Trending Photos
Mahashivratri 2025: ଭୁବନେଶ୍ୱର: ଉତ୍ସାହ ଓ ଆଡମ୍ବରପୂର୍ଣ୍ଣ ସହକାରେ ପାଳିତ ହୋଇଯାଇଛି ପବିତ୍ର ଶିବରାତ୍ରୀ। ବିଭିନ୍ନ ଶିବାଳୟରେ ଜାଗର ପାଳିଛନ୍ତି ରାଜ୍ୟବାସୀ। ଏହି କ୍ରମରେ ଭୁବନେଶ୍ୱର ନୟାପଲ୍ଲୀ ବେହେରାସାହିସ୍ଥିତ ଆଖଣ୍ଡଳମଣି ମନ୍ଦିରରେ ମଧ୍ୟ ସ୍ଥାନୀୟ ବାସିନ୍ଦା ବେଶ ଯାକଜକମରେ ଏହି ଜାଗର ଉତ୍ସବକୁ ପାଳନ କରିଛନ୍ତି। ସକାଳୁ ମହାଦେବଙ୍କ ଦର୍ଶନ କରିବା ସହିତ ଉପବାସ ରହି ଜାଗର ପାଳିଛନ୍ତି। ସନ୍ଧ୍ୟାରେ ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ମନ୍ଦିର ପ୍ରାଙ୍ଗଣରେ ଦ୍ୱୀପ ଜାଳିଥିଲେ। ଏହା ସହିତ ଶ୍ରଦ୍ଧାଳୁମାନେ ମହାଦ୍ୱୀପ ଉଠିବା ଦ୍ୱୀପ ଜାଳି ମହାଦେବ ଶିବଙ୍କ ଆରାଧନା କରିଥିଲେ।
ସେପଟେ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ରାତି ପ୍ରାୟ ସାଢେ ୧୦ଟାରେ ମନ୍ଦିରରେ ମହାଦ୍ୱୀପ ଉଠିଥିଲା। ମହାଦ୍ୱୀପ ଉଠିବା ସହିତ ମହାଦେବଙ୍କ ପ୍ରସାଦ ଖାଇ ଉପବାସ ଭାଙ୍ଗିଥିଲେ ଶ୍ରଦ୍ଧାଳୁ। ଏହି ସମୟରେ ମଧ୍ୟରେ ସନ୍ଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ବାଦି ପାଲାର ଆୟୋଜନ କରିଥିଲେ ମନ୍ଦିର କର୍ମକର୍ତ୍ତା। ଶ୍ରଦ୍ଧାଳୁଙ୍କ ଶିବ ଆରାଧନା ଲାଗି କର୍ମକର୍ତ୍ତାମାନେ ବେଶ ସୁବନ୍ଦୋବସ୍ତ କରିଥିଲେ। ଏନେଇ ମନ୍ଦିରର ଉପଦେଷ୍ଟା ବେଣୁଧର ମହାକୁଡ କହିଥିଲେ କି ଭୋର ସାଢେ ୫ଟା ବେଳକୁ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯାଇଥିଲା। ଭକ୍ତମାନେ ସକାଳୁ ଆସି ମନ୍ଦିରରେ ମହାଦେବଙ୍କ ଦର୍ଶନ କରିଥିଲେ। ପରେ ସନ୍ଧ୍ୟାରେ ମନ୍ଦିର ଆସି ଦ୍ୱୀପ ଜାଳିବେ। ସୁରୁଖୁରୁରେ ସମସ୍ତ କାର୍ଯ୍ୟ ଶେଷ ହୋଇଛି ବୋଲି ଶ୍ରୀ ମହାକୁଡ ସୂଚନା ଦେଇଥିଲେ।