Odisha Crime: ରାଜଧାନୀରେ ଚାଞ୍ଚଲ୍ୟ, ଅଶ୍ଳିଳ ଫଟୋ ଦେଖାଇ ମା, ଝିଅଙ୍କୁ ଦୁଷ୍କର୍ମ ଅଭିଯୋଗ
Advertisement
Article Detail0/zeeodisha/odisha2743063

Odisha Crime: ରାଜଧାନୀରେ ଚାଞ୍ଚଲ୍ୟ, ଅଶ୍ଳିଳ ଫଟୋ ଦେଖାଇ ମା, ଝିଅଙ୍କୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ଘରେ ସହକାରୀ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକ ବ୍ଲାକ୍‌ମେଲ୍ କରି ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅକୁ ବାରମ୍ବାର ଦୁଷ୍କର୍ମ କରିବା ଭଳି ଖବର ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ବରଗଡ ପୋଲିସ ଗିରଫ କରିଛି। ଯୌନପିପାସୁ ଅଭିଯୁକ୍ତଜଣକ ହେଲା ଯାଜପୁର ଜିଲ୍ଲା ଟମକା ଥାନ

Odisha Crime: ରାଜଧାନୀରେ ଚାଞ୍ଚଲ୍ୟ, ଅଶ୍ଳିଳ ଫଟୋ ଦେଖାଇ ମା, ଝିଅଙ୍କୁ ଦୁଷ୍କର୍ମ ଅଭିଯୋଗ

Odisha Crime:ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ଘରେ ସହକାରୀ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକ ବ୍ଲାକ୍‌ମେଲ୍ କରି ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅକୁ ବାରମ୍ବାର ଦୁଷ୍କର୍ମ କରିବା ଭଳି ଖବର ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ବରଗଡ ପୋଲିସ ଗିରଫ କରିଛି। ଯୌନପିପାସୁ ଅଭିଯୁକ୍ତଜଣକ ହେଲା ଯାଜପୁର ଜିଲ୍ଲା ଟମକା ଥାନା ନିପାଣିଆ ଅଞ୍ଚଳର ସରୋଜ କୁମାର ବେହେରା ଓରଫ ରବି(୨୨) ବୋଲି ଜଣାପଡିଛି। ତା’ ନିକଟରୁ ଜବତ ହୋଇଥିବା ମୋବାଇଲ୍‌ରେ ୬୦ରୁ ଅଧିକ ଅଶ୍ଳୀଳ ଭିଡିଓ ଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। 

ପୁଲିସ ସୂଚନାନୁସାରେ ଅଭିଯୁକ୍ତ ରବି ଓ ପୀଡ଼ିତା ବଡ଼ଗଡ଼ ଥାନା ଅଞ୍ଚଳରେ ଗୋଟିଏ ଜାଗାରେ ଏକାଠି କାମ କରୁଥିଲେ। ତେଣୁ ସେମାନଙ୍କ ମଧ୍ୟରେ ସ୍ବାଭାବିକ ଭାବେ ଭଲ ସମ୍ପର୍କ ଥିଲା। ରବି ମଝିରେ ମଝିରେ ମହିଳାଙ୍କ ଘରକୁ ଯା’ଆସ କରୁଥିଲା। କିନ୍ତୁ ରବି ମନରେ ଥିବା କୁତ୍ସିତ ଚିନ୍ତାଧାର ସମ୍ୟକ ସୂଚନା ପାଇପାରିନଥିଲେ ପିଡୀତା ଓ ତାଙ୍କ ପରିବାର। ସରଳ ବିଶ୍ଵାସର ଫାଇଦା ଉଠାଇବା ଚକ୍କରରେ ରବିର ନଜର ରହିଥିଲା ବୋଲି ପୀଡିତା ବୁଝିପାରି ନଥିଲେ। ସୁଯୋଗର ଫାଇଦା ଉଠାଇ ରବି ମହିଳା ଓ ତାର ତାଙ୍କ ନାବାଳିକା ଝିଅଙ୍କ ଗୋଧୋଇବା ବେଳର ଭିଡିଓ ଉତ୍ତୋଳନ କରିଥିଲା। ଅଶ୍ଳୀଳ ଭିଡିଓ ଦେଖାଇ ଭାଇରାଲ୍ କରିବାର ଧମକ ଦେଇ ସେ ମହିଳାଙ୍କୁ ବ୍ଲାକ୍‌ମେଲ୍ ଆରମ୍ଭ କରିଥିଲା ଅଭିଯୁକ୍ତ ରବି।  ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କଲା। ବେଇମାନ ରବିର ଅସଲ ଚେହେରା ଦେଖିବା ପରେ ମହିଳାଜଣକ ରାଗିଯାଇଥିଲେ ହେଁ ଲୋକଲଜ୍ଜା ଭୟରେ ତା’ ଆଗରେ ଆତ୍ମସମର୍ପଣ କରିଥିଲେ। ଅନୁରୂପ ଭାବେ ଯୌନପିପାସୁ ରବି ମହିଳାଙ୍କ ନାବାଳିକା ଝିଅକୁ ବ୍ଲାକ୍‌ମେଲ୍ କରିଥିଲା। ଫଳରେ ନାବାଳିକାଜଣକ ବି ରବିର ଶିକାର ପାଲଟିଗଲେ। କିନ୍ତୁ ଏହା ଜାଣିବା ପରେ ମା’ ମନ ସମ୍ଭାଳି ହୋଇ ନଥିଲା । ଲୋକଲଜ୍ଜାକୁ ପଛରେ ପକାଇ ସେ ପୁଲିସର ଦ୍ବାରସ୍ଥ ହେଲେ।

ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ବରଗଡ଼ ପୋଲିସ। ତେବେ ଯାଜପୁରରେ ଅଭିଯୁକ୍ତ ରବି ନାଁରେ ମାମଲା ଥିବା ନେଇ ସୂଚନା ରହିଛି। 

;