BJD Corporator Amaresh Jena: ଭୁବନେଶ୍ୱରର ବିଜେଡି କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆଙ୍କ ନାଁରେ ଆସିଛି ଦୁଷ୍କର୍ମ ଓ ଭୃଣ ହତ୍ୟାର ଅଭିଯୋଗ। ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ଲକ୍ଷ୍ମୀସାଗର ଥାନା ଗତକାଲି ଏକ ମାମଲା ରୁଜୁ କରିଥିବାବେଳେ ଆଜି ତାଙ୍କର ଡାକ୍ତରୀ ମାଇନା କରିଛି।
Trending Photos
BJD Corporator Amaresh Jena: ଭୁବନେଶ୍ୱରର ବିଜେଡି କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆଙ୍କ ନାଁରେ ଆସିଛି ଦୁଷ୍କର୍ମ ଓ ଭୃଣ ହତ୍ୟାର ଅଭିଯୋଗ। ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ଲକ୍ଷ୍ମୀସାଗର ଥାନା ଗତକାଲି ଏକ ମାମଲା ରୁଜୁ କରିଥିବାବେଳେ ଆଜି ତାଙ୍କର ଡାକ୍ତରୀ ମାଇନା କରିଛି। ଏହି ଅଭିଯୋଗର ୨୪ଘଣ୍ଟା ବିତିଯିବା ପରେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ।
ଯଦିଓ ଏହା ଏକ ୪ ମାସ ପୁରୁଣା ଘଟଣା କିନ୍ତୁ ଏମିତି ଏକ ପୁରୁଣା ଅଭିଯୋଗ ଦ୍ୱାରା ରାତିଅଧିଆ ଛାତ୍ର କଂଗ୍ରେସର ସଭାପତି ଉଦିତ୍ ପ୍ରଧାନଙ୍କୁ ନିକଟରେ ପୋଲିସ୍ ଗିରଫ କରିଥିଲା। ଏଣୁ ବାଇଆଁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହେବା ଏବେ ବିଭିନ୍ନ ଦିଗରୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ଖବର ଅନୁସାରେ ଜଣେ ୧୯ ବର୍ଷୀୟା ଯୁବତୀ ୨୩ ତାରିଖ ଦିନ ଏ ନେଇ ଲକ୍ଷ୍ମୀସାଗର ଥାନାରେ ଏକ ଅଭିଯୋଗ ଦାଖଲ କରିଛନ୍ତି। ଏହି ଅଭିଯୋଗରେ ବିଜେଡି କର୍ପୋରେଟର ଅମରେଶ ଜେନା ତାଙ୍କୁ ପ୍ରେମ, ପ୍ରତାରଣା, ଦୁଷ୍କର୍ମ ଓ ଭୃଣ ହତ୍ୟା ପାଇଁ ଉଦ୍ୟମ କରିଥିବା ଦର୍ଶାଇଛନ୍ତି। ଯୁବତୀଙ୍କ ଘର ମଧ୍ୟ ଲକ୍ଷ୍ମୀସାଗର ଥାନା ଅଂଚଳରେ । ୨୦୨୩ ସେପ୍ଟେମ୍ବର ମାସରେ ସମ୍ପୃକ୍ତା ଯୁବତୀଙ୍କ ସହ ପୁରୀରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବାର ଅଭିଯୋଗ ଆଣିଛନ୍ତି।
ଅମରେଶ ତାଙ୍କ ସହ ପ୍ରଥମଥର ପାଇଁ ଶାରୀରିକ ସମ୍ପର୍କ ରଖିବାବେଳେ ତାଙ୍କର ବୟସ ମାତ୍ର ୧୭ବର୍ଷ ଥିଲା ବୋଲି ଯୁବତୀ ଜଣକ ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ତେବେ ଚଳିତବର୍ଷ ଏପ୍ରିଲ ମାସଠୁ ସେ ତାଙ୍କୁ ଦୂରେଇବା ସହ ମାଡ଼ ମାରି ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବାର ଅଭିଯୋଗ କରିଛନ୍ତି। ଆଉ ଯୁବତୀଙ୍କ ଅଭିଯୋଗ ଆଧାରରେ ଲକ୍ଷ୍ମୀସାଗର ପୁଲିସ ଗତକାଲି ଭାରତୀୟ ନ୍ୟାୟ ସଂହିତାର ଧାରା ୬୪(୨)ଏମ), ୮୯, ୨୯୬, ୩୫୧(୨), ଓ ପେକସୋ ଆକ୍ଟ-୨୦୧୨ର ଧାରାର ୬ରେ ମାମଲା ରୁଜୁ କରିଛି। ଏହାସହିତ ଆଜି(ଜୁଲାଇ ୨୪)ରେ ଯୁବତୀଙ୍କୁ ଡାକ୍ତରୀ ମାଇନା କରିବା ସହ ଭାରତୀୟ ନ୍ୟାୟ ସଂହିତାର ଧାରା-୧୮୩ରେ ତାଙ୍କର ବୟାନ ରେକର୍ଡ କରିଥିବା ଜଣାପଡ଼ିଛି।