Puri News: ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା ଘଟଣା, ସନ୍ଦିଗ୍ଧ ଅଟକ
Advertisement
Article Detail0/zeeodisha/odisha2878958

Puri News: ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା ଘଟଣା, ସନ୍ଦିଗ୍ଧ ଅଟକ

Puri News: ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖାକୁ ନେଇ ଜୋର ଧରିଛି ଚର୍ଚ୍ଚା। ତେବେ, ଏହି ଘଟଣାକୁ ନେଇ ଆସିଛି ଆଉ ଏକ ଅପଡେଟ୍। ଏହି ଘଟଣାର ଜଣେ ସନ୍ଦିଗ୍ଧକୁ ଧରିଛି ପୋଲିସ୍। 

Puri News: ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା ଘଟଣା, ସନ୍ଦିଗ୍ଧ ଅଟକ

Puri News: ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖାକୁ ନେଇ ଜୋର ଧରିଛି ଚର୍ଚ୍ଚା। ତେବେ, ଏହି ଘଟଣାକୁ ନେଇ ଆସିଛି ଆଉ ଏକ ଅପଡେଟ୍। ଏହି ଘଟଣାର ଜଣେ ସନ୍ଦିଗ୍ଧକୁ ଧରିଛି ପୋଲିସ୍। ସିସିଟିଭି ଓ ପ୍ରତ୍ୟକ୍ଷଦର୍ଷୀଙ୍କ ବୟାନ ଆଧାରରେ ଜଣକୁ ଚିହ୍ନଟ କରିଛି ପୋଲିସ । ସିଂହଦ୍ୱାର ଥାନାରେ ଆଣି ତାକୁ ଜେରା କରାଯାଉଛି। ଥାନାକୁ ଧରି ଆଣିବା ସମୟରେ ପୋଲିସ ସହ ହୋ ହାଲ୍ଲା କରିଥିଲେ ସମ୍ପୃକ୍ତ ବ୍ୟକ୍ତି । ବ୍ୟକ୍ତି ଜଣକ ପ୍ରାୟ ୬୫ ବର୍ଷ ବୟସ୍କ ବୋଲି ଅନୁମାନ କରାଯାଉଛି । ସେପଟେ ଏନେଇ  ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି, ସେ କହିଛନ୍ତି ଏହି ଘଟଣାରେ ସମସ୍ତ କ୍ଲୁ ହସ୍ତଗତ ହୋଇଛି। ଘଟଣାର ଅଧିକ ଛାନଭିନ କରାଯାଉଛି।

 

ସିସିଟିଭି ଅନୁଧ୍ୟାନ କରାଯାଉଛି। ଏବଂ ଅନ୍ୟାନ୍ୟ ସୋର୍ସରୁ ଅନେକ ତଥ୍ୟ ସଂଗ୍ରହ କରାଯାଇଛି ବୋଲି କହିଛନ୍ତି ଏସପି। ସେ ଆହୁରି ମଧ୍ୟ କହିଛନ୍ତି ଯେ,ସେ କିଛି ଲେଖୁଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଦେଖିଛନ୍ତି। ସନ୍ଦିଗ୍ଧ  ଜଣକ ହେଉଛନ୍ତି ୬୫ ବର୍ଷିୟ ରଘୁନାଥ ସାହୁ, ଘର ନୂଆଗାଁ,ଥାନା ଅଂଚଳର ଗଡିଶାଗଦା ବୋଲି ଜଣା ପଡିଛି। ସେ ନିଶା ନିବାରଣ କେନ୍ଦ୍ରରୁ ନିକଟରୁ ଫେରାର ଥିଲେ। ଜାମସେଦପୁର ଟାଟାରେ ଚାହା ଦୋକାନ କରିଥିଲା ବୋଲି ସୂଚନା ମିଳିଛି। ବୁଢ଼ିମା ମନ୍ଦିର ପାଚେରୀ ରେ ସେ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ଲେଖି ଥିବା ପୁଲିସ ପାଖରେ ସ୍ୱୀକାର କରିଛି। 

 

;