Rasulgarh flyover murder case: ରସୁଲଗଡ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ମାନଙ୍କୁ ପୋଲିସ୍ ଗିରଫ କରିଛି। ବୁଧବାର ଦିନ ରାଜଧାନୀ ଭୁବନେଶ୍ୱରରେ ପୋଲିସ ମିତ୍ର ହତ୍ୟା ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଗିରଫ କରିଛି। ଏନେଇ ଏସିପି ହିଂମାଶୁ ସ୍ବାଇଁ ସୂଚନା ଦେଇଛନ୍ତି। କହିରଖୁଛୁ ଯେ ଆଜି ଭୋର ସମୟରେ ଭୁବନେଶ୍ୱର ବ୍ୟସ୍ତ ବହୁଳ ରସୁଲଗଡ ଓଭର ବ୍ରିଜ ଉପରେ ଜଣେ ପୋଲିସ ମିତ୍ରକୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା।