Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
1. ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ମହାମହିମ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦୁଇଦିନିଆ ଓଡ଼ିଶାଗସ୍ତରେ ଆସୁଛନ୍ତି। ସେ ପ୍ରଥମ ଦିନରେ ଭୁବନେଶ୍ୱ ଏମ୍ସର ସମାବର୍ତ୍ତନ ଉପତ୍ସବରେ ଯୋଗ ଦେବେ। ଆସନ୍ତା କାଲି କଟକସ୍ଥିତି ରେଭେନ୍ସା ମହାବିଦ୍ୟାଳୟର ସମବର୍ତ୍ତନ ଉତ୍ସବରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପଦକ ବଣ୍ଟନ କରିବେ। ଅପରାହ୍ଣରେ ଆଦିକବି ଶାରଳା ଦାସଙ୍କ ୬୦୦ତମ ଜୟନ୍ତୀ ଉତ୍ସବରେ ଯୋଗ ଦେଇ କଳାଙ୍ଗରତ୍ନ ପୁରସ୍କାର ପ୍ରଦାନ କରିବେ। ଏହାପରେ ସେ ନୂଆଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ରହିଛି।
2. ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଟ୍ରାଫିକ୍ କଟକଣା
ଆଜି ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖିରେ ରଖି ଭୁନେଶ୍ୱରରେ ଟ୍ରାଫିକ୍ କଟକଣା ଲାଗୁ ହୋଇଛି। ସନ୍ଧ୍ୟା ୫ଟା୧୦ରୁ ଏୟାରପୋର୍ଟରୁ ଜୟଦେବ ବିହାର ଦେଇ ଏମ୍ସ ପର୍ଯ୍ୟନ୍ତ ଟ୍ରାଫିକ୍ ଚଳାଚଳରେ କଟକଣା ଲାଗୁ କରାଯାଇଛି। ସେହିପରି ସନ୍ଧ୍ୟା ସାଢ଼େ ୬ଟାରୁ ୭ଟା ୫ ଯାଏ ଏମ୍ସ ଛକରୁ ବିମାନବନ୍ଦରଯାଏ ସାଧାରଣ ଗାଡ଼ି ଚଳାଚଳରେ କଟକଣା ରହିବ।
3. ଆଜି ଶ୍ରାବଣ ପ୍ରଥମ ସୋମବାର
ଆଜି ଶ୍ରାବଣମାସର ପ୍ରଥମ ସୋମବାର। ବିଭିନ୍ନ ଶିବ ମନ୍ଦିରରେ ଶ୍ରଦ୍ଧାଳୁ ପାଣି ଲାଗି ଲଗି ଭିଡ଼ ଜମାଇଛନ୍ତି। ବିଭିନ୍ନ ନଦୀରୁ ପାଣି ଆଣି ଶିବ ଲିଙ୍ଗରେ ଢାଳିବାର ପରମ୍ପରା ରହି ଆସିଛି।
4. ଛାତ୍ରୀ ଆତ୍ମାହୁତି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା
ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମକୁ ମୁଖ୍ୟମନ୍ତ୍ରୀ କଡ଼ାଶବ୍ଦରେ ନିନ୍ଦା କରିଛନ୍ତି। ଗତକାଲି ନୂଆଦିଲ୍ଲୀରୁ ଫେରି ସେ ଏମ୍ସରେ ପରିବାରବର୍ଗଙ୍କୁ ଭେଟିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନର ଆଶ୍ୱାସନା ଦେଇଛନ୍ତି। ଉଚ୍ଚଶିକ୍ଷେ ବିଭାଗ ଏ ନେଇ ଏକ କମିଟି ଗଠନ କରିଛି। ଏହି କମିଟି ରିପୋର୍ଟ ଦେବା ପରେ ଲ ବିଷ୍ରରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
5. ଆଜି ପ୍ରବଳ ବର୍ଷା ଆଶଙ୍କା
ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବା କାରଣରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଆସନ୍ତା କାଲି ସନ୍ଧ୍ୟାରେ ବର୍ଷା କମ୍ ହେବାର ସମ୍ଭାନା ଥିଲେ ମଧ୍ୟ ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଲଘୁଚାପର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
6. ବଜ୍ରପାତରେ ୫ ମୃତ
ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ହେତୁ ରବିବାର ୫ ଜଣଙ୍କ ମୃତ୍ୟୁ ହୋଇଛି। ଭଦ୍ରକରୁ ଜଣେ ସମ୍ବଲପୁରରୁ ଦୁଇଜଣ, ଯାଜପୁରରୁ ଜଣେ ଏବଂ କଟକ ଜିଲ୍ଲାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି।
7. ଅନାଥଙ୍କ ସର୍ବେକ୍ଷଣ ଆରମ୍ଭ
ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ ସ୍ଥାନରେ ଥିବା ଅନାଥ, ଭିନ୍ନକ୍ଷମ ବା ଦୂରାରୋଗ୍ୟ ରୋଗରେ ପୀଡ଼ିତ ଶିଶୁଙ୍କ ସର୍ବେକ୍ଷଣ ଆରମ୍ଭ ହୋଇଛି ।୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ସର୍ବେକ୍ଷଣ ମାସ ଶେଷ ଯାଏ ଚାଲିବ। ସରକାରଙ୍କ ଯଶୋଦା ଯୋଜନା ଅଧୀନରେ ପ୍ରତି ୪ ବର୍ଷରେ ଥରେ ଏହି ସର୍ବେକ୍ଷଣ କରାଯାଉଛି।
8. ଚୀନ ଗସ୍ତରେ ବୈଦେଶିକ ମନ୍ତ୍ରୀ
ଭାରତ-ଚୀନ ଭିତରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଲାଗି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ଚୀନ ଗସ୍ତରେ ଅଛନ୍ତି। ବିଭିନ୍ନ ପ୍ରସଙ୍ଗରେ ସେ ଚୀନ ପ୍ରତିପକ୍ଷଙ୍କ ସହ ଆଲୋଚନା କରିପାରନ୍ତି। ଗଲା ୬ ଦଶକ ଭିତରେ ଏବେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସବୁଠାରୁ ନିମ୍ନରେ ରହିଛି। ଏପ୍ରି-ମେ’ ୨୦୨୦ ମସିହାରେ ଦୁଇ ଦେଶ ମଧ୍ୟେରେ ସାମରିକ ଅଚଳାବସ୍ଥା ସହ ସମ୍ପର୍କ ତିକ୍ତ ହୋଇଥିଲା।
9. ବାଂଲାଦେଶ ସହ ଆମ୍ବ କୂଟନୀତି ଆମ୍
ତିକ୍ତ ସମ୍ପର୍କ ଭିତରେ ବାଂଲାଦେଶ ଭାରତ ସହ ‘ଆମ୍ବ କୂଟନୀତି’ ଜରି ରଖିଛି। ଏହି କ୍ରମରେ ଆଜି ବାଂଲାଦେଶରୁ ୧୦୦୦ କ୍ୱିଣ୍ଟାଲ୍ ହରିଭଙ୍ଗା ଆମ୍ବ ବାଂଲାଦେଶରୁ ଭାରତ ପହଞ୍ଚିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଏହି ଆମ୍ବ ଆସିବ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଦ୍ୱାରା ଦୁଇ ଦେଶ ଭିତରେ ସମ୍ପର୍କର ମଧୁରତାକୁ ବୃଦ୍ଧି କରିବା ପାଇଁ ଏହି ଉଦ୍ୟମ ଆରମ୍ଭ କରାଯାଇଥିଲା।
10. ୟୁକ୍ରେନକୁ ଯୁଦ୍ଧ ଯୋଗାଇବ ଆମେରିକା
ୟୁକ୍ରେନ୍ ଯୁଦ୍ଧକୁ ପ୍ରଶମିତ କରିବା ପାଇଁ ଚୀନ ଓ ଋଷ କଥାବାର୍ତ୍ତା ଚାଲିଥିବା ବେଳେ ଆମେରିକା ୟୁକ୍ରେନ୍କୁକ କ୍ଷେପଣାସ୍ତ୍ର ପଠାଇବା ବିଷୟ ଘୋଷଣା କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକା ଏହାର ଖର୍ଚ୍ଚ ବହନ କରିବ ନାହିଁ। କିନ୍ତୁ ୟୁକ୍ରେନକୁ ପାଟ୍ରିୟଟ କ୍ଷେପଣାସ୍ତ୍ର ପ୍ରଦାନ କରିବ। କିନ୍ତୁ କେତେ ସଂଖ୍ୟାରେ କ୍ଷେପଣାସ୍ତ୍ର ପ୍ରଦାନ କରିବ ସେ ବିଷୟରେ କିଛି କୁହାଯାଇ ନାହିଁ।