ରାଜ୍ୟରେ ନିକଟରେ କାଳବୈଶାଖୀର ସମ୍ଭାବନା ନଥିବା କାରଣରୁ ତାପମାତ୍ରା କମିବାରେ କୌଣସି ସମ୍ଭାବନା ନାହିଁ ବୋଲି ଆକଳନ କରାଯାଉଛି ।
ଆଞ୍ଚଳିକ ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ, ଆଜି ଝାରସୁଗୁଡା ସମେତ ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର, ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
ପାରଳାଖେମୁଣ୍ଡିରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଥିଲା ।
ସେହିପରି ସୋନପୁର, ଭବାନୀପାଟଣା, ସୁନ୍ଦରଗଡ, ବରଗଡ, ମାଲକାନଗିରି ଏବଂ ଖୋର୍ଦ୍ଧାରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ପାର୍ କରିଛି ।
ଟ୍ୱିନ ସିଟି କଟକରେ ୩୪ ଏବଂ ଭୁବନେଶ୍ୱରରେ ୩୫ ଡିଗ୍ରୀ ତାପମାତ୍ରା ରହିଥିଲା ।
ତେବେ ଆଗାମୀ ୫ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖତଃ ଶୁଖିଲା ରହିବ ଏବଂ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ
ଆଜି ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୩୭.୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା।
କିଛି ଦିନ ମଧ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ବୋଲି ଅନୁମାନ କରାଯାଉଛି ।
ट्रेन्डिंग फोटोज़