Srimandira: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବୁଢୀ ମାଆ ମନ୍ଦିର କାନ୍ଥ ରେ ଧମକପୂର୍ଣ୍ଣ ବାର୍ତ୍ତା! ସିସିଟିଭି ଓ ପ୍ରତ୍ୟକ୍ଷଦର୍ଷୀଙ୍କ ବୟାନ ଆଧାରରେ ଜଣକୁ ଚିହ୍ନଟ କଲା ପୋଲିସ। ସିଂହଦ୍ୱାର ଥାନାରେ ଆଣି ତାକୁ ଜେରା କରାଯାଉଛି। ଧରି ଆଣିବା ସମୟରେ ପୋଲିସ ସହ ହୋ ହଲା କରିଛି ସେହି ବ୍ୟକ୍ତି। ବ୍ୟକ୍ତି ଜଣକ ପ୍ରାୟ 65 ବର୍ଷ ବୟସ୍କ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ସମସ୍ତ କ୍ଲୁ ହସ୍ତଗତ ହୋଇଛି। ଘଟଣାର ଅଧିକ ଛାନବିନ କରାଯାଉଛି। ସିସିଟିଭି ଅନୁଧ୍ୟାନ କରାଯାଉଛି। ଏବଂ ଅନ୍ୟାନ୍ୟ ସୋର୍ସରୁ ଅନେକ ତଥ୍ୟ ସଂଗ୍ରହ କରାଯାଇଛି ବୋଲି କହିଛନ୍ତି ଏସପି।