Amit Shah Visit Odisha: ୧୦ରେ ଓଡ଼ିଶା ଆସିବେ ଅମିତ ଶାହା, ୧୧ରେ ପୁରୀ ଗସ୍ତ
Advertisement
Article Detail0/zeeodisha/odisha2744527

Amit Shah Visit Odisha: ୧୦ରେ ଓଡ଼ିଶା ଆସିବେ ଅମିତ ଶାହା, ୧୧ରେ ପୁରୀ ଗସ୍ତ

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆସନ୍ତା ୧୦ ତାରିଖରେ ଗୃହମନ୍ତ୍ରୀ ଶ୍ରୀ ଶାହ ଓଡ଼ିଶା ଗସ୍ତରେ ଆସିବେ। ୧୦ ତାରିଖରେ ସେ ସମ୍ବଲପୁର ଯିବେ ଓ ପରେ ଭୁବନେଶ୍ୱର ଏବଂ ପୁରୀ ଗସ୍ତ କରିବେ ବୋଲି କାର୍ଯ୍ୟକ୍ରମ ରହିଛି।  

Amit Shah Visit Odisha: ୧୦ରେ ଓଡ଼ିଶା ଆସିବେ ଅମିତ ଶାହା, ୧୧ରେ ପୁରୀ ଗସ୍ତ

Amit Shah Tourism: ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆସନ୍ତା ୧୦ ତାରିଖରେ ଗୃହମନ୍ତ୍ରୀ ଶ୍ରୀ ଶାହ ଓଡ଼ିଶା ଗସ୍ତରେ ଆସିବେ। ୧୦ ତାରିଖରେ ସେ ସମ୍ବଲପୁର ଯିବେ ଓ ପରେ ଭୁବନେଶ୍ୱର ଏବଂ ପୁରୀ ଗସ୍ତ କରିବେ ବୋଲି କାର୍ଯ୍ୟକ୍ରମ ରହିଛି। 

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଅମିତ ଶାହଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ୧୦ରେ ସମ୍ବଲପୁରରେ ପହଞ୍ଚି ପ୍ରଥମେ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିବେ। ପରେ ଭିମସାର୍ ସୁପର ସ୍ପେସାଲିଟି ହସ୍ପିଟାଲ୍‌ର ଉଦଘାଟନ ଘାଟନ କରିବେ। ସମ୍ବଲପୁରରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ସମ୍ବଲପୁର ଗସ୍ତ ସାରି ସେହିଦିନ ଅର୍ଥାତ ୧୦ ତାରିଖରେ ଭୁବନେଶ୍ବର ଆସିବେ ଶାହା। ଜଟଣୀରେ ଫାରେନ୍‌ସିକ୍ ବିଶ୍ଵ ବିଦ୍ୟାଳୟର ଶିଳାନ୍ୟାସ କରିବେ। ସେହିଦିନ ସଂଧ୍ୟାରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପୁରୀରେ ରାତ୍ରି ଯାପନ କରିବେ । ୧୧ ତାରିଖରେ ଶାହ ଭୁବନେଶ୍ୱର ଫେରି ଜନତା ମଇଦାନରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ। ଏହି ଅବସରରେ ୫ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏଥିସହ ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ସହ ଡବଲ ଇଞ୍ଜିନ ସରକାରରେ ହେଉଥିବା ବିକାଶ କାର୍ଯ୍ୟ ନେଇ ସମୀକ୍ଷା କରିବେ । ବିଜେପି ଶିବିର ଶାହଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ ରହିଛି ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କ‌ହିଛନ୍ତି।

ଶ୍ରୀ ଶାହଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ସୋମବାର ରାଜ୍ୟ ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ କରାଯାଇଛି। ବିଜେପି ରାଜ୍ୟ ସଭାପତି ମନମାହନ ସାମଲଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଶାହଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ନେଇ ଆଲୋଚନା ହୋଇଥିଲା । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ବିଜେପି ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ୪ ସାଂସଦ, ବିଧାୟକ ଉପସ୍ଥିତ ଥିଲେ। ସେହିପରି ଅନେକ ଦଳୀୟ ପଦାଧିକାରୀ ମଧ୍ୟ ଯୋଗ ଦେଇଥିଲେ।

ତେବେ ୧୦ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ ଛତିଶଗଡ଼ କାର୍ଯ୍ୟକ୍ରମ ସାରି ସ୍ୱତନ୍ତ୍ର ବିମାନରେ ଝାରସୁ ଗୁଡ଼ାରେ ପହଞ୍ଚିବେ। ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ସମ୍ବଲପୁର ଆସିବାର କାର୍ଯ୍ୟକ୍ରମ ରହିଛି।

;