India U19 squad for Tour of England: ଭାରତୀୟ ୧୯ ବର୍ଷରୁ କମ୍ ଟିମ୍ ଜୁନ୍ ମାସରେ ଇଂଲଣ୍ଡ ଗସ୍ତ କରିବ। ଯେଉଁଠାରେ ସେମାନେ ଆୟୋଜକ ଦଳ ବିପକ୍ଷରେ ପାଞ୍ଚଟି ୫୦ ଓଭର ମ୍ୟାଚ୍ ଏବଂ ଦୁଇଟି ଚାରି ଦିନିଆ ମ୍ୟାଚ୍ ଖେଳିବେ। ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ ଦଳ ଏବଂ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।
Trending Photos
IND vs ENG: ଭାରତୀୟ ସିନିୟର ଟିମ୍ ଜୁନ୍ ୨୦ ରୁ ଇଂଲଣ୍ଡ ଗସ୍ତ ଆରମ୍ଭ କରିବ। ଯାହା ପାଇଁ ସମସ୍ତ ପ୍ରଶଂସକ ଦଳ ଘୋଷଣା ହେବା ନେଇ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଜୁନ୍ ମାସରେ ଟିମ୍ ଇଣ୍ଡିଆର ୧୯ ବର୍ଷରୁ କମ୍ ଟିମ୍ ମଧ୍ୟ ଇଂଲଣ୍ଡ ଗସ୍ତ କରିବ। ଯାହା ପାଇଁ ବିସିସିଆଇ ଗୁରୁବାର ଦଳ ସମେତ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି। ୨୦୨୫ ଆଇପିଏଲ୍ ସିଜିନରେ ନିଜର ପ୍ରଦର୍ଶନ ପାଇଁ ଚର୍ଚ୍ଚାକୁ ଆସିଥିବା ୧୪ ବର୍ଷୀୟ ଯୁବ ବ୍ୟାଟସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି। ଯେତେବେଳେ କି ସିଏସକେ ପାଇଁ ଖେଳୁଥିବା ଆୟୁଷ ମହାତ୍ରେୟଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି।
ଘରୋଇ କ୍ରିକେଟ୍ ଏବଂ ଏହା ପରେ IPLରେ ଭଲ ପ୍ରଦର୍ଶନ ପାଇଁ ଆୟୁଷ ମହାତ୍ରେଙ୍କୁ ଇଂଲଣ୍ଡ ଗସ୍ତ ପାଇଁ BCCI ଦ୍ୱାରା ଘୋଷିତ ଭାରତୀୟ ୧୯ ବର୍ଷରୁ କମ୍ ଦଳରେ ସାମିଲ କରି ପୁରସ୍କୃତ କରାଯାଇଛି। ଏହି ସମେତ ବୈଭବଙ୍କୁ ସାରା ବିଶ୍ୱ କ୍ରିକେଟରେ ଚର୍ଚ୍ଚା ହେଉଛି। ସେ ମାତ୍ର ୧୪ ବର୍ଷ ବୟସରେ ଡେବ୍ୟୁ କରିଥିଲେ ଏବଂ IPLରେ ଜଣେ ଭାରତୀୟ ଖେଳାଳି ଭାବରେ ଦ୍ରୁତତମ ଶତକ ମାରିବାର ରେକର୍ଡ ମଧ୍ୟ କରିଥିଲେ। ବୈଭବ ନିଜର ଡେବ୍ୟୁ ଆଇପିଏଲ ସିଜିନରେ ୭ଟି ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ସହିତ ୨୫୨ ରନ୍ କରିଛନ୍ତି। ଭାରତୀୟ ୧୯ ବର୍ଷରୁ କମ୍ ଦଳର ଏହି ଗସ୍ତ ଜୁନ୍ ୨୪ ରୁ ଆରମ୍ଭ ହେବ ଏବଂ ଜୁଲାଇ ୨୩ ପର୍ଯ୍ୟନ୍ତ ଚାଲିବ।
ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ୧୯ ବର୍ଷରୁ କମ୍ ଟିମ୍
ଆୟୁଷ ମହାତ୍ରେ (ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ବିହାନ ମାଲହୋତ୍ରା, ମୌଲରାଜସିଂହ ଚାଭଡା, ରାହୁଲ କୁମାର, ଅଭିଜ୍ଞାନ୍ କୁଣ୍ଡୁ (ଉପ-ଅଧିନାୟକ ତଥା ୱିକେଟ୍ କିପର), ହରିବଂଶ ସିଂ (ୱିକେଟ୍ କିପର), ଆର ଏସ୍ ଅମ୍ବରେଶ, କନିଷ୍କ୍ ଚୌହାନ, ପ୍ରବୀଣ ରାଘବେନ୍ଦ୍ର, ମହମ୍ମଦ ଏନାନ, ଆଦିତ୍ୟ ରାଣା, ଅନମୋଲଜିତ ସିଂ।
ରିଜର୍ଭ ଖେଳାଳି - ନମନ ପୁଷ୍ପକ, ଡି ଦୀପେଶ, ବେଦାନ୍ତ ତ୍ରିବେଦୀ, ବିକଳ୍ପ ତିୱାରୀ, ଅଳଙ୍କୃତ ରାପୋଲ (ୱିକେଟ୍ କିପର)।
ଭାରତୀୟ ୧୯ ବର୍ଷରୁ କମ୍ ଦଳର ଇଂଲଣ୍ଡ ଗସ୍ତର ସମ୍ପୂର୍ଣ୍ଣ ସୂଚୀ
୫୦ ଓଭର ଅଭ୍ୟାସ ମ୍ୟାଚ୍ - ୨୪ ଜୁନ୍ (ଲଫବରୋ ବିଶ୍ୱବିଦ୍ୟାଳୟ)
ପ୍ରଥମ ଏକଦିବସୀୟ - ୨୭ ଜୁନ୍ (ହୋଭ)
ଦ୍ୱିତୀୟ ଦିନିକିଆ: ୩୦ ଜୁନ୍ (ନର୍ଥାମ୍ପଟନ୍)
ତୃତୀୟ ଦିନିକିଆ - ୨ ଜୁଲାଇ (ନର୍ଥାମ୍ପଟନ୍)
ଚତୁର୍ଥ ଏକଦିବସୀୟ - ୫ ଜୁଲାଇ (ୱର୍ସେଷ୍ଟର)
୫ମ ଏକଦିବସୀୟ - ୭ ଜୁଲାଇ (ୱର୍ସେଷ୍ଟର)
ପ୍ରଥମ ଚାରି ଦିନିଆ ମ୍ୟାଚ୍ - ୧୨-୧୫ ଜୁଲାଇ (ବେକେନହୋମ)
ଦ୍ୱିତୀୟ ଚାରି ଦିନିଆ ମ୍ୟାଚ୍ - ୨୦-୨୩ ଜୁଲାଇ (ଚେମସଫୋର୍ଡ)