Advertisement
Photo Details/zeeodisha/odisha2768246
photoDetails0hindi

Corona Update Today: ଓଡିଶାକୁ ଛୁଇଁଲା କୋରୋନା, ଭୁବନେଶ୍ୱରରୁ ପ୍ରଥମ ରୋଗୀ ଚିହ୍ନଟ

Corona Updates Today: କୋଭିଡ-୧୯ ପୁଣି ଥରେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ଭାରତରେ କୋଭିଡ୍ ମାମଲା ସଂଖ୍ୟା ଏତେ ଚିନ୍ତାଜନକ ନୁହେଁ, କିନ୍ତୁ ତଥାପି କିଛି ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଉଛି। 

1/11

Corona Update Today: ଭୁବନେଶ୍ୱର: ଓଡ଼ିଶାକୁ ଛୁଇଁଲା କୋରୋନା। ଚିହ୍ନଟ ହୋଇଛନ୍ତି ପ୍ରଥମ ରୋଗୀ। ଆକ୍ରାନ୍ତ ଜଣଙ୍କ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାଯାଇଛି। 

2/11

ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ। ଆକ୍ରାନ୍ତ ଜଣଙ୍କ ପୁରୁଷ ଥିବା ବେଳେ ଏବେ ସେ  ହୋମ୍ କ୍ୱାରେଣ୍ଟାଇନରେ ଥିବା ସୂଚନା ମିଳିଛି । 

3/11

ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ନାନା ରୋଗରେ ପୀଡ଼ିତ ଥିଲେ। ତେବେ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ସେ କୋଭିଡ୍ ପଜିଟିଭ୍ ବାହାରିଛନ୍ତି। 

4/11

ଓଡିଶାକୁ କରୋନାର ନୂଆ ମାମଲା ସାମନାକୁ ଆସିବା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଛନକା ପସିଛି ।  

5/11

ଏଠାରେ କହି ରଖୁ କି ଦକ୍ଷିଣ ଏସିଆର ଚୀନ ଓ ସିଙ୍ଗାପୁରରେ କୋଭିଡ୍‌-୧୯ କାୟା ବିସ୍ତାର କରିବାରେ ଲାଗିଛି। 

6/11

ଫଳରେ ଏହା ଭାରତକୁ ମଧ୍ୟ କୋରୋନା ସଂକ୍ରମଣ ବ୍ୟାପିଛି। 

7/11

କୋଭିଡ-୧୯ରେ ସଂକ୍ରମିତ ହୋଇ ମୁମ୍ବାଇରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି। 

8/11

ଭାରତରେ ୨୫୭  କୋଭିଡ୍‌ ଆକ୍ରନ୍ତ ଚିହ୍ନଟ କରାଯାଇଥିବା ବେଳେ  ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଏବେ ଚିନ୍ତାର କାରଣ ପାଲଟିଛି। 

9/11

ସେପଟେ କୋରୋନାକୁ ନେଇ କେରଳରେ ହଇଚଇ ଦେଖିବାକୁ ମିଳିଛି। ପ୍ରତିରୋଧକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ପାଇଁ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ରାପିଡ୍ ରେସପନ୍ସ ଟିମ୍ (RRT) ବୈଠକ ଡକାଯାଇଥିଲା। 

10/11

ଏଥିରେ କୁହାଯାଇଛି ଯେ ଦକ୍ଷିଣ-ପୂର୍ବ ଏସିଆରେ ଓମିକ୍ରନ୍ JN1 ଉପ-ଭାରିଆଣ୍ଟ LF.7 ଏବଂ NB.1.8 ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।

11/11

ଯଦିଓ ସେମାନଙ୍କର ଗମ୍ଭୀରତା ବହୁତ କମ୍, କିନ୍ତୁ ସଂକ୍ରମଣକୁ ଦ୍ରୁତ ଗତିରେ ବ୍ୟାପିବାର କ୍ଷମତା ଅଧିକ। ତେଣୁ ଆତ୍ମ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

 

;