Rishabh Pant Injury Update: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳକୁ ଏକ ବଡ଼ ଝଟକା ଲାଗିଛି। ରିଷଭ ପନ୍ତ ସମ୍ପୂର୍ଣ୍ଣ ସିରିଜ୍ରୁ ବାଦ ପଡ଼ିଛନ୍ତି। ମାଞ୍ଚେଷ୍ଟର ଟେଷ୍ଟ୍ର ପ୍ରଥମ ଦିନରେ ଆଘାତ ହୋଇ ବ୍ୟାଟିଂ କରି ପାରି ନ ଥିବା ଭାରତୀୟ ଟେଷ୍ଟ ଦଳର ୱିକେଟ୍କିପର ରିଷଭ ପନ୍ତଙ୍କୁ ପାଦ ଆଙ୍ଗୁଠି ଫ୍ରାକ୍ଚର ଯୋଗୁଁ ଛଅ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି।
Trending Photos
Rishabh Pant ruled out: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳକୁ ଏକ ବଡ଼ ଝଟକା ଲାଗିଛି। ରିଷଭ ପନ୍ତ ସମ୍ପୂର୍ଣ୍ଣ ସିରିଜ୍ରୁ ବାଦ ପଡ଼ିଛନ୍ତି। ମାଞ୍ଚେଷ୍ଟର ଟେଷ୍ଟ୍ର ପ୍ରଥମ ଦିନରେ ଆଘାତ ହୋଇ ବ୍ୟାଟିଂ କରି ପାରି ନ ଥିବା ଭାରତୀୟ ଟେଷ୍ଟ ଦଳର ୱିକେଟ୍କିପର ରିଷଭ ପନ୍ତଙ୍କୁ ପାଦ ଆଙ୍ଗୁଠି ଫ୍ରାକ୍ଚର ଯୋଗୁଁ ଛଅ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି।
ପ୍ଲେଇଂ ଇଲେଭେନ ପାଇଁ ଜଣେ ଖେଳାଳିଙ୍କ ସଂଖ୍ୟା କମ୍ ଥିବାରୁ, ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଡାକ୍ତରୀ ଦଳକୁ ଆବଶ୍ୟକ ହେଲେ ପେନକିଲର ନେବା ପରେ ପନ୍ତ ବ୍ୟାଟିଂ କରିପାରିବେ କି ନାହିଁ ତାହା ଯାଞ୍ଚ କରିବାକୁ କହିଛି। ଯଦିଓ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏକ ସୂତ୍ର ଦି ଇଣ୍ଡିଆନ ଏକ୍ସପ୍ରେସକୁ କହିଛି ଯେ ଏହା ଅସମ୍ଭବ।
ଚତୁର୍ଥ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନର ୬୮ତମ ଓଭରରେ ୩୭ ରନରେ ବ୍ୟାଟିଂ କରୁଥିବା ରିଷଭ ପନ୍ତ ଦ୍ରୁତ ବୋଲର କ୍ରିସ୍ ୱକ୍ସଙ୍କ ବିପକ୍ଷରେ ଏକ ପୂର୍ବ ଯୋଜନାବଦ୍ଧ ରିଭର୍ସ ସ୍ୱିପ୍ ଖେଳିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ବଲ ମିସ କରିଥିଲେ ଏବଂ ତାଙ୍କ ଡାହାଣ ଆଙ୍ଗୁଠିରେ ଆଘାତ ଲାଗିଥିଲା। ବଲଟି ପାଦ ଆଙ୍ଗୁଠିରେ ବାଜିଥିଲା। ଏହା ପରେ ରିଷଭ ପନ୍ତ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ଏବଂ ତଳେ ପଡ଼ି ରହିଥିଲେ। ଏହାପରେ ଫିଜିଓ ଆସିଥିଲେ ଓ ସେ ଏକ ଆମ୍ବୁଲାନ୍ସରେ ପଡ଼ିଆ ବାହରକୁ ଯାଇଥିଲେ।
ବିସିସିଆଇର ଏକ ସୂତ୍ର କହିଛନ୍ତି, 'ସ୍କାନ ରିପୋର୍ଟରେ ତାଙ୍କର ଆଘାତ ଦେଖାଯାଇଛି ଏବଂ ସେ ଛଅ ସପ୍ତାହ ପାଇଁ ପଡ଼ିଆ ବାହାରେ ଅଛନ୍ତି। ପେନକିଲର ଖାଇବା ପରେ ସେ ପୁଣି ବ୍ୟାଟିଂ କରିପାରିବେ କି ନାହିଁ ତାହା ଦେଖିବାକୁ ଡାକ୍ତରୀ ଦଳ ଚେଷ୍ଟା କରୁଛି। ତଥାପି ତାଙ୍କୁ ଚାଲିବା ପାଇଁ ସମର୍ଥନ ଆବଶ୍ୟକ। ଏପରି ପରିସ୍ଥିତିରେ ତାଙ୍କର ବ୍ୟାଟିଂ କରିବାର ସମ୍ଭାବନା ବହୁତ କମ୍ ଦେଖାଯାଉଛି।'
ଏହି ସମୟରେ ଚୟନ କମିଟି ୫ମ ଟେଷ୍ଟ ପୂର୍ବରୁ ଇଶାନ କିଶନଙ୍କୁ ଦଳରେ ସାମିଲ କରିବାକୁ ଯାଉଛି। କାରଣ ପନ୍ତ ଅନ୍ତିମ ମ୍ୟାଚ୍ର ଅଂଶ ହେବେ ନାହିଁ। ଭାରତ ବନାମ ଇଂଲଣ୍ଡ ୫ ମ୍ୟାଚ୍ ସିରିଜର ଅନ୍ତିମ ଟେଷ୍ଟ ୩୧ ଜୁଲାଇରୁ ୪ ଅଗଷ୍ଟ ପର୍ଯ୍ୟନ୍ତ ଓଭାଲରେ ଖେଳାଯିବ। ଇଶାନ କିଶନ ପ୍ରାୟ ୨ ବର୍ଷ ପରେ ଟେଷ୍ଟ କ୍ରିକେଟକୁ ଫେରିବେ।
ପ୍ରାୟ ୨୦ ମାସ ପରେ ଇଶାନ କିଶାନ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ। ଇଶାନ କିଶାନ ଶେଷ ଥର ପାଇଁ ୨୮ ନଭେମ୍ବର ୨୦୨୩ ରେ ଭାରତ ପାଇଁ ଖେଳିଥିଲେ। ଯାହା ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା। ସେ ନିଜର ଶେଷ ଟେଷ୍ଟ ମ୍ୟାଚ୍ ଜୁଲାଇ ୨୦୨୩ ରେ ପୋର୍ଟ ଅଫ୍ ସ୍ପେନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ।