Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
ଆଜିଠୁ ସଂସଦର ମୌସୂମୀ ଅଧିବେଶନ
ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ସକାଳ ୧୧ଟାରେ ନିର୍ଦ୍ଧାରିତ ନୀତି ଅନୁସାରେ ଦୁଇ ଗୃହରେ ବୈଠକ ଆରମ୍ଭ ହେବ। ଏଥିଲାଗି ଉଭୟ ସରକାରୀ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ ବିରୋଧୀ ଦଳ ବି ପକ୍ଷ ରଖିବା ଲାଗି ପ୍ରସ୍ତୁତ ହୋଇଛନ୍ତି। କାର୍ଯ୍ୟକ୍ରମ ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ଆଜି ସଂସଦରେ ଦୁଇଟି ବିଧେୟକ ଆଲୋଚନା ପାଇଁ ଉପସ୍ଥାପନ କରାଯିବ। ଏଥିରୁ ଗୋଟିଏ ଲୋକସଭାରେ ନୂଆ ବିଧାୟକ ହୋଇଥିବାବେଳେ ଅନ୍ୟଟି ପୂର୍ବରୁ ଲୋକସଭାରେ ଗୃହୀତ ହୋଇ ଆଜି ରାଜ୍ୟସଭାରେ ବିଚାର ପାଇଁ ଉପସ୍ଥାପନ କରାଯିବ। ଆସନ୍ତୁ ନଜର ପକାଇବା ଆଜି କ’ଣ ରହିଛି କାର୍ଯ୍ୟକ୍ରମ ଆଜେଣ୍ଡା।
ଦୁଷ୍କର୍ମ ଅଭିଯୋଗରେ କଂଗ୍ରେସ ନେତା ଗିରଫ
ବଳତ୍କାର ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ । ତାଙ୍କୁ ମଞ୍ଚେଶ୍ୱର ପୋଲିସ ଗତକାଲି ରାତିରେ ଗିରଫ କରିଛି । ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ବଳତ୍କାର କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି । ଉଦିତଙ୍କ ବିରୋଧରେ ବିଏନଏସ ଧାରା ୬୪(୧), ୧୨୩, ୨୯୬, ୭୪,୩୫୧(୨) ଅଧିନରେ ମାମଲା ରୁଜୁ ହୋଇଛି ।
ବଳଙ୍ଗା ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ
ପୁରୀ ବଳଙ୍ଗା ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାବେଳେ ତାଙ୍କୁ ଦିଲ୍ଲୀ ଏମ୍ସକୁ ନିଆଯାଇଛି । ଏହାରି ମଧ୍ୟରେ ଦିଲ୍ଳୀ ଏମ୍ସରୁ ବଡ଼ ଖବର ଆସି ପହଞ୍ଚିଛି । ଦିଲ୍ଲୀ ଏମ୍ସରେ ଡାକ୍ତର କହିଛନ୍ତି ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ବର୍ଣ୍ଣ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବ୍ଳକ୍ରେ ଚିକିତ୍ସା ଚାଲିଛି । ଅକ୍ସିଜେନ୍ ସପୋର୍ଟରେ ପୀଡିତା ଅଛନ୍ତି । ଡାକ୍ତରୀ ଟିମ୍ ତାଙ୍କ ସ୍ବସ୍ଥ୍ୟ ଉପରେ ନଜର ରଖିଛନ୍ତି ବୋଲି ଦିଲ୍ଳୀ ଏମ୍ସର ଡାକ୍ତର କହିଛନ୍ତି ।
୨୪ରୁ ଲଘୁଚାପ, ପ୍ରବଳ ବର୍ଷିବ
ଜୁଲାଇ ୨୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଦ୍ବାରା ୨୩ ଓ ୨୪ ତାରିଖରେ ମୟୂରଭଞ୍ଜ, ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା, ଘଡ଼ଘଡ଼ି, ବିଜୁଳି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବାକି ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷାର ପ୍ରଭାବ ରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୨୫ ଓ ୨୬ ତାରିଖରେ ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ସହ ଘଡ଼ଘଡ଼ି ହୋଇପାରେ।
ଛାତ୍ରୀ ଆତ୍ମାହୁତି: କ୍ରାଇମ୍ବ୍ରାଞ୍ଚ ହାତରେ ପ୍ରମାଣ
ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ସରକାର ଗୁରୁତ୍ବର ସହ ନେଇଛନ୍ତି ଏବଂ ତଦନ୍ତ ମଧ୍ୟ ଖୁବ୍ ସତର୍କତାର ସହ କରାଯାଉଛି। ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ମିଳିସାରିଥିବା ବେଳେ ସାକ୍ଷୀମାନେ ବଦଳାଉଥିବା ବୟାନ କିଛିଟା ସମସ୍ୟା ସୃଷ୍ଟି କରୁଛି। ସେମାନେ ପୁଲିସ ଆଗରେ ଗୋଟିଏ କଥା କହୁଥିବା ବେଳେ ସାମାଜିକ ଗଣମାଧ୍ୟମରେ ଭିନ୍ନ ଭିନ୍ନ ବୟାନ ଦେଉଛନ୍ତି ବୋଲି ଆଜି ବାଲେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର।
ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରୁ ହଟିଲା ପାଇକ ବିଦ୍ରୋହ ବିଷୟ
ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରୁ ୧୮୧୭ ମସିହାରେ ଓଡ଼ିଶାର ପାଇକ ବିଦ୍ରୋହକୁ ହଟାଇଲା ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT)। ଯାହାକୁ ନେଇ ସମାଜବାଦୀ ପାର୍ଟି ନେତା ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ ଉଠାଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ଏନେଇ ଜାତୀୟ ଗଣମାଧ୍ୟମ ଟେଲିଗ୍ରାଫରେ ଖବର ପ୍ରକାଶ ପାଇଛି। ୨୦୧୭ ମସିହାରେ, ଏନ୍ସିଇଆର୍ଟି ଅଷ୍ଟମ ଶ୍ରେଣୀ ଇତିହାସ ବହିରେ "ଆୱାର ପାଷ୍ଟ-III" ରେ ଓଡ଼ିଶାର ଖୋର୍ଦ୍ଧା ବିଦ୍ରୋହ ଉପରେ ନୂଆ ବିଷୟବସ୍ତୁ ଯୋଡ଼ିଥିଲା। ଯାହାକୁ "ପ୍ରଥମ ବ୍ରିଟିଶ ବିରୋଧୀ ବିଦ୍ରୋହ" ଭାବରେ ବର୍ଣ୍ଣନା କରାଯାଇଥିଲା।
ପ୍ଲାଷ୍ଟିକ ବୋତଲରେ ମିଳିବନି ପେଟ୍ରୋଲ
ପ୍ଲାଷ୍ଟିକ ବୋତଲରେ ମିଳିବନି ପେଟ୍ରୋଲ । ବାଲେଶ୍ବର ଛାତ୍ରୀ ମୃତ୍ୟୁ ଓ ବଳଙ୍ଗା ଘଟଣା ପରେ ପେଟ୍ରୋଲିୟମ ଡିଲରସ ଆସୋସିଏସନର ଏଭଳି ନିଷ୍ପତ୍ତି । ଆସନ୍ତାକାଲି ଠାରୁ ଏହି ନିୟମକୁ କଡାକଡି ଭାବରେ ଲାଗୁ କରିବାକୁ ଯାଉଛି । ଆଗରୁ ନିୟମ ଥିଲେ ମଧ୍ୟ ବିଭିନ୍ନ ପେଟ୍ରୋଲ ପମ୍ପରେ ଏହାକୁ ଅନୁପାଳନ କରୁନଥିଲେ ।
ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣା: ବୟାନ ବଦଳାଉଛନ୍ତି ସାକ୍ଷୀ
ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ସରକାର ଗୁରୁତ୍ବର ସହ ନେଇଛନ୍ତି ଏବଂ ତଦନ୍ତ ମଧ୍ୟ ଖୁବ୍ ସତର୍କତାର ସହ କରାଯାଉଛି। ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ମିଳିସାରିଥିବା ବେଳେ ସାକ୍ଷୀମାନେ ବଦଳାଉଥିବା ବୟାନ କିଛିଟା ସମସ୍ୟା ସୃଷ୍ଟି କରୁଛି। ସେମାନେ ପୁଲିସ ଆଗରେ ଗୋଟିଏ କଥା କହୁଥିବା ବେଳେ ସାମାଜିକ ଗଣମାଧ୍ୟମରେ ଭିନ୍ନ ଭିନ୍ନ ବୟାନ ଦେଉଛନ୍ତି ବୋଲି ଆଜି ବାଲେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର।
ବାଲେଶ୍ୱରରେ ପୁଣି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ
ବାଲେଶ୍ୱର ରାଇବଣିଆରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବିଳମ୍ବିତ ରାତିରେ ବସ୍ତା ଥାନା ପକ୍ଷରୁ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପାଲ, ଏବଂ ଗଣିତ ଶିକ୍ଷକ କୈଳାସ ଚନ୍ଦ୍ରଙ୍କୁ ଗିରଫ କରାଯାଇଛି। ଆଠଦିନ ତଳେ ଗଣିତ ଶିକ୍ଷକ ଛାତ୍ରୀଙ୍କୁ ଅସଦାଚରଣ କରୁଥିବର ଅଭିଯୋଗ କରିଛନ୍ତି ଛାତ୍ରୀ।
ଭିଏତନାମରେ ଡଙ୍ଗା ଓଲଟି ୩୪ ପର୍ଯ୍ୟଟକଙ୍କ ମୃତ୍ୟୁ
ଭିଏତନାମରେ ଝଡ଼ ତାଣ୍ଡବ ରଚିଛି। ହଠାତ୍ ଝଡ଼ ଯୋଗୁ ଏକ ପର୍ଯ୍ୟଟକ ଡଙ୍ଗା ଓଲଟି ପଡ଼ି ୩୪ ଜଣଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ, ୱଣ୍ଡର ସି ଡଙ୍ଗାଟି ୪୮ଜଣ ଯାତ୍ରୀ ଏବଂ ପାଞ୍ଚ ଜଣ କ୍ରୁ ସଦସ୍ୟଙ୍କୁ ନେଇ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହା ଲଙ୍ଗ ବେ ଅଭିମୁଖେ ଯାତ୍ରା କରୁଥିଲା।