Salman Khan Viral Video: 26 ବର୍ଷ ପୁରୁଣା ହରୀଣ ହତ୍ୟା ମାମଲାରେ ଏବେ ବି ସମସ୍ୟାରେ ସଲମାନ ଖାନ। ଏହି ମାମଲା ଯୋଗୁଁ ଅଭିନେତା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି। ଏହି ଗ୍ୟାଙ୍ଗରୁ ତାଙ୍କୁ ଅନେକ ଥର ଧମକ ଦିଆଯାଇଛି। ଏଥି ସହିତ କିଛି ମାସ ପୂର୍ବରୁ ତାଙ୍କ ଘର ବାହାରେ ଗୁଳି ଚାଳନ ହୋଇଥିଲା। ଆଜିକାଲି ସଲମାନ କଡା ସୁରକ୍ଷା ଅଧୀନରେ ରହୁଛନ୍ତି। ସଲମାନ ଖାନଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି କଳା ହରିଣ ଶିକାର ମାମଲା ସହିତ ଜଡିତ। ଏହି ଭିଡିଓଟି ୨୫ ବର୍ଷ ପୁରୁଣା ବୋଲି କୁହାଯାଉଛି।