Operation Sindoor Live: ସକାଳ ଭଲ ହେବ କହିଲା କମିଶନରେଟ ପୁଲିସ
Advertisement
Article Detail0/zeeodisha/odisha2749233

Operation Sindoor Live: ସକାଳ ଭଲ ହେବ କହିଲା କମିଶନରେଟ ପୁଲିସ

ଭୁବନେଶ୍ୱର: କିଛି ରାତି ଲମ୍ବା ହୋଇଥାଏ, କିନ୍ତୁ ସକାଳ ହୋଇଥାଏ ଚମତ୍କାରୀ। ଭୁବନେଶ୍ୱର କମିଶନରେଟ ପୁଲିସ ପକ୍ଷରୁ ଏମିତି ଏକ ବାର୍ତ୍ତା ଦେଇ ଜନସାଧାରଣଙ୍କୁ ସଚେତନ କରାଯାଇଛି। ପାକିସ୍ତାନ ଉପରେ ଭାରତର ଆତଙ୍କବାଦ ବିରୋଧୀ ଆକ୍ରମଣ ଜାରି ରହିଥିବା ବେଳେ ଏମିତି ଏକ ବାର୍ତ୍ତା ଦେଇ ଜନସାଧାରଣଙ୍କୁ ସୁରକ୍ଷାର ଆତ୍ମବିଶ୍ୱାସ ଦେଇଛି ପୁ

Operation Sindoor Live: ସକାଳ ଭଲ ହେବ କହିଲା କମିଶନରେଟ ପୁଲିସ

Operation Sindoor Live: ଭୁବନେଶ୍ୱର: କିଛି ରାତି ଲମ୍ବା ହୋଇଥାଏ, କିନ୍ତୁ ସକାଳ ହୋଇଥାଏ ଚମତ୍କାରୀ। ଭୁବନେଶ୍ୱର କମିଶନରେଟ ପୁଲିସ ପକ୍ଷରୁ ଏମିତି ଏକ ବାର୍ତ୍ତା ଦେଇ ଜନସାଧାରଣଙ୍କୁ ସଚେତନ କରାଯାଇଛି। ପାକିସ୍ତାନ ଉପରେ ଭାରତର ଆତଙ୍କବାଦ ବିରୋଧୀ ଆକ୍ରମଣ ଜାରି ରହିଥିବା ବେଳେ ଏମିତି ଏକ ବାର୍ତ୍ତା ଦେଇ ଜନସାଧାରଣଙ୍କୁ ସୁରକ୍ଷାର ଆତ୍ମବିଶ୍ୱାସ ଦେଇଛି ପୁଲିସ। 
ଏହି ବାର୍ତ୍ତାରେ କୁହାଯାଇଛି ଯ, ଏହା ଏକ ଜଟିଳ ତଥା ସମ୍ବେଦନଶୀଳ ସମୟ। ଏହି ସମୟରେ ଭୀତତ୍ରସ୍ତ ହେବା ଉଚିତ ନୁହେଁ। କୌଣସି ଭାବେ ଗୁଜବକୁ ବିଶ୍ୱାସ ନକରିବାକୁ କହିଛି ପୁଲିସ। ନିଜର ଓ ନିଜ ପରିବାରର ଯତ୍ନ ନେବାକୁ କହିଛି ପୁଲିସ। ଆପଣଙ୍କ ସହ ସବୁବେଳେ ରହିଛି ଏବଂ ରହିବୁ ବୋଲି କହିଛି କମିଶନରେଟ ପୁଲିସ। 

ଆଜି ‘ଅପରେସନ୍‍ ସିନ୍ଦୁର’ରେ ଭାରତ ପାକିସ୍ତାନର ବଡ଼ ବଡ଼ ସହରରେ ଆକ୍ରମଣ ସମେତ ଆତଙ୍କବାଦ ବିରୁଦ୍ଧରେ ଏକ ନିର୍ଣ୍ଣାୟକ ମୋଡ଼ ଦେବାକୁ ଯାଉଛି। ଏହି ଆକ୍ରମଣରେ ପାକିସ୍ତାନରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ଖବର  ମିଳିଛି। 

ପାକିସ୍ତାନ ପ୍ରଧାନମନ୍ତ୍ରୀ ମଧ୍ୟ ସୁରକ୍ଷା ପାଇଁ ବଙ୍କରରେ ପ୍ରବେଶ କରିଥିବା ଖବର ସେନା ପକ୍ଷରୁ କୁହାଯାଇଛି। ଏହାସହ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ଯାଇ ପାକିସ୍ତାନର କରାଚି ବନ୍ଦରକୁ ଧ୍ୱସ୍ତ କରାଯାଇଛି।  ଲାହୋର, କରାଚି, ଇସ୍‍ଲାମବାଦ, ସିଆଲକୋଟ ଓ ପେଶାଓ୍ୱାରରେ ଭାରତର ଜବରଦସ୍ତ ଆକ୍ରମଣ ହୋଇଛି। ଆକ୍ରମଣ ବାବଦରେ ସୂଚନା ଦେଇଛି ଭାରତୀୟ ବାୟୁସେନା। 

ପାକିସ୍ତାନରେ ଏହି ଆକ୍ରମଣକୁ ଦେଖି ଗୃହଯୁଦ୍ଧ ଆରମ୍ଭ ହୋଇଛି। ପାକିସ୍ତାନର ବଲୋଚ ଲିବରେସନ୍‍ ଆର୍ମି ମଧ୍ୟ ପାକିସ୍ତାନ ସେନା ଉପରେ ଆକ୍ରମଣ କରିଛି। ପାକିସ୍ତାନର ବିରୋଧୀ ଦଳ ପିଟିଆଇ ନେତା ଇମ୍ରାନ ଖାନ୍‍ଙ୍କୁ ମୁକ୍ତ କରିବାକୁ ଦାବି କରି ରାଜନୀତିକ ଶୋଭାଯାତ୍ରା ମଧ୍ୟ ଆରମ୍ଭ ହୋଇଛି। 

ଭାରତରେ ମଧ୍ୟ ଏ ପରିସ୍ଥିତିର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ପାକିସ୍ତାନ ପକ୍ଷରୁ ବିଭିନ୍ନ ସ୍ତାନରେ ଡ୍ରୋନ ଆକ୍ରମଣ କରାଯାଇଛି। ପ୍ରାୟ ୧୫ ସହର ଉପରେ ବାରମ୍ବାର ରକେଟ ଓ ଡ୍ରୋନ ଆକ୍ରମଣ କରାଯାଇଥିଲେ ମଧ୍ୟ ଭାରତ ପକ୍ଷରୁ ତାହାକୁ ପଣ୍ଡ କରାଯାଇଛି। ନୂଆ ଦିଲ୍ଲୀର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କୁ ଖାଲି କରାଯାଇଛି। ବିଶେଷକରି ଇଣ୍ଡିଆ ଗେଟ୍ ନିକଟରେ ସତର୍କତା ରକ୍ଷା କରାଯାଇଛି। 

ଓଡ଼ିଶାରେ ଥିବା ପ୍ରତିରକ୍ଷା ଗବେଷଣା କେନ୍ଦ୍ରର ପରୀକ୍ଷାଗାର ଓ କ୍ଷେପଣାସ୍ତ୍ର ଘାଟିକୁ ସୁରକ୍ଷିତ କରିବା ଲାଗି ପୁଲିସ ସୁରକ୍ଷା ବଢ଼ାଇ ଦିଆଯାଇଥିବା ଖବର ମିଳିଛି। ଓଡ଼ିଶା ପୁଲିସ ପକ୍ଷରୁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି।

;