Top 10 News Today:କ୍ରାଇମ ବ୍ରାଞ୍ଚ କରିବ ତଦନ୍ତ, ଆଜି ଓଡ଼ିଶା ବନ୍ଦ ଓ ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2843434

Top 10 News Today:କ୍ରାଇମ ବ୍ରାଞ୍ଚ କରିବ ତଦନ୍ତ, ଆଜି ଓଡ଼ିଶା ବନ୍ଦ ଓ ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today:କ୍ରାଇମ ବ୍ରାଞ୍ଚ କରିବ ତଦନ୍ତ, ଆଜି ଓଡ଼ିଶା ବନ୍ଦ ଓ ୧୦ ବଡ଼ ଖବର

ଆଜି ଓଡ଼ିଶା ବନ୍ଦ
ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣାକୁ ନେଇ ଉଠୁଛି ପଡୁଛି ସାରା ରାଜ୍ୟ । ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରି ରାଜରାସ୍ତାକୁ ଓହ୍ଲାଉଛନ୍ତି । ସବୁ ବିରୋଧୀ ଦଳ ନ୍ୟାୟ ଦାବିରେ ହଲ୍ଲାବୋଲ କରୁଛନ୍ତି । ଆଜି ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଓ ରାଜ୍ୟରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ଦାବିରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ସମେତ ୮ ରାଜନୈତିକ ଦଳ ।  

ଆଜି ପେଟ୍ରୋଲ ପମ୍ପ ବନ୍ଦ
ରାଜ୍ୟରେ ବନ୍ଦ ରହିବ ସବୁ ପେଟ୍ରୋଲ ପମ୍ପ । ସକାଳ ୬ଟାରୁ ସଂଧ୍ୟା ୪ଟା ଯାଏଁ ସବୁ ପେଟ୍ରୋଲ ପମ୍ପ ବନ୍ଦ ରହିବ । ଏନେଇ ପେଟ୍ରୋଲ ଡିଲର ସଂଘ ନିଷ୍ପତ୍ତି ନେଇଛି । ରାଜ୍ୟରେ ଥିବା ୩ହଜାରରୁ ଅଧିକ ପୋଟ୍ରୋଲ ପମ୍ପ ବନ୍ଦ ରହିବ । ବ୍ୟବସାୟରେ ୧୦୦ କୋଟିରୁ ଅଧିକ କ୍ଷତି ହେବ । ସୂଚନା ଦେଇଛନ୍ତି ପେଟ୍ରୋଲ ଡିଲର ସଂଘ ରାଜ୍ୟ ସଭାପତି । ସୁରକ୍ଷାକୁ ଦୃଷ୍ଟିରେ ରଖି ସଂଧ୍ୟା ୪ଟା ପରେ ପେଟ୍ରୋଲ ପମ୍ପ ଖୋଲିବ । ସରକାର ସୁରକ୍ଷା ଦେବା ପରେ ପେଟ୍ରୋଲ ପମ୍ପ ଖୋଲିବ । ୩ ଡିପୋ ସହ ୩ହଜାରରୁ ଅଧିକ ପୋଟ୍ରୋଲ ପମ୍ପ ବନ୍ଦ ରହିବ । 

କ୍ରାଇମ ବ୍ରାଞ୍ଚ କରିବ ତଦନ୍ତ
କ୍ରାଇମବ୍ରାଞ୍ଚ ହାତକୁ ଗଲା ଛାତ୍ରୀଙ୍କ ଆତ୍ମହୁତି ଘଟଣା । ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଘଟଣା ଉପରୁ ହଟିବ ପରଦା । ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ହେବ । ଏହି ଘଟଣାରେ ଯେକେହିବି ଦୋଷି ଥିବେ ସେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶା ରହିଛି । ତଦନ୍ତ କରିବ ମହିଳା ଓ ଶିଶୁ ବିରୋଧୀ ଅପରାଧ ଶାଖା । ଡିଏସ୍‌ପି ଇମାନ କଲ୍ୟାଣ ନାୟକଙ୍କୁ ତଦନ୍ତ ଭାର ଦିଆଯାଇଛି । ତଦନ୍ତ ଦାୟିତ୍ୱ ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ତଦନ୍ତ ଅଧିକାରୀଙ୍କୁ ସହଯୋଗ କରିବେ ଇନ୍ସପେକ୍ଟର ପାଞ୍ଚାଳି ରାଉତ ।

ମୃତ ସୌମ୍ୟାଙ୍କ ଭାଇ ଦେଲେ ଏତଲା
ଅସାମାଜିକ ସୋସିଆଲ୍ ମିଡିଆରେ ସୌମ୍ୟାଶ୍ରୀଙ୍କ ପରିବାର ଲୋକଙ୍କୁ ଲାଞ୍ଚନା ଦେଉଥିବା ନେଇ ଅଭିଯୋଗ ଆଣିଛନ୍ତି ସୌମ୍ୟାଙ୍କ ଭାଇ। ସରକାରଙ୍କ ସହ ଡିଲ୍ କରି ଟଙ୍କା ନେଇ ଆମ ପରିବାର ମୁଣ୍ଡ ବିକ୍ରି କରିଦେଇଛୁ ବୋଲି ସେମାନେ ପ୍ରଚାର କରୁଛନ୍ତି। ଅପପ୍ରଚାରକାରୀମାନଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ପାଇଁ ଭୋଗରାଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ସୌମ୍ୟାଶ୍ରୀଙ୍କ ସାନ ଭାଇ ସୌମ୍ୟରଞ୍ଜନ ମିଶି । ଯଦି ପୁଲିସ୍ ସେମାନଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବ, ସମସ୍ତେ ଆତ୍ମହତ୍ୟା କରିବୁ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି ସୌମ୍ୟାଶ୍ରୀଙ୍କ ଭାଇ। ଅଭିଯୋଗ ହେଲା ପରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଦର୍ଶ ସ୍କୁଲ ଛାତ୍ରଙ୍କ ଦେୟ ମୁକ୍ତ
ରାଜ୍ୟ କ୍ୟାବିନେଟ ବୈଠକରେ ୧୧ ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ । ଆଦର୍ଶ ସ୍କୁଲରେ ଛାତ୍ରଙ୍କ ଦେୟକୁ ଛାଡ଼ କଲେ ସରକାର । ୫ ବର୍ଷରେ ଖର୍ଚ୍ଚ ହେବ ୩୫୦ କୋଟି । ମାସିକ ୨ ହଜାର ଟଙ୍କା ଦେୟ ଦେଉଥିଲେ ଛାତ୍ରଛାତ୍ରୀ । ରାଜ୍ୟ ସରକାର କ୍ୟାବିନେଟ୍‌ରେ ଆଜି ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସ୍ଵରାଷ୍ଟ୍ର, ସ୍ୱାସ୍ଥ୍ୟ, ଶକ୍ତି, ରାଜସ୍ୱ, ଗୃହ ନିର୍ମାଣ, ଗଣଶିକ୍ଷା ଆଦି ବିଭାଗରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ କ୍ୟାବିନେଟ୍‌ ବୈଠକରେ ଆଲୋଚନା ହୋଇଥିଲା ।

ସ୍ନାତକ ପାଠ୍ୟକ୍ରମ ସ୍ପଟ୍‌ ନାମଲେଖା ଅବଧି ଜୁଲାଇ ୧୯କୁ ବଢ଼ିଲା
ରାଜ୍ୟର ଉଚ୍ଚ ଶିକ୍ଷା ବିଭାଗ ସ୍ନାତକ ପାଠ୍ୟକ୍ରମ ପାଇଁ ସ୍ପଟ ନାମଲେଖା ଅବଧିକୁ ବୃଦ୍ଧି କରିଛି। ପୂର୍ବରୁ ବୁଧବାର ସରିବାକୁ ଥିବା ଏହି ନାମଲେଖା ଅବଧିକୁ ଜୁଲାଇ ୧୯ ତାରିଖ ଯାଏଁ ବଢ଼ାଯାଇଛି। ପ୍ରେସ୍‌ ରିଲିଜ ଜରିଆରେ ସୂଚନା ଜାରି କଲା ଉଚ୍ଚ ଶିକ୍ଷା ବିଭାଗ । ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ (SAMS) ମାଧ୍ୟମରେ ଏହି ବର୍ଦ୍ଧିତ ସମୟ ମଧ୍ୟରେ ନାମଲେଖା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଛାତ୍ରଛାତ୍ରୀମାନଙ୍କୁ ଅଧିକ ସମୟ ପ୍ରଦାନ କରିବ ।

ଆଜି ବନକଲାଗି ନୀତି
ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି । ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଖାର କରିବେ ଦତ୍ତ ମହାପାତ୍ର ସେବାୟତ। ଏଥିଲାଗି ଶ୍ରୀମନ୍ଦିରରେ ସାଢ଼େ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଶ୍ରାବଣ କୃଷ୍ଣ ସପ୍ତମୀ ତିଥି ଥିବାରୁ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ବତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ସାଢ଼େ ୬ରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହା ପରଠାରୁ ପୁଣି ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ସ୍ବାଭାବିକ କରାଯିବ।

ବନ୍ଦ ରହିବ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ
ଅନିବାର୍ଯ୍ୟ କାରଣ ଯୋଗୁଁ ଭୁବନେଶ୍ୱରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଜୁଲାଇ ୨୧ ତାରିଖରେ ବନ୍ଦ ରହିବ। ଅଶୋକ ନଗରର ୟୁନିଟ୍-II ରେ ଥିବା ପ୍ରକୋଷ୍ଠ ଏହି ଦିନ ଅଭିଯୋଗ ଶୁଣାଣି କରିବ ନାହିଁ। ଯଦିଓ ଜୁଲାଇ ୨୧ ରେ ହେବାକୁ ଥିବା ସମସ୍ତ ଅନଲାଇନ୍-ପଞ୍ଜିକୃତ ଅଭିଯୋଗ ପରବର୍ତ୍ତୀ ଜନଶୁଣାଣି ସମୟରେ ଗ୍ରହଣ କରାଯିବ। 

୨୧ରୁ ସଂସଦର ମୌସୂମୀ ଅଧିବେଶନ
ସଂସଦର ମୌସୁମୀ ଅଧିବେଶନ ୨୧ ଜୁଲାଇ ୨୦୨୫ ରୁ ଆରମ୍ଭ ହେବ ଏବଂ ୨୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ ପୂର୍ବରୁ ୧୨ ଅଗଷ୍ଟ ପର୍ଯ୍ୟନ୍ତ ସ୍ଥିର କରାଯାଇଥିଲା। କିନ୍ତୁ ସରକାର ଏହାକୁ ଗୋଟିଏ ସପ୍ତାହ ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ଏବଂ ବିରୋଧୀ ଦଳଗୁଡ଼ିକ ଏହି ଅଧିବେଶନ ପାଇଁ ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି। ଏହି ସମୟ ମଧ୍ୟରେ ସଂସଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରାଯିବ।

ଲଘୁଚାପ କ୍ଷେତ୍ର ସକ୍ରିୟ, ୨୨ ଜିଲ୍ଲାରେ ଭୀଷଣ ବର୍ଷା!
ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ଆସନ୍ତୁ ଜାଣିବା ଆଜି କେଉଁସବୁ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ପଶ୍ଚିମ ବିହାର ଓ ସଂଲଗ୍ନବର୍ତ୍ତୀ ପୂର୍ବ ଉତ୍ତରପ୍ରଦେଶ ଉପରେ ସଦୃଷ୍ୟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା କ୍ରମଶଃ ପଶ୍ଚିମ-ଉତ୍ତର  ଦିଗରେ ଦକ୍ଷିଣ ପଶ୍ଚିମ ବିବାହ ଓ  ପୂର୍ବ ଉତ୍ତର ପ୍ରଦେଶ ଆଡ଼କୁ ଗଡି କରିବ। ଫଳରେ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ। ରାଜ୍ୟରେ ଏତେ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ। ଆଜି ରାଜ୍ୟରେ ଅଳ୍ପ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। 

ତାରିଣୀ ଦର୍ଶନ ସାରି ଫେରିବା ବେଳେ ଭାରସାମ୍ୟ ହରାଇ ଓଲଟିଲା କାର୍, ଜଣେ ମୃତ
ଘଟଗାଁ ତାରଣୀ ଦର୍ଶନ ସାରି ଫେରିବା ବେଳେ ଭାରସାମ୍ୟ ହରାଇ ଓଲଟିଲା କାର୍। ଜଣେ ମୃତ ୮ ଗୁରୁତର। ଗଞ୍ଜାମ ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

;