ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ପ୍ରଦାନ ଉତ୍ସବ, ୧୯ଟି ବର୍ଗରେ ୧୩୯ଜଣ ସମ୍ମାନିତ
Advertisement
Article Detail0/zeeodisha/odisha2734276

ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ପ୍ରଦାନ ଉତ୍ସବ, ୧୯ଟି ବର୍ଗରେ ୧୩୯ଜଣ ସମ୍ମାନିତ

Padma Awards 2025: ୧୯ଟି ବର୍ଗରେ ୧୩୯ ପଦ୍ମ ବିଜେତାଙ୍କୁ ପୁରସ୍କୃତ କରୁଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମନ୍ତ୍ରିପରିଷଦ ସଦସ୍ୟ ଉପସ୍ଥିତ ରହିଥିବା ସୂଚନା ମିଳିଛି ।

ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ପ୍ରଦାନ ଉତ୍ସବ, ୧୯ଟି ବର୍ଗରେ ୧୩୯ଜଣ ସମ୍ମାନିତ

Padma Awards 2025: ସାଧାରଣତନ୍ତ୍ର ଦିବସରେ ଘୋଷିତ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ ପ୍ରଦାନ କରାଯାଇଛି । ୧୯ଟି ବର୍ଗରେ ୧୩୯ ପଦ୍ମ ବିଜେତାଙ୍କୁ ପୁରସ୍କୃତ କରୁଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମନ୍ତ୍ରିପରିଷଦ ସଦସ୍ୟ ଉପସ୍ଥିତ ରହିଥିବା ସୂଚନା ମିଳିଛି ।

ଅଜିତ କୁମାର, ନନ୍ଦମୁରୀ ବାଳକୃଷ୍ଣ ଏବଂ ଶେଖର କପୁରଙ୍କୁ ଏପ୍ରିଲ ଆଜି (୨୮ ଏପ୍ରିଲରେ) ନୂଆଦିଲ୍ଲୀଠାରେରେ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ଅଭିନେତାମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥିଲେ।

ଗାୟକ ଅରିଜିତ ସିଂହଙ୍କୁ ପଦ୍ମଶ୍ରୀ, ଅଭିନେତା ନନ୍ଦାମୁରୀ ବାଲକ୍ରିଷ୍ଣାଙ୍କୁ ପଦ୍ମ ଭୂଷଣ, ଗାୟକ ପଙ୍କଜ ଉଦାସଙ୍କୁ ପଦ୍ମ ଭୂଷଣ, ଅଭିନେତା ଅଜିତ କୁମାରଙ୍କୁ ପଦ୍ମ ଭୂଷଣ, ଚଳଚ୍ଚିତ୍ର ନିର୍ମାତା ଶେଖର କାପୁରଙ୍କୁ ପଦ୍ମ ଭୂଷଣ, ଅଭିନେତା ଅଶୋକ ଲକ୍ଷ୍ମଣ ସରଫଙ୍କୁ ପଦ୍ମଶ୍ରୀ, ଅଭିନୟ ପ୍ରଶିକ୍ଷକ, ନାଟ୍ୟ ନିର୍ଦ୍ଦେଶକ ବ୍ୟାରି ଗଡଫ୍ରେ ଜନଙ୍କୁ ପଦ୍ମଶ୍ରୀ, ଗାୟକ ଜସପିନ୍ଦର ନରୁଲାଙ୍କୁ ପଦ୍ମଶ୍ରୀ, ଗାୟକ ଅଶ୍ୱିନୀ ଭୀଦ ଦେଶପାଣ୍ଡେଙ୍କୁ ପଦ୍ମଶ୍ରୀ, ସଂଗୀତକାର ରିକି ଜ୍ଞାନ କେଜଙ୍କୁ ପଦ୍ମଶ୍ରୀ, ଲୋକ ଗାୟକ ଭେରୁ ସିଂ ଚୌହାନଙ୍କୁ ପଦ୍ମଶ୍ରୀ, ଭକ୍ତ ଗାୟକ ହରିନ୍ଦର ସିଂ ଶ୍ରୀନଗର ୱାଲେଙ୍କୁ ପଦ୍ମଶ୍ରୀ, ଲୋକ ସଂଗୀତଜ୍ଞ ଜୟନାଚରଣ ବାଥେରୀଙ୍କୁ ପଦ୍ମଶ୍ରୀ, ଶାସ୍ତ୍ରୀୟ ଗାୟିକାଙ୍କ ଓମାନକୁଟ୍ଟି ଆମ୍ମାଙ୍କୁ ପଦ୍ମଶ୍ରୀ, ଗାୟକ ମହାବୀର ନାୟକଙ୍କୁ ପଦ୍ମଶ୍ରୀ, ଅଭିନେତ୍ରୀ ମମତା ଶଙ୍କରଙ୍କୁ ପଦ୍ମଶ୍ରୀ ଏବଂ ଅଭିନେତା ଅନନ୍ତ ନାଗଙ୍କୁ ପଦ୍ମ ଭୂଷଣ ସମ୍ମାନ ମିଳିଛି ।

Also Read- Weekly finance horoscope: ନୂଆ ସପ୍ତାହରେ ଟଙ୍କା ଆସିବ ନା ଯିବ, ପଢନ୍ତୁ ରାଶିଫଳ

Also Read- ପାକିସ୍ତାନ ୱାଜିରିସ୍ତାନରେ ବୋମା ବିସ୍ଫୋରଣ, ୭ ମୃତ୍ୟୁ ସହ ଅନେକ ଆହତ

;