ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ତାଳଧ୍ୱଜରେ ଅଧର ହାଣ୍ଡି ଭଙ୍ଗା ହୋଇଥିଲା ଏବଂ ତା ପରେ ଦେବୀ ଶୁଭଦ୍ରାଙ୍କ ଦର୍ପଦଳନ ରଥରେ ଅଧର ହାଣ୍ଡି ଭଙ୍ଗା ହୋଇଥିଲା । ଶେଷରେ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଅଧର ହାଣ୍ଡି ଭଙ୍ଗା ହୋଇଥିଲା ।
Trending Photos
ପୁରୀ: ୩ ଠାକୁରଙ୍କ ନିକଟରେ ସରିଲା ଅଧରପଣା ନୀତି । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ତାଳଧ୍ୱଜରେ ଅଧର ହାଣ୍ଡି ଭଙ୍ଗା ହୋଇଥିଲା ଏବଂ ତା ପରେ ଦେବୀ ଶୁଭଦ୍ରାଙ୍କ ଦର୍ପଦଳନ ରଥରେ ଅଧର ହାଣ୍ଡି ଭଙ୍ଗା ହୋଇଥିଲା । ଶେଷରେ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଅଧର ହାଣ୍ଡି ଭଙ୍ଗା ହୋଇଥିଲା ।
ରଥର ପାର୍ଶ୍ୱଦେବତା ଏବଂ ଚଣ୍ଡୀଚାମୁଣ୍ଡା, ଭୂତ, ପ୍ରେତ, ଅଶରୀରିଙ୍କ ଶାନ୍ତି ଲାଗି ସମର୍ପଣ ହୋଇଛି ଅଧରପଣା। ଅଧରପଣା ନୀତି ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି । ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି ।
ଆପଣଙ୍କୁ କହିରଖୁଛୁ ଯେ, ଏହି ପଣାକୁ ସ୍ୱତନ୍ତ୍ର ଭାବେ ଶ୍ରୀବିଗ୍ରହଙ୍କର ଅଧର ପର୍ଯ୍ୟନ୍ତ ନିର୍ମିତ ୩ଟି ତୁମ୍ଭକାର ହାଣ୍ଡିରେ ପ୍ରସ୍ତୁତ କରାଯାଇଥାଏ । ରାଘବଦାସ ମଠ ଏବଂ ବଡଓଡ଼ିଆ ମଠ ସମେତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ବ୍ୟବସ୍ଥା ହୋଇଥାଏ । ପ୍ରଦତ୍ତ ଛେନା, ଛାଚି, କ୍ଷୀର, ସର, ଗୋଲମରିଚ, କର୍ପୁର, ଜାଇଫଳ, କଦଳୀ ପରି ଅନେକ ଦ୍ରବ୍ୟକୁ ମିଶ୍ରଣ କରାଯାଇ ଅଧର ପଣା ପ୍ରସ୍ତୁତ କରାଯାଏ । କୁହାଯାଏ ଯେ, ରଥଯାତ୍ରା ସମୟରେ ଶ୍ରୀଜିଉମାନଙ୍କ ସହିତ ବହୁ ଦେବାଦେବୀ, ଚଣ୍ଡୀ ଚାମୁଣ୍ଡା ରଥ ସହ ଯାତ୍ରା କରିଥାନ୍ତି । ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ଏହି ଅଧରପଣା ହାଣ୍ଡି ରଥ ଉପରେ ଭଙ୍ଗାଯାଇଥାଏ ।
ସୂଚନାଯୋଗ୍ୟ, ମଙ୍ଗଳବାର ମହାପ୍ରଭୁଙ୍କ ନୀଳାଦ୍ରି ବିଜେ । ନବଦିନାତ୍ମକ ଯାତ୍ରା ସାରି ରତ୍ନସିଂହାସନକୁ ବାହୁଡ଼ିବେ ଚତୁର୍ଦ୍ଧାମୁରତୀ ଏବଂ ବୁଧବାରଠୁ ଶ୍ରୀମନ୍ଦିରରେ ପୁଣି ଭକ୍ତଙ୍କ ପାଇଁ ଉପଲବ୍ଧ ହେବ ନୀଳାଚଳ ଅବଢା ।
Also Read- Sun Transit: କର୍କଟ ରାଶିରେ ସୂର୍ଯ୍ୟଙ୍କ ଚଳନ, ସୁନା ପରି ଚମକିବ ୫ ରାଶିର ଭାଗ୍ୟ
Also Read- ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ସମ୍ପୂର୍ଣ୍ଣ - ଅରବିନ୍ଦ ପାଢ଼ୀ