ଗୁଳି ବିନିମୟ ସମୟରେ କିଛି ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଜଙ୍ଗଲ ମଧ୍ୟରେ ମାଓବାଦୀ ଲୁଚିଥିବା ଅନୁମାନ କରାଯାଉଛି । ସୁରକ୍ଷାବାହିନୀ ପକ୍ଷରୁ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ମାଓବାଦୀଙ୍କ IED ବିସ୍ଫୋରଣରେ ୨ ଯବାନ ଗୁରୁତର ହୋଇଥିବା କୁହାଯାଉଛି ।
Trending Photos
ବିଜାପୁର: ଛତିଶଗଡ଼ ସୀମାନ୍ତ ବାସାଗୁଡ଼ା ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଗୁଳି ବିନିମୟ ସମୟରେ କିଛି ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଜଙ୍ଗଲ ମଧ୍ୟରେ ମାଓବାଦୀ ଲୁଚିଥିବା ଅନୁମାନ କରାଯାଉଛି । ସୁରକ୍ଷାବାହିନୀ ପକ୍ଷରୁ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ମାଓବାଦୀଙ୍କ IED ବିସ୍ଫୋରଣରେ ୨ ଯବାନ ଗୁରୁତର ହୋଇଥିବା କୁହାଯାଉଛି ।
ନକ୍ସଲ ବିରୋଧୀ ଅଭିଯାନ ସମୟରେ ଯବାନମାନଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ ଷଡ଼ଯନ୍ତ୍ର ରଚିଥିଲେ। ନକ୍ସଲମାନଙ୍କ ଦ୍ୱାରା ବିଛାଯାଇଥିବା IED ବିସ୍ଫୋରଣ ହେବା କାରଣରୁ ୨ ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏକ ଡାକ୍ତରୀ ଟିମ୍ ଆହତ ଯବାନମାନଙ୍କ ଅବସ୍ଥା ଉପରେ ନଜର ରଖିଛନ୍ତି।
ସୂଚନା ମୁତାବକ, କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀର 229 ବାଟାଲିୟନର ଯବାନମାନେ ସର୍ଚ୍ଚ ଅପରେସନ ପାଇଁ ବାହାରକୁ ଯାଇଥିଲେ। ଯବାନମାନେ ଆଗକୁ ବଢ଼ିବା ସମୟରେ ଆୱାପାଲି ଥାନା ଅଞ୍ଚଳର ଟିମାପୁର ଏବଂ ମୁରଦାଣ୍ଡା ରାସ୍ତାରେ ପହଞ୍ଚିବା ପରେ ହଠାତ୍ ବିସ୍ଫୋରଣ ହୋଇଥିଲା। ଆହତ ଯବାନମାନଙ୍କୁ ପ୍ରଥମେ ବିଜାପୁରରେ ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ପାଇଁ ରାୟପୁରକୁ ବିମାନ ଯୋଗେ ପଠାଯାଇଥିଲା।
Also Read- Gold Rate: କାଲି ଖସି ଆଜି ବଢିଗଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମକୁ କେତେ...
Also Read- Mars Transit 2025: କନ୍ୟାରେ ମଙ୍ଗଳ ଚଳନ, ୫ ରାଶିକୁ ବଡ଼ ଲାଭ