Odisha News: ଅନଲାଇନ ଗେମ୍ ନେଲା ନାବାଳକ ଜୀବନ
Advertisement
Article Detail0/zeeodisha/odisha2879080

Odisha News: ଅନଲାଇନ ଗେମ୍ ନେଲା ନାବାଳକ ଜୀବନ

Odisha News: ଅନଲାଇନ ଗେମ୍ ମାୟାରେ ଯୁବ ପିଢୀ। ମୋବାଇଲରେ ଅନଲାଇନ ଗେମ ଖେଳିବା ହେଲା କାଳ,ବାଥରୁମରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀର ଛାତ୍ର। ଅନଲାଇନ ଗେମ୍ ଖେଳିବା ପାଇଁ ପରିବାର ଲୋକେ ବାରଣ କରିବାରୁ ବାଥରୁମରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି ନାବାଳକ। 

Odisha News: ଅନଲାଇନ ଗେମ୍ ନେଲା ନାବାଳକ ଜୀବନ

Odisha News: ଅନଲାଇନ ଗେମ୍ ମାୟାରେ ଯୁବ ପିଢୀ। ମୋବାଇଲରେ ଅନଲାଇନ ଗେମ ଖେଳିବା ହେଲା କାଳ,ବାଥରୁମରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀର ଛାତ୍ର। ଅନଲାଇନ ଗେମ୍ ଖେଳିବା ପାଇଁ ପରିବାର ଲୋକେ ବାରଣ କରିବାରୁ ବାଥରୁମରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି ନାବାଳକ। ମୃତ ନାବାଳକ ଜଣକ ହେଲା ସିଂଲା ଥାନା ଗୁହାଳିପଦା ଗ୍ରାମର ସନ୍ତୋଷ ଜେନାଙ୍କ ପୁତ୍ର ଜୟକୃଷ୍ନ ଜେନା। ସେ ପାଠ ନ ପଢି ସବୁବେଳେ ମୋବାଇଲ ରେ ଅନଲାଇନ ଗେମ୍ ଖେଳୁ ଥିଲେ। ଏ-ନେଇ ପରିବାର ଲୋକେ ବାରମ୍ବାର ବାରଣ କରିବାରୁ ଆଜି ସକାଳେ ବାଥରୁମ ଭିତରେ ବେକର ଗାମୁଛା ଲଗାଇ ଜୟକୃଷ୍ନ ଆତ୍ମହତ୍ଯା କରିଛନ୍ତି। ଖବର ପାଇ ସିଂଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ଯବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ କରୁଛି।

;