Traffic Advisory: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଟ୍ରାଫିକ୍ କଟକଣା
Advertisement
Article Detail0/zeeodisha/odisha2839162

Traffic Advisory: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଟ୍ରାଫିକ୍ କଟକଣା

ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ରାଷ୍ଟ୍ରପତି କଟକ ଓ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ରାଷ୍ଟ୍ରପତି ଯିବାକୁ ଥ‌ିବା ବିଭିନ୍ନ କାର୍ଯ୍ୟକ୍ର

Traffic Advisory: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଟ୍ରାଫିକ୍ କଟକଣା

Traffic Advisory:ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ରାଷ୍ଟ୍ରପତି କଟକ ଓ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ରାଷ୍ଟ୍ରପତି ଯିବାକୁ ଥ‌ିବା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କଟକ ଏବଂ ଭୁବନେଶ୍ଵରର ବିଭିନ୍ନ ରୁଟ୍‌ରେ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି। 

ସୋମ‌ବାର ସନ୍ଧ୍ୟା ୫ଟା ୧୦ରୁ ୫ଟା ୫୦ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ, ଏଜି ଛକ, ରାଜଭବନ, ୧୨୦ ବାଟାଲିୟନ ଛକ, ଶାସ୍ତ୍ରୀନଗର, ଜୟଦେବ ବିହାର ଛକ, ଜାତୀୟ ରାଜପଥ ହୋଇ କସ୍ମୋପଲିସ୍ ଛକ, ଏମ୍ସ ଅଣ୍ଡର ପାସ୍‌, ବିପିଏସ୍‌ପିଏ କଟ୍, ଏମ୍ସ ଗୋଲେଇରୁ ଡାହାଣ ମୋଡ଼ ପର୍ଯ୍ୟନ୍ତ ଏବଂ ୬ଟା ୩୦ରୁ ୭ଟା ୫ ପର୍ଯ୍ୟନ୍ତ ଏମ୍‌ସ ହସ୍ପିଟାଲରୁ ରାଜଭବନ ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ । ମଙ୍ଗଳବାର ସକାଳ ୯ଟା ୩୦ରୁ ପୂର୍ବାହ୍ନ ୧୧ଟା ୧୦ ପର୍ଯ୍ୟନ୍ତ ରାଜଭବନରୁ ୧୨୦ ବାଟାଲିୟନ ଛକ ହୋଇ ଜୟଦେବ ବିହାର ଛକରୁ ବାମମୋଡ଼ ହୋଇ ନୟାପଲ୍ଲୀ ଅଣ୍ଡରପାସ୍‌ଠାରେ ୟୁଟର୍ନ ହୋଇ ଜାତୀୟ ରାଜପଥରୁ କଟକ ଲିଙ୍କ୍‌ରୋଡ, ଓମ୍‌ପି ଛକ, ମାଲ୍‌ଗୋଦାମ ଓଭରବ୍ରିଜ୍‌ରୁ ଡାହାଣ ମୋଡ଼ ହୋଇ ରେଭେନ୍ସା ବିଶ୍ବବିଦ୍ୟାଳୟ ରାସ୍ତା ବନ୍ଦ ରହିବ। 

ଦିନ ୧୧ଟା ୫୦ରୁ ୧୨ଟା ୨୫ପର୍ଯ୍ୟନ୍ତ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ବାମମୋଡ଼ କଟକ ସୁଇଟ୍ସ ଷ୍ଟଲ୍, ଯୋବ୍ରା ଛକ, ଗଡ଼ଗଡ଼ିଆ ମନ୍ଦିର, ଗୋପବନ୍ଧୁ ଛକ ହୋଇ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ ଯାଏ ରାସ୍ତା ବନ୍ଦ ରହିବ ୧୨ଟା ୨୫ରୁ ୧୨ଟା ୫୦ ଯାଏ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟରୁ ବକ୍ସି ବଜାର ଛକ, ଗୋପବନ୍ଧୁ ଛକ, ମାତାମଠ ଛକ, ସର୍କିଟ୍ ହାଉସ ପର୍ଯ୍ୟନ୍ତ ରାସ୍ତା ଓ ଅପରାହ୍ନ ୩ଟା ୧୦ରୁ ୩ଟା ୩୦ ଯାଏ ସର୍କିଟ୍ ହାଉସରୁ କ୍ୟାଣ୍ଟନମେଣ୍ଟ ଥାନା ହୋଇ ଆନନ୍ଦଭବନ ଛକ ଭେନ୍ୟୁ ଏବଂ ୩ଟା ୩୫ରୁ ୩ଟା ୫୫ ଯାଏ ସାରଳା ଭବନରୁ ଆନନ୍ଦ ଭବନ ଛକ ଏବଂ ଇନ୍‌ଡୋର ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ । 

ସେହିପରି ଅପରାହ୍ନ ୪ଟା ୫୦ରୁ ସନ୍ଧ୍ୟା ୬ଟା ୧୦ପର୍ଯ୍ୟନ୍ତ ଇନ୍‌ଡୋର ଷ୍ଟାଡିୟମରୁ କ୍ୟାଣ୍ଟନମେଣ୍ଟ ଥାନା ଛକ, ଯୋବ୍ରା ଛକ, ଓମ୍‌ପି ଛକରୁ ଜାତୀୟ ରାଜପଥ, ଜୟଦେବ ବିହାର ଛକ ବେହେରା ସାହି ଛକ, ହସ୍ପିଟାଲ ଛକରୁ ଏୟାରପୋର୍ଟ ଛକ ରାସ୍ତାରେ କଟକଣା ଲାଗୁ କରାଯାଇଛି। ସୋମବାର ଖୋର୍ଦ୍ଧାପଟୁ ଆସୁଥିବା ଭାରିଯାନଗୁଡ଼ିକ ପିତାପଲ୍ଲୀ ଛକରୁ ଭୁବନେଶ୍ବର ନ ଆସି ଚନ୍ଦକା ହୋଇ କଟକ ଯାଇପାରିବ। ସେହିପରି କଟକରୁ ଆସୁଥିବା ଭାରିଯାନ ବାଲିକୁଦା ଛକ ହୋଇ ପିତାପଲ୍ଲୀ ଛକ ଦେଇ ଯାଇପାରିବ। ମଙ୍ଗଳବାର ସକାଳ ୬ରୁ ସନ୍ଧ୍ୟା ୭ଟା ଯାଏ କୌଣସି ପ୍ରକାର ପରିବହନକାରୀ ଗାଡ଼ି ଓ ଭାରିଯାନ ଭୁବନେଶ୍ବର-କଟକ ସହର ଦେଇ ଜାତୀୟ ରାଜପଥରେ ଯାଇପାରିବ ନାହିଁ ବୋଲି ସୂଚନା ଦିଆଯାଇଛି।

;