Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
ଇସ୍ତଫା ଦେଲେ ଉପରାଷ୍ଟ୍ରପତି
ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୋମବାର ହଠାତ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତିଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ ଡାକ୍ତରଙ୍କ ପରାମର୍ଶ ଏବଂ ସ୍ବାସ୍ଥ୍ୟର ଯତ୍ନକୁ ଅଗ୍ରାଧିକାର ଦେଇ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ସମ୍ବିଧାନର ଧାରା ୬୭(କ) ଅନୁସାରେ ସେ ଇସ୍ତଫା ଦେଇଛନ୍ତି। ତେଣୁ ତାଙ୍କ ଇସ୍ତଫା ତତ୍କାଳ କାର୍ଯ୍ୟକାରୀ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଧନଖଡ଼ ପଠାଇଥିବା ଇସ୍ତଫା ପତ୍ରରେ ତାଙ୍କର ଅକୁଣ୍ଠ ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି।
କ୍ରୀଡ଼ାବିତଙ୍କୁ ଦୁଷ୍କର୍ମ, ୨ କୋଚ ଅଟକ
ଯାଜପୁରରୁ ପୁଣି ଆସିଲା ଦୁଷ୍କର୍ମ ଅଭିଯୋଗ। ଏଥର କିନ୍ତୁ ଶିକାର ହୋଇଛନ୍ତି କ୍ରୀଡାବିତ। ଯାଜପୁରର ଜଣେ ନାବାଳିକା କ୍ରୀଡାବିତଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି। ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିବାର ସୂଚନା ରହିଛି।
ଅସଦାଚରଣ ଅଭିଯୋଗରେ ଦୁଇ ଶିକ୍ଷକ ଗିରଫ
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଦ୍ୟାଳୟର ଦୁଇ ଜଣ ସହକାରୀ ଶିକ୍ଷକ ଗିରଫ ହୋଇଛନ୍ତି। ଏହି ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ ଆସିଛି। ସୂଚନା ଅନୁସାରେ ଜଳେଶ୍ୱର ବ୍ଲକ ଅଧିନ ଏକ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଙ୍କ ମାଆ ଗତକାଲି ଜଣେ ଶିକ୍ଷକ ତାଙ୍କ ଝିଅଙ୍କ ଅସଦାଚରଣ କରିଥଇବା ନେଇ ରାଇବଣିଆ ଥାନାରେ ଅଭିଯୋଗ କରିଥିଲେ।
ଖୁବଶୀଘ୍ର ହୋଇପାରେ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ
ଖୁବଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ। ଏପରିକି ମନ୍ତ୍ରିମଣଣ୍ଡଳର ଖାଲିଥିବା ପଦବୀ ବି ପୂରଣ ହୋଇପାରେ। ହଠାତ୍ ମୁଖ୍ୟମନ୍ତ୍ରୀ ରାଜଭବନ ଯାଇ ରାଜ୍ୟପାଳ ହରିବାକୁ କମ୍ଭମପାଟିଙ୍କୁ ସାକ୍ଷାତ ଓ ଆଲୋଚନା କରିବା ପରେ ଏହି ଚର୍ଚ୍ଚା ଏବେ ରାଜନୀତିକ ମହଲକୁ ମୁଖର କରିଛି। ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ରାଜ୍ୟପାଳ ଶ୍ରୀ କମ୍ଭମପାଟି ଆଇନମନ୍ତ୍ରୀଙ୍କ ଘରକୁ ଆସି ଆଲୋଚନା କରିବା ରାଜ୍ୟ ମନ୍ତ୍ରିମଣ୍ଡଳର ସମୀକରଣ ବଦଳାଇବ ବୋଲି ଚର୍ଚ୍ଚା ହେଉଛି।
ଲଘୁଚାପ ପ୍ରଭାବରେ ୨୩ରୁ ପ୍ରବଳ ବର୍ଷା, ଆର୍ଲଟ ଜାରି କଲା ପାଣିପାଗ ବିଭାଗ
ଆସନ୍ତା ୨୩ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୨୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ଅଛି। ଏହା ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ବିଭାଗ (ଆଇଏମ୍ଡି) ସୂଚନା ଦେଇଛି। ୨୩ରୁ ୨୬ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ୨୩ରେ କଟକ ଓ ନୟାଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ୱାଣ୍ଡିଂ ଜାରି ହୋଇଛି।
ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ‘ଉତ୍କଳରତ୍ନ’ ସମ୍ମାନ
ବରିଷ୍ଠ ରାଜନେତା ତଥା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ, ସାରସ୍ବତ ସାଧକ ବିଶ୍ୱଭୂଷଣ ହରିଚନ୍ଦନ ଉତ୍କଳ ସାହିତ୍ୟ ସମାଜର ସର୍ବୋଚ୍ଚ ସମ୍ମାନ ‘ଉତ୍କଳରତ୍ନ’ ପାଇବାକୁ ମନୋନୀତ ହୋଇଛନ୍ତି । ଆସନ୍ତା ୨୭ ତାରିଖ ସଂଧ୍ୟାରେ ସାହିତ୍ୟ ସମାଜର ୧୨୩ତମ ବାର୍ଷିକ ଉତ୍ସବରେ ଶ୍ରୀ ହରିଚନ୍ଦନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଏନେଇ ରବିବାର ସଂଧ୍ୟାରେ ସାହିତ୍ୟ ସମାଜର ସଭାପତି ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟନିର୍ବାହିକା ସମିତି ବୈଠକରେ ସ୍ଥିର ହୋଇଛି । ଜୁଲାଇ ୨୬ ତାରିଖ ସଂଧ୍ୟାରେ ବାର୍ଷିକ ଉତ୍ସବ ଉଦ୍ଘାଟନ ହେବ ।
ବଳଙ୍ଗା ପୀଡ଼ିତା ନାବାଳିକାଙ୍କ ହେଲା ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ୍
ବଳଙ୍ଗା ପୀଡ଼ିତା ନାବାଳିକାଙ୍କ ସ୍ୱାସ୍ଥ୍ୟ ଭଲ ଅଛି। ପୀଡ଼ିତାଙ୍କ ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ୍ ହୋଇଛି । ବିଜେପିର ୭ ଜଣ ସାଂସଦ ଦିଲ୍ଲୀ ଏମ୍ସଠାରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ପୀଡିତାଙ୍କ ସ୍ବାସ୍ଥ୍ୟ ଭଲ ଥିବା ନେଇ ନେଇ ଜଗତସିଂହପୁର ସାଂସଦ ସୂଚନା ଦେଇଥିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଶରୀରର ୭୫ ଭାଗ ଜଳିବାଯାଇଥିବା ବେଳେ ସ୍ବତନ୍ତ୍ର ଡାକ୍ତରୀ ଦଳ ନାବାଳିକାଙ୍କ ଚିକିତ୍ସା କରୁଛନ୍ତି । ହେଲେ ପୀଡ଼ିତାଙ୍କୁ ଜାଳିଥିବା ନୃଶଂସଙ୍କ ପତ୍ତା ପାଉନି ପୋଲିସ।
ସ୍କୁଲ ଉପରେ ଖସିଲା ବିମାନ, ୨୦ ଜଣଙ୍କ ମୃତ୍ୟୁ
ବାଂଲାଦେଶ ବାୟୁସେନାର ଟ୍ରେନିଂ ବେଳେ ଏକ ବିମାନ ଢାକାର ଏକ କଲେଜ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଢାକାର ଉତ୍ତର ଉତ୍ତରା ଅଞ୍ଚଳରେ ସୋମବାର ଅପରାହ୍ନରେ ବାଂଲାଦେଶ ବାୟୁସେନାର ଏକ ତାଲିମ ବିମାନ ଏକ ସ୍କୁଲ କ୍ୟାମ୍ପସରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ବିମାନଟି ହୁତୁହୁତୁ ହୋଇ ଜଳି ଯାଇଥିଲା। ଯାହା ଫଳରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଅନ୍ୟମାନେ ଆହତ ହୋଇଥିବା ସୈନ୍ୟ ଓ ଅଗ୍ନିଶମ ଅଧିକାରୀ କହିଛନ୍ତି। କିନ୍ତୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।
ସ୍କୁଲ କଲେଜରେ ଲାଗିବ କ୍ୟାମେରା
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ସୋମବାର ସ୍କୁଲଗୁଡ଼ିକର ସୁରକ୍ଷା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ବୋର୍ଡ ତାର ନିୟମ ସଂଶୋଧନ କରି ସ୍କୁଲଗୁଡ଼ିକରେ ଅଡିଓ ଏବଂ ଭିଡିଓ ରେକର୍ଡିଂ ସହିତ କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରିଛି। ଏଥିପାଇଁ, CBSE ଏହାର ଉପ-ନିୟମ ସଂଶୋଧନ କରିଛି। ନୂତନ ନିୟମ ଅନୁଯାୟୀ, ଏବେ ସ୍କୁଲଗୁଡ଼ିକରେ ହାଇ ରିଜୋଲ୍ୟୁସନ୍ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରାଯାଇଛି। ଏହି ସିସି କ୍ୟାମେରାଗୁଡ଼ିକରେ ରିଅଲ୍ ଟାଇମ୍ ଅଡିଓ-ଭିଜୁଆଲ୍ ରେକର୍ଡିଂ ଆବଶ୍ୟକ ହେବ।
ଛାତ୍ରୀ ଆତ୍ମହତ୍ୟା ଘଟଣା; କିଟ୍ ବିଶ୍ଵବିଦ୍ୟାଳୟକୁ ଦାୟୀ କଲେ ୟୁଜିସି
କିଟ୍ ବିଶ୍ଵ ବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଘଟଣା ପାଇଁ ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି କିଟ୍ ବିଶ୍ବ ବିଦ୍ୟାଳୟକୁ ଦାୟୀ କରିଛି। କିଟ୍ ବିଶ୍ଵ ବିଦ୍ୟାଳୟରେ ବେଆଇନ ଏବଂ ବେନିୟମ କାର୍ଯ୍ୟକଳାପ ଯୋଗୁ ଛାତ୍ରୀ ଆତ୍ମହତ୍ୟାର କାରଣ ଦର୍ଶାଇଛି ୟୁଜିସି। ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ଯୌନ ଉତ୍ପୀଡ଼ନ ଅଭିଯୋଗର ସଠିକ୍ ସମାଧାନ ନ ହେବା, ହଷ୍ଟେଲରେ ଆବଶ୍ୟକୀୟ ସୁବିଧାର ଅଭାବ, ଛାତ୍ର-ଛାତ୍ରୀଙ୍କ ଉପରେ ଶାରୀରିକ ବଳ ପ୍ରୟୋଗ କରିବାରୁ କିଟ୍ ବିଶ୍ଵ ବିଦ୍ୟାଳୟରେ ଘଟଣା ଘଟିଥିବା ୟୁଜିସି ନିଜ ରିପୋର୍ଟରେ କହିଛି।