Film vyuham:ବିରୋଧୀଙ୍କ ଅଦାଲତି ବ୍ୟୁହରେ ଫସିଲେ ରାମ ଗୋପାଲ ବର୍ମା,ଫିଲ୍ମ ‘ବ୍ୟୁହମ୍’ ଉପରେ ହାଇକୋର୍ଟ ଲଗାଇଲେ ବ୍ୟାନ୍
Advertisement
Article Detail0/zeeodisha/odisha2036381

Film vyuham:ବିରୋଧୀଙ୍କ ଅଦାଲତି ବ୍ୟୁହରେ ଫସିଲେ ରାମ ଗୋପାଲ ବର୍ମା,ଫିଲ୍ମ ‘ବ୍ୟୁହମ୍’ ଉପରେ ହାଇକୋର୍ଟ ଲଗାଇଲେ ବ୍ୟାନ୍

  ତେଲେଗୁ ଓ ହିନ୍ଦି ଫିଲ୍ମ ଦୁନିଆର ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କ ନୂଆ ଫିଲ୍ମର ରିଲିଜ ଲଟକି ଯାଇଛି । ତେଲେଙ୍ଗାନାରେ ଫିଲ୍ମକୁ ବିରୋଧ ଅଦାଲତ ଆଦେଶ ପରେ ମାମଲାରେ ନୂଆ ମୋଡ଼ ଆସିଛି । ବର୍ମାଙ୍କ ନୂଆ ଫିଲ୍ମ ‘ବ୍ୟୁହମ୍’କୁ ଅଦାଲତ ଅସ୍ଥାୟୀ ଭାବେ ବ୍ଯାନ୍ କରିଛନ୍ତି । ତେଲେଙ୍ଗାନା ହାଇକୋର୍ଟ୍ ଫିଲ୍ମର ରିଲିଜ୍ ଉପରେ ପ୍ରତିବ

SOCIAL MEDIA
SOCIAL MEDIA

Film vyuham: 

ତେଲେଗୁ ଓ ହିନ୍ଦି ଫିଲ୍ମ ଦୁନିଆର ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କ ନୂଆ ଫିଲ୍ମର ରିଲିଜ ଲଟକି ଯାଇଛି । ତେଲେଙ୍ଗାନାରେ ଫିଲ୍ମକୁ ବିରୋଧ ଅଦାଲତ ଆଦେଶ ପରେ ମାମଲାରେ ନୂଆ ମୋଡ଼ ଆସିଛି । ବର୍ମାଙ୍କ ନୂଆ ଫିଲ୍ମ ‘ବ୍ୟୁହମ୍’କୁ ଅଦାଲତ ଅସ୍ଥାୟୀ ଭାବେ ବ୍ଯାନ୍ କରିଛନ୍ତି । ତେଲେଙ୍ଗାନା ହାଇକୋର୍ଟ୍ ଫିଲ୍ମର ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।  ଏହି ଫିଲ୍ମ ଗତକାଲି ଅର୍ଥାତ୍ ୨୯ ଡିସେମ୍ବରରେ ରିଲିଜ ହେବାର ଥିଲା । ଫିଲ୍ମଟି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ମୋହନ ରେଡ୍ଡୀଙ୍କ ଜୀବନୀ ଉପରେ ଆଧାରିତ ବୋଲି କୁହାଯାଉଛି । ଫିଲ୍ମର ରାଜନୈତିକ ପୃଷ୍ଠଭୂମି କାରଣରୁ ଏହାକୁ ବିରୋଧ କରାଯାଉଥିଲା । ରାମ ଗୋପାଲ ବର୍ମାଙ୍କର ବିବାଦ ସହିତ ପୁରୁଣା ସମ୍ପର୍କଥିଲେ ମଧ୍ଯ ରାଜନୈତିକ କାରଣରୁ ତାଙ୍କ ଫିଲ୍ମ ବ୍ୟାନ୍ ହେବା ପ୍ରଥମ ଘଟଣା ।

ଜଷ୍ଟିସ ସୁରେପଲ୍ଲୀ ନନ୍ଦାଙ୍କ ଖଣ୍ଡପୀଠ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସେନ୍ସର ବୋର୍ଡ ସାର୍ଟିଫିକେଟ୍ ବାତିଲ କରିଛନ୍ତି। ସୁଚନାନୁଯାୟୀ, ଶୁକ୍ରବାର ଦିନ ଏହାର ଶୁଣାଣି କରି ଅଦାଲତ  ମାମଲାକୁ ଆଗାମୀ ଶୁଣାଣୀ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଏହାର ପରବର୍ତ୍ତୀ ଶୁଣାଣି  ୧୧ ଜାନୁଆରୀ ୨୦୨୪ରେ ହେବ। ଏହି ପ୍ରସଙ୍ଗରେ ପୂର୍ବରୁ  'ବ୍ୟୁହମ୍'ର ନିର୍ମାତା କହିଥିଲେ ଯେ, ଚଳଚ୍ଚିତ୍ରଟି ସେନ୍ସର ବୋର୍ଡ ଦ୍ୱାରା ପାସ୍ ହୋଇଥିବାରୁ ଏହାର ରିଲିଜ୍ ବନ୍ଦ ହୋଇପାରିବ ନାହିଁ।

ଆର୍ଟିଷ୍ଟିକ ଏକ୍ସପ୍ରେସନକୁ ଦମନ କରାଯାଇ ପାରିବ ନାହିଁ ବୋଲି  କୋର୍ଟରେ ଫିଲ୍ମ ନିର୍ମାତା ମତ ରଖିଥିଲେ ।  ତେଲୁଗୁ ଦେଶମ ପାର୍ଟି ସାଧାରଣ ସମ୍ପାଦକ ନାରା ଲୋକେଶ ଏହି ଫିଲ୍ମ ବିରୋଧରେ ଏକ ପିଟିସନ ଦାଖଲ କରିଥିଲେ ।  ସେ ଆବେଦନରେ ଫିଲ୍ମ ନିର୍ମାତା ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ନିର୍ଦ୍ଦେଶରେ କାମ କରୁଥିବା ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ, ତାଙ୍କ ଆବେଦନରେ ସେ ଏହି ଫିଲ୍ମକୁ ଏକ ପ୍ରପୋଗଣ୍ଡା ଫିଲ୍ମ ବୋଲି ବର୍ଣ୍ଣନା କରିଛନ୍ତି।

ଏହି ଫିଲ୍ମରେ ତାଙ୍କ ନେତା ଓ ଦଳର ନାମ ବ୍ୟବହାର କରାଯାଇଛି ବୋଲି ନାରା ଲୋକେଶ ତାଙ୍କ ଆବେଦନରେ ସ୍ପଷ୍ଟ ଭାବେ ଉଲକଲେଖ କରିଛନ୍ତି ।  ତାଙ୍କୁ ଫିଲ୍ମ ମାଧ୍ୟମରେ ଖୋଲାଖୋଲି ବଦନାମ କରାଯାଉଛି ବୋଲି ମଧ୍ୟ କହିଛନ୍ତି ।   ଜଷ୍ଟିସ ସୁରେପଲ୍ଲୀ ନନ୍ଦାଙ୍କ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି ଦିନସାରା କରିଥିଲେ । ସେନ୍ସର ବୋର୍ଡ ଏବଂ ଫିଲ୍ମ ନିର୍ମାତାଙ୍କ ମତାମତ ମଧ୍ୟ କୋର୍ଟ ଶୁଣାଣି କରିଛନ୍ତି ।  ସେନ୍ସର ବୋର୍ଡ କୋର୍ଟଙ୍କୁ କହିଛି ଯେ, ଫିଲ୍ମ ଆରମ୍ଭରେ ଏକ ଲାଇନ ଯୋଡି ରାମ ଗୋପାଳ ବର୍ମାଙ୍କୁ ଡିସକ୍ଲାଇମର ବଦଳାଇବାକୁ କୁହାଯାଇଛି।

;