Delanga Murder Story: ନାବାଳକର ମୃତ୍ୟୁ ସନ୍ଦେହ କରି ତାକୁ ଏକ ପାଇଖାନା ଟାଙ୍କି ରେ ପକାଇ ଦେଇଥିଲା ଅଭିଯୁକ୍ତ ବାପି ଓରଫ ପ୍ରଭାକର ସାହୁ। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଫରୱାର୍ଡ କରାଯାଇଅଛି। ଆବଶ୍ୟକ ସ୍ଥଳେ ଅଭିଯୁକ୍ତକୁ ରିମାଇଣ୍ଡରେ ଆଣିବ ପୋଲିସ। ଫାଷ୍ଟ ଟ୍ରାକ କୋର୍ଟରେ ପକାଇ ପରିବାରକୁ ଶୀଘ୍ର ନ୍ୟାୟ ଦେବା ପାଇଁ ପ୍ରସ୍ତୁତ ହେଉଛି ପୋଲିସ।
Trending Photos
Delanga Murder Story: ଡେଲାଙ୍ଗ ରତନପୁରର ୧୧ ବର୍ଷୀୟ ନାବାଳକ ଆଶୀର୍ବାଦ ସାହୁ ମୃତ୍ୟୁ ପ୍ରସଙ୍ଗ। ପୁରୀ ଏସପିଙ୍କ ପ୍ରେସ ମିଟ୍। ଯୌନ ସୁଖ ପାଇଁ ଆଶୀର୍ବାଦକୁ ପରିତ୍ୟକ୍ତ ଘରକୁ ନେଇଥିଲା ଅଭିଯୁକ୍ତ ବାପି। ସେଠାରେ ୧୦୦ ଟଙ୍କା ମୂଲ୍ୟର ୪ ଟି କ୍ରିକେଟ ବଲ୍ ର ପ୍ରଲୋଭନ ଦେଖାଇଥିଲା। ଟଙ୍କା ବଦଳରେ ନାବାଳକ ଜଣଙ୍କର ପ୍ୟାଣ୍ଟ୍ ସାର୍ଟ ଖୋଲି ଯୌନାଙ୍ଗ ଦେଖିଥିଲା ଅଭିଯୁକ୍ତ। ପରେ ନାବାଳକ ଆଶୀର୍ବାଦ ୧୦୦ ଟଙ୍କା ମାଗିବାରୁ ଅଗ୍ରାହ୍ୟ କରିଥିଲା ଅଭିଯୁକ୍ତ ବାପି। ସେହି ସମୟରେ ନାବାଳକର ଦାଦା ଜୋର୍ ରେ ତାକୁ ଡାକିଥିଲେ।
ତେଣୁ ଦାଦା ଏବଂ ଗ୍ରାମବାସୀଙ୍କୁ ଘଟଣା ସମ୍ପର୍କରେ କହିଦେବା ପାଇଁ ଅଭିଯୁକ୍ତକୁ ଚେତାବନୀ ଦେଇଥିଲା ନାବାଳକ। ଭୟଭୀତ ହୋଇ ଗଞ୍ଜିରେ ନାବାଳକର ମୁହଁକୁ ଚାପି ଧରିଥିଲା ଅଭିଯୁକ୍ତ। ଭୟରେ ମଳ ତ୍ୟାଗ କରିଦେଇଥିଲା ନାବାଳକ। ନାବାଳକର ମୃତ୍ୟୁ ସନ୍ଦେହ କରି ତାକୁ ଏକ ପାଇଖାନା ଟାଙ୍କି ରେ ପକାଇ ଦେଇଥିଲା ଅଭିଯୁକ୍ତ ବାପି ଓରଫ ପ୍ରଭାକର ସାହୁ। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଫରୱାର୍ଡ କରାଯାଇଅଛି। ଆବଶ୍ୟକ ସ୍ଥଳେ ଅଭିଯୁକ୍ତକୁ ରିମାଇଣ୍ଡରେ ଆଣିବ ପୋଲିସ। ଫାଷ୍ଟ ଟ୍ରାକ କୋର୍ଟରେ ପକାଇ ପରିବାରକୁ ଶୀଘ୍ର ନ୍ୟାୟ ଦେବା ପାଇଁ ପ୍ରସ୍ତୁତ ହେଉଛି ପୋଲିସ।