Crime News: ଏହି ଘଟଣାରେ ଗ୍ରାମବାସୀମାନେ ଉତ୍ୟକ୍ତ ହୋଇ ଆକ୍ରମଣକାରୀ ବଳିଆକୁ ଗୋଡ଼ାଇ ଗୋଡ଼ାଇ ସିଦ୍ଧ ଭୁଇଁ ଗ୍ରାମ ନିକଟରେ କାବୁ କରି ଧାରୁଆ ଛୁରୀଟିକୁ ଜବତ କରିବା ସହ ରଘୁନାଥପୁର ଥାନା ପୋଲିସର ଜିମା ଦେଇଥିଲେ।
Trending Photos
Crime News: ଜେଲ ଫେରନ୍ତା ଅପରାଧୀର ଛୁରା ମାଡ଼ରେ ୨ନାବାଳକ ଗୁରୁତର। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଚାନ୍ଦପୁର ଗାଁରେ ଅଘଟଣ। ଜେଲ ଫେରନ୍ତା ଅପରାଧିର ଛୁରା ମାଡ଼ରେ ଦୁଇ ନାବାଳକ ଗୁରୁତର। ଗୁରୁତର ମାନଙ୍କୁ କଟକ ସ୍ଥାନାନ୍ତର। ସ୍ଥାନୀୟ ଲୋକେ ଅପରାଧୀକୁ କାବୁ କରି ପୋଲିସର ଜିମା ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଉଛନ୍ତି ଚାନ୍ଦପୁର ଗାଁର ବଟକୃଷ୍ଣ ଦାସଙ୍କ ପୁଅ ନିତ୍ୟାନନ୍ଦ ଦାସ ଓରଫ ବଳିଆ। ୨୦୧୯ ମସିହାରେ ବଳିଆ ନିଜ ମାଆକୁ ହତ୍ୟାକରୀ ଜେଲ ଯାଇଥିବା ବେଳେ ଗତ ୧୫ ଦିନ ତଳେ ବଳିଆ ଜେଲରୁ ମୁକୁଳିଥିଲା।
ଜେଲ ଫେରନ୍ତା ଅପରାଧୀର ଛୁରା ମାଡ଼ରେ ୨ନାବାଳକ ଗୁରୁତର, ପୋଲିସରେ ଜିମା ଦେଲେ ଗାଁ ଲୋକ#OdishaNews pic.twitter.com/uLkstbRf47
— ZEE Odisha News (@ZeeOdisha) July 20, 2025
ଆଜି ଅପରାହ୍ନରେ ବଳିଆ ଗାଁରେ ବୁଲୁଥିବା ବେଳେ ସେହି ଗ୍ରାମର ଦୁଇ ଜଣ ନାବାଳକଙ୍କୁ ଛୁରାମାଡ କରିଥିଲେ। ଛୁରା ମାଡ଼ରେ ଦୁଇଜଣ ନାବାଳକ ମନୋଜ ନାୟକଙ୍କ ପୁଅ ଆକାଶ ନାୟକ ଓ ନୁନ୍ଧିର ମାରାଣ୍ଡିଙ୍କ ପୁଅ ଓମ୍ ପ୍ରକାଶ ମାରାଣ୍ଡି ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ପ୍ରଥମେ ରଘୁନାଥପୁର ମେଡିକାଲ ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ଗ୍ରାମବାସୀମାନେ ଉତ୍ୟକ୍ତ ହୋଇ ଆକ୍ରମଣକାରୀ ବଳିଆକୁ ଗୋଡ଼ାଇ ଗୋଡ଼ାଇ ସିଦ୍ଧ ଭୁଇଁ ଗ୍ରାମ ନିକଟରେ କାବୁ କରି ଧାରୁଆ ଛୁରୀଟିକୁ ଜବତ କରିବା ସହ ରଘୁନାଥପୁର ଥାନା ପୋଲିସର ଜିମା ଦେଇଥିଲେ।