Trending Photos
Police Encounter: ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲା ବନ୍ଧୁକ। ବିଳମ୍ବିତ ରାତିରେ ଫୁଟିଲା ଗୁଳି। ପୋଲିସ ଏନକାଉଣ୍ଟରରେ ବ୍ରାଉନସୁଗାର ବେପାରୀ ଗୁରୁତର। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ଖଣ୍ଡଗିରି ଅଞ୍ଚଳରେ ବ୍ରାଉନସୁଗାର ବେପାରୀ ଶେଖ ଜାମସେଦ ଏନକାଉଣ୍ଟରରେ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଜାମସେଦର ଗୋଟରେ ପୋଲିସ ଗୁଳି ବାଜିଥିବା ନେଇ ଜଣାପଡିଛି। ଗୁରୁତର ଆହତ ହେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ପୋଲିସ ତା ନିକଟରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି।
ମିଳିଥିବା ସୂଚନା ଅନୁଯାୟୀ ପୋଲିସର ଏକ ସ୍ୱତନ୍ତ୍ର କ୍ରାଇମ ୟୁନିଟ ଖଣ୍ଡଗିରି ଅଞ୍ଚଳରେ ବ୍ରାଉନସୁଗାର ମାଫିଆ ଜାମସେଦକୁ ଏନକାଉଣ୍ଟର କରିଛି। ବିଳମ୍ବିତ ରାତିରେ ଜାମସେଦ ଖଣ୍ଡଗିରିକୁ ଯାଉଥିବା ବେଳେ ପୋଲିସ ତା ପିଛା କରିଥିଲା। ପୋଲିସକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଏନକାଉଣ୍ଟର କରିଥିଲା। ପୋଲିସର ପାଲଟା ଗୁଳି ଚାଳନାରେ ତା'ର ଗୋଡରେ ବାଜିଥିଲା ଗୁଳି । ବର୍ତ୍ତମାନ ଅଭିଯୁକ୍ତର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।
କମିଶନରେଟ୍ ପୋଲିସର ସୂତ୍ରରୁ ମିଳିଥିବା ମୁତାବକ, ଶେଖ୍ ଜାମସେଦ୍ ନିଶା କାରବାର ସହ ଜଡିତ ଅନେକ ମାମଲାରେ ସମ୍ପୃକ୍ତ ଥିଲା ଏବଂ ଏନେଇ ପୋଲିସ କିଛି ମାସ ହେଲା ତା' ଉପରେ ନଜର ରଖିଥିଲା । ଶେଷରେ ପୋଲିସକୁ ପଞ୍ଝାରେ ପଡିଛି ଏହି କୁଖ୍ୟାତ ନିଶା ବେପାରୀ ।