ରାଜଧାନୀରେ ଡେଙ୍ଗୁ: ଜୁନ୍‍ ୧ରୁ ସ୍ୱତନ୍ତ୍ର ଅଭିଯାନ ଚଳାଇବ ଜନସ୍ୱାସ୍ଥ୍ୟ ବିଭାଗ
Advertisement
Article Detail0/zeeodisha/odisha2775279

ରାଜଧାନୀରେ ଡେଙ୍ଗୁ: ଜୁନ୍‍ ୧ରୁ ସ୍ୱତନ୍ତ୍ର ଅଭିଯାନ ଚଳାଇବ ଜନସ୍ୱାସ୍ଥ୍ୟ ବିଭାଗ

ଆସନ୍ତା ୧ ତାରିଖରୁ ଡେଙ୍ଗୁ ସମ୍ପର୍କରେ ସଚେତନତା ଅଭିଯାନକୁ ଜୋରଦାର କରାଯିବ ବୋଲି କହିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା ନୀଳକଣ୍ଠ ମିଶ୍ର।

ରାଜଧାନୀରେ ଡେଙ୍ଗୁ: ଜୁନ୍‍ ୧ରୁ ସ୍ୱତନ୍ତ୍ର ଅଭିଯାନ ଚଳାଇବ ଜନସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ବର୍ଷା ଦିନ ନ ଆସୁଣୁ ଡେଙ୍ଗୁ ଚିନ୍ତା ମୁଣ୍ଡ ବିନ୍ଧା ସୃଷ୍ଟି କରିଛି। ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ବ୍ୟକ୍ତିଙ୍କ ଡେଙ୍ଗୁରେ ମୃତ୍ୟୁ ହେବ ଘଟଣାକୁ ଜନସ୍ୱାସ୍ଥ୍ୟ ବିଭାଗ ଗମ୍ଭୀର ଭାବେ ଗ୍ରହଣ କରିଛି। ଆସନ୍ତା ୧ ତାରିଖରୁ ଡେଙ୍ଗୁ ସମ୍ପର୍କରେ ସଚେତନତା ଅଭିଯାନକୁ ଜୋରଦାର କରାଯିବ ବୋଲି କହିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା ନୀଳକଣ୍ଠ ମିଶ୍ର।

ସାଧାରଣତଃ ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଇଥାଏ। କିନ୍ତୁ ଚଳିତ ବର୍ଷ ବିଭିନ୍ନ ଅଞ୍ଚଳରେ ରାଜଧାନୀର ସଂକ୍ରମଣ ମୁଣ୍ଡବିନ୍ଧାର କାରଣ ହୋଇଛି। ପ୍ରାୟ ୧୫୦୦ ଜଣ ଏହି ପ୍ରକାର ଡେଙ୍ଗୁ ପ୍ରଭାବିତ ହୋଇଥିବା ପ୍ରଶାସନର ନଜରକ ଆସିଛି। ନୀଳାଦ୍ରୀ ବିହାର, ସାଲିଆସାହି ଭଳି ଅଞ୍ଚଳରେ ଡେଙ୍ଗୁ ପ୍ରଭାବ ଅତ୍ୟନ୍ତ ଉତ୍କଟ ରହିଛି। ଏହି ଅଞ୍ଚଳରେ ଡେଙ୍ଗୁ ପ୍ରଭାବକୁ କମ୍‍ କରିବା ପାଇଁ ରାଜ୍ୟ ଭୁବନେଶ୍ୱର ମ୍ୟୁନିସିପାଲିଟି ପକ୍ଷରୁ ଉଦ୍ୟମ କରାଯାଉଛି।

ତଥାପି ଗତକାଲି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଖବର ଆସିଛି। ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ଅନୁସାରେ ମୃତ୍ୟୁ କ’ଣ ପାଇଁ ହୋଇଛି ତାହାର ଯାଞ୍ଚ ଚାଲିଛି। ରକ୍ତ ନମୁନା ପରୀକ୍ଷା ପରେ ତାହା ସ୍ପଷ୍ଟ ହେବ। ତେବେ ରାଜଧାନୀରେ ଡେଙ୍ଗୁ ପ୍ରଭାବକୁ କମ୍‍ କରିବା ପାଇଁ ଆସନ୍ତା ପହିଲାରୁ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏଥିରେ ସଚେତନତା ବୃଦ୍ଧି ତଥା ମଶା ବଂଶ ବୃଦ୍ଧି କରୁଥିବା ଅଞ୍ଚଳଗୁଡ଼ିକ ଉପରେ ଧ୍ୟାନ ଦେଇ ସେଗୁଡ଼ିକୁ  ଭାଙ୍ଗିବାକୁ ଅଭିଯେନ ହେବ।

Also Read- ଏହି କଳାକାରଙ୍କ ସହିତ ଯାତ୍ରା ଅଭିନେତ୍ରୀ ମାମୁନି ଷଡଙ୍ଗୀ, ଫଟୋ ହେଉଛି ଭାଇରାଲ୍

Also Read- Rahu-Ketu Gochar 2025: ୨୯ ମଇରେ ରାହୁ କେତୁଙ୍କ ଚଳନ, ୪ ରାଶି ପାଇଁ ଆରମ୍ଭ ହେବ ସୁବର୍ଣ୍ଣ ସମୟ

;