Rajya Sabha: ରାଜ୍ୟସଭା ପାଇଁ ୪ ଜଣ ବିଶିଷ୍ଟ ବ୍ୟକ୍ତି ମନୋନୀତ ହୋଇଛନ୍ତି। ସେମାନେ ହେଲେ,ଉଜ୍ଜ୍ବଳ ଦେଓରାଓ ନିକମ, ସି. ସଦାନନ୍ଦନ ମାଷ୍ଟର ମନୋନୀତ ହୋଇଥିବା ବେଳେ ହର୍ସବର୍ଦ୍ଧନ ଶ୍ରୀଙ୍ଗଲା ଓ ଡ. ମିନାକ୍ଷୀ ଜୈନ ମନୋନୀତ ହୋଇଛନ୍ତି।
Trending Photos
Rajya Sabha: ରାଜ୍ୟସଭା ପାଇଁ ୪ ଜଣ ବିଶିଷ୍ଟ ବ୍ୟକ୍ତି ମନୋନୀତ ହୋଇଛନ୍ତି। ସେମାନେ ହେଲେ,ଉଜ୍ଜ୍ବଳ ଦେଓରାଓ ନିକମ, ସି. ସଦାନନ୍ଦନ ମାଷ୍ଟର ମନୋନୀତ ହୋଇଥିବା ବେଳେ ହର୍ସବର୍ଦ୍ଧନ ଶ୍ରୀଙ୍ଗଲା ଓ ଡ. ମିନାକ୍ଷୀ ଜୈନ ମନୋନୀତ ହୋଇଛନ୍ତି। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମ୍ବିଧାନର ଧାରା ୮୦(୧)(a) ଦ୍ୱାରା ପ୍ରଦତ୍ତ କ୍ଷମତା ଅନୁଯାୟୀ ଗୃହ ମନ୍ତ୍ରଣାଳୟ ଏହି ୪ ବ୍ୟକ୍ତି ମାନଙ୍କୁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ।
ଉଜ୍ଜ୍ୱଳ ଦେଓରାଓ ନିକମ ଜଣେ ପ୍ରସିଦ୍ଧ ସରକାରୀ ଓକିଲ ଭାବେ ବେଶ୍ ନାଁ କମାଇଛନ୍ତି। ମୀନାକ୍ଷୀ ଜୈନ ମଧ୍ୟ ଜଣେ ପ୍ରସିଦ୍ଧ ଐତିହାସିକ ଏବଂ ରାଜ୍ୟସଭାର ଶିକ୍ଷାବିତ୍ ଭାବେ ବେଶ୍ ଜଣାଶୁଣା। ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ହେଉଛନ୍ତି ଭାରତର ପୂର୍ବତନ ବୈଦେଶିକ ସଚିବ। ସି. ସଦାନନ୍ଦନ ମାଷ୍ଟର, କେରଳର ଜଣେ ପ୍ରବୀଣ ସମାଜସେବୀ ଏବଂ ଶିକ୍ଷାବିତ୍ ଭାବେ ବେଶ୍ ପରିଚିତ। ପୂର୍ବରୁ ମନୋନୀତ ସଦସ୍ୟଙ୍କ ଅବସର ଯୋଗୁଁ ଖାଲି ପଡିଥିବା ଆସନକୁ ଦୃଷ୍ଟିରେ ରଖି ଏହି ନାମାଙ୍କନ କରାଯାଇଛି ।