବିବୃତ୍ତି ଅନୁସାରେ ଦେଶରେ ଥିବା ୧୬ଟି ରେଳବାଇ ଜୋନର ୧୧ ହଜାର ୫୩୫ଟି କୋଚକୁ କ୍ୟାମେରା ଭୁକ୍ତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି କ୍ରମରେ ପଶ୍ଚିମ ରେଳବାଇର ସର୍ବାଧିକ ୧୬୭୯ କୋଚରେ ସିସିଟିଭି ଲଗାଇବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ କେନ୍ଦ୍ରୀୟ ରେଳପଥର ୧୩୨୦ଟି, ପୂର୍ବ ରେଳପଥର ୧୧୩୧ଟି, ଦକ୍ଷିଣ ରେଳପଥର ୧୧୪୯ଟି, ଉତ୍ତର ରେଳପଥର ୧୧୨୫ଟି କୋଚରେ ସିସିଟିଭି କ୍ୟାମେରା ଲଗାଯିବାକୁ ବ୍ୟବସ୍ଥା କରାଯାଇଛି। ଓଡ଼ିଶାରେ ଥିବା ପୂର୍ବତଟ ରେଳପଥର ୮୨୩ଟି କୋଚକୁ ସିସିଟିଭି କ୍ୟାମେରା ଯୁକ୍ତ କରାଯିବ।  

;