Advertisement
  • Soubhagya Ranjan Mishra

    ସୌଭାଗ୍ୟ ରଞ୍ଜନ ମିଶ୍ର

Stories by Soubhagya Ranjan Mishra

Video: ଟ୍ରେଣ୍ଡିଂ ଗୀତ 'ପ୍ରେମର ଇସାରା'ରେ ଅଭିନେତ୍ରୀ ହିତେଶାଙ୍କ ରିଲ୍ ଭାଇରାଲ୍

Viral Video

Video: ଟ୍ରେଣ୍ଡିଂ ଗୀତ 'ପ୍ରେମର ଇସାରା'ରେ ଅଭିନେତ୍ରୀ ହିତେଶାଙ୍କ ରିଲ୍ ଭାଇରାଲ୍

Viral Video: ଓଡ଼ିଆ ଧାରାବାହିକ ଏବଂ ମ୍ୟୁଜିକ ଭିଡିଓରେ ବେଶ୍ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ହେଉଛନ୍ତି ହିତେଶା ବାଗ । 'ଜହ୍ନ ମାମୁଁର ଭାଣିଜୀ ତୁ' ଗୀତରେ ହିତେଶାଙ୍କୁ ଖୁବ ପସନ୍ଦ କରିଥଲେ ଓଡ଼ିଆ ସଙ୍ଗୀତପ୍ରେମୀ । ତେବେ କେବଳ ଧାରାବାହିକ କିମ୍ୱା ମ୍ୟୁଜିକ ଭିଡିଓରେ ଅଟକି ନଯାଇ ହିତେଶା ସୋସିଆଲ ମିଡିଆରେ ମଧ୍ୟ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିବାକୁ ପସନ୍ଦ କରନ୍ତି । ଅନେକ ସମୟରେ ହିତାଶାଙ୍କ ନୂଆ ନୂଆ ରିଲ୍ସ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ । ନିକଟରେ ରିଲିଜ୍ ହୋଇଥିବା ଗୀତ 'ପ୍ରେମର ଇସାରା ପରି' ବର୍ତ୍ତମାନ ଟ୍ରେଣ୍ଡିଂରେ ଥିବା ସମୟରେ ହିତେଶା ଏହି ଗୀତରେ ରିଲ କରିଛନ୍ତି ।

Jul 16,2025, 22:52 PM IST

Video: ସନ୍ଧ୍ୟାରେ କଣ୍ଠଶିଳ୍ପୀ ସ୍ୱୟମ ପାଢୀଙ୍କ ସହ ଅନ୍ତରା, ଏହି ଭିଡିଓ ହେଇଗଲା ଭାଇରାଲ୍

Viral Video

Video: ସନ୍ଧ୍ୟାରେ କଣ୍ଠଶିଳ୍ପୀ ସ୍ୱୟମ ପାଢୀଙ୍କ ସହ ଅନ୍ତରା, ଏହି ଭିଡିଓ ହେଇଗଲା ଭାଇରାଲ୍

Viral Video: ସଙ୍ଗୀତପ୍ରେମୀଙ୍କ ନିକଟରେ ଅତି ପରିଚିତ କଣ୍ଠଶିଳ୍ପୀ ହେଉଛନ୍ତି ସ୍ୱୟମ ପାଢୀ ଏବଂ ଅନ୍ତରା ଚକ୍ରବର୍ତ୍ତୀ । ଉଭୟଙ୍କ ଅନେକ ଗୀତ ହିଟ୍ ହୋଇଛି । ପ୍ରଶଂସକମାନେ ମଧ୍ୟ ଏହି ଯୋଡିଙ୍କୁ ଖୁବ ପ୍ରଶଂସା କରିଥାନ୍ତି । ତେବେ ନିକଟରେ ପାଟେଣି ଖାସି ପରେ ଆଉ ଏକ ଗୀତ 'ପ୍ରେମର ଇସାରା' ଟ୍ରେଣ୍ଡିଂରେ ଆସିଛି । ଗୀତଟିର ନିର୍ଦ୍ଦେଶନା ଦେଇଛନ୍ତି ବିରଜା ପ୍ରସାଦ । ଶୋଭା ମ୍ୟୁଜିକ୍ ଓଡ଼ିଆ ୟୁଟୁବ ଚ୍ୟାନେଲରେ ଗୀତଟି ରିଲିଜ୍ ହୋଇଛି । ତେବେ ଖୁସିର କଥା ଏହା ଯେ, ଗୀତ ସୋସିଆଲ ମିଡିଆରେ ରିଲିଜ୍ ହେବାର କିଛି ସମୟ ମଧ୍ୟରେ ଅନେକ ଗୁଡିଏ ରିଲ୍ସ ପ୍ରସ୍ତୁତ ହୋଇଛି । ଗୀତଟି ଲୋକଙ୍କ ହୃଦୟକୁ ଛୁଇଁଥିବାରୁ ଏହା ଏକ ବଡ଼଼ ହିଟ୍ ହେବ ବୋଲି ଆଶା କରାଯାଉଛି । ସ୍ୱୟମ ଏବଂ ଅନ୍ତରା ଗୀତଟିରେ କରିଥିବା ରିଲ୍ସ ଖୁବ ଭାଇରାଲ୍ ହେବାରେ ଲାଗିଛି ।

Jul 14,2025, 22:39 PM IST

Video: କଣ୍ଠଶିଳ୍ପୀ ଅନ୍ତରାଙ୍କୁ କିଏ ଦେଲା ପ୍ରେମର ଇସାରା ? ଏହି ଭିଡିଓ ହେଉଛି ଭାଇରାଲ୍

Viral Video

Video: କଣ୍ଠଶିଳ୍ପୀ ଅନ୍ତରାଙ୍କୁ କିଏ ଦେଲା ପ୍ରେମର ଇସାରା ? ଏହି ଭିଡିଓ ହେଉଛି ଭାଇରାଲ୍

Viral Video: ସଙ୍ଗୀତପ୍ରେମୀଙ୍କ ପାଇଁ ଅନେକ ଗୁଡିଏ ମିଠା ଗୀତ ଭେଟି ଦେଇଥିବା ଗାୟିକା ଅନ୍ତରା ଚକ୍ରବର୍ତ୍ତୀଙ୍କ ଅନେକ ଗୀତ ବର୍ତ୍ତମାନ ଟ୍ରେଣ୍ଡିଂରେ ରହିଛି । ନିକଟରେ ନୂଆ ଗୀତ 'ପ୍ରେମର ଇସାରା' ରିଲିଜ୍ ହୋଇଛି ଯେଉଁଥିରେ ଅନ୍ତରାଙ୍କ ସହ ସ୍ୱୟମ୍ ପାଢୀ କଣ୍ଠଦାନ କରିଛନ୍ତି । ଗୀତଟି ସଭିଙ୍କୁ ଖୁବ ପସନ୍ଦ ଆସୁଥିବା ସମୟରେ କମେଣ୍ଟ ବକ୍ସରେ ମଧ୍ୟ ସକରାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତେବେ ଏହି ଗୀତରେ ଉଭୟ ସ୍ୱୟମ ଏବଂ ଅନ୍ତରାଙ୍କ ସମେତ ସେମାନଙ୍କର ଅନେକ ଫ୍ୟାନ୍ସ ରିଲସ୍ ତିଆରି କରିସାରିଛନ୍ତି । ଆଗକୁ ଖୁବଶୀଘ୍ର ଗୀତଟି ଟ୍ରେଣ୍ଡିଂକୁ ଆସିବ ବୋଲି ଆଲୋଚନା ଆରମ୍ଭ ହୋଇଛି ।

Jul 13,2025, 16:00 PM IST

Video: ସବ୍ୟଙ୍କ ପାଇଁ ଅନନ୍ତା ହେବା ସହଜ ନଥିଲା, ଦେଖନ୍ତୁ ସୁଟିଂ ସେଟ୍ ଭିଡିଓ

Viral Video

Video: ସବ୍ୟଙ୍କ ପାଇଁ ଅନନ୍ତା ହେବା ସହଜ ନଥିଲା, ଦେଖନ୍ତୁ ସୁଟିଂ ସେଟ୍ ଭିଡିଓ

Ollywood: ଆଜି ଓଲିଉଡ ନାୟକ ସବ୍ୟସାଚୀ ମିଶ୍ର ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରି କହିଛନ୍ତି ଯେ, ଅନନ୍ତା ହେବା ଏତେ ସହଜ ନଥିଲା, ଅନେକ କଥା ଶିଖିବାକୁ ପଡିଲା। ଆଉ ତା ଭିତରେ ସବୁଠୁ ଖୁସି ଲାଗିଥିଲା ଯେତେବେଳେ ମତେ ଗୋଟେ ସିନ୍ (ଗୋଟେ ବୃଦ୍ଧ ଗରିବ ଚାଷୀକୁ ସାହାଯ୍ୟ) ପାଇଁ ଲଙ୍ଗଳ ଧରି ହଳ କରିବାର ଥିଲା। ଶୁଟିଂର ତିନିଦିନ ଆଗରୁ ମୁଁ ଆନ୍ତରିକତାର ସହ ହଳ କରିବା ଶିଖିବାକୁ ଚାହିଁଲି, କାରଣ ସିନ୍ ରେ ମୁଁ ଜଣେ ପ୍ରକୃତ ଚାଷୀ ଭଳି ଦେଖାଯିବାକୁ ଚାହୁଁଥିଲି। ଆମ ନିର୍ଦ୍ଦେଶକ ମଧ୍ୟ ମତେ ତିନି ଦିନ ଶୁଟିଂ ମଧ୍ୟାହ୍ନ ବିରତି ସମୟରେ ବିଲକୁ ଯିବାପାଇଁ ଛାଡିବା ସହ ଜୁଟେଇ ଦେଲେ ଜଣେ ପୋଖତ ଚାଷୀଙ୍କ ସହ। କହିପାରିବିନି କେତେ ଖୁସି ଲାଗୁଥିଲା ଶିଖିଲା ବେଳେ। ଚାଷ ପୂର୍ବରୁ ଓ ପରେ ଲଙ୍ଗଳକୁ ମୁଣ୍ଡିଆ ମାରିବା ସମୟରେ ଲାଗୁଥିଲା ମୁଁ ସତରେ ଗୋଟେ ଚାଷୀ ଓ ଏଇ ଲଙ୍ଗଳ ଧରିବା ବୋଧେ ଭାଗ୍ୟରେ ଥିଲେ ମିଳେ । ଜାଣି ପାରିଲି ଏହା କେତେ କଷ୍ଟ ଓ ଆମେ ଯେଉଁ ଖାଦ୍ୟ ଖାଉଛେ ତା ପଛରେ ଚାଷୀଙ୍କ କେତେ ପରିଶ୍ରମ ଅଛି। ଦୁଇ ରାଉଣ୍ଡ ହଳ ବୁଲେଇବା ଜିମ୍ ରେ ଚାରି ଘଣ୍ଟା ଟ୍ରେଡ଼ ମିଲ୍ ରେ ଦୌଡ଼ିବା ସାଙ୍ଗେ ସମାନ। ପ୍ରକୃତରେ ଅନନ୍ତା ସିନେମା ମତେ ଗାଁ ଓ ଗାଁର ପରିଶ୍ରମୀ ଲୋକଙ୍କୁ ଅତି ନିକଟରୁ ବୁଝିବାକୁ ସୁଯୋଗ ଦେଇଛି। ଆପଣଙ୍କୁ ଅନୁରୋଧ ନିଶ୍ଚୟ ପରିବାର ସହ ଅନନ୍ତା ଦେଖିବେ ଓ ଯେତେବେଳେ ଏଇ ସିନ୍ ଆସିବ... ସବୁ ଚାଷୀ ଭାଇଙ୍କ ପାଇଁ ଗୋଟେ ତାଳି ମାରିଦେବେ। ଜୟ କିଷାନ

Jun 17,2025, 22:13 PM IST

Trending news

Read More








;