Bhadrak News: ଗତକାଲି ଘରୁ ଫେରିଥିଲେ। ଆଜି ସକାଳୁ କ୍ଲାସ ମଧ୍ୟ ଯାଇଥିଲେ। କ୍ଲାସରୁ ଫେରିଲେ କିନ୍ତୁ ମେସ ର ବାଥ୍ ରୁମ୍ କବାଟ ବନ୍ଦ୍ କରି ନିଜ ଓଢନୀରେ ଝୁଲି ପଡ଼ିଲେ ଛାତ୍ରୀ। ଭଦ୍ରକ ସୋୟଙ୍ଗ ଶାସିତ ମହାବିଦ୍ୟାଳୟ ଗେଟ ନିକଟ ଏକ ଘରୋଇ ମେସ ରୁ ଏମିତି ଅଘଟଣ ଘଟିଛି। ସୂଚନା ଅନୁଯାୟୀ ମୃତ ଛାତ୍ରୀ ବାସୁଦେବପୁର ଥାନା ଅଧୀନ ଲୁଙ୍ଗା ଅଞ୍ଚଳର ପୁଷ୍ପାରାଣି ମଲ୍ଲିକ। ସେ ଭଦ୍ରକ କଲେଜ୍ ରେ ଯୁକ୍ତ 3 ପ୍ରଥମ ବର୍ଷ ଛାତ୍ରୀ।