Top 10 News Today:ବିଜେଡି କର୍ପୋରେଟରଙ୍କ ସଂଗୀନ ଅଭିଯୋଗ, ୨୮ ତାରିଖ ଯାଏ ପ୍ରବଳ ବର୍ଷା ଓ ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2854217

Top 10 News Today:ବିଜେଡି କର୍ପୋରେଟରଙ୍କ ସଂଗୀନ ଅଭିଯୋଗ, ୨୮ ତାରିଖ ଯାଏ ପ୍ରବଳ ବର୍ଷା ଓ ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today:ବିଜେଡି କର୍ପୋରେଟରଙ୍କ ସଂଗୀନ ଅଭିଯୋଗ,  ୨୮ ତାରିଖ ଯାଏ ପ୍ରବଳ ବର୍ଷା ଓ ୧୦ ବଡ଼ ଖବର

ବିଜେଡି କର୍ପୋରେଟରଙ୍କ ସଂଗୀନ ଅଭିଯୋଗ
ଭୁବନେଶ୍ୱରର ବିଜେଡି କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆଙ୍କ ନାଁରେ ଆସିଛି ଦୁଷ୍କର୍ମ ଓ ଭୃଣ ହତ୍ୟାର ଅଭିଯୋଗ । ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ଲକ୍ଷ୍ମୀସାଗର ଥାନା ଗତକାଲି ଏକ ମାମଲା ରୁଜୁ କରିଥିବାବେଳେ ଆଜି ତାଙ୍କର ଡାକ୍ତରୀ ମାଇନା କରିଛି । ମାତ୍ର ଅଭିଯୋଗର ୨୪ଘଣ୍ଟା ବିତିଯିବା ପରେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। 

ଆଜି ଓଡ଼ିଶା ଟେକ୍ସ ୨୦୨୫
ଆଜି ଜୁଲାଇ ୨୫ ତାରିଖ ଶୁକ୍ରବାର ଦିନ ଲୋକସେବା ଭବନର କନଭେନସନ ସେଣ୍ଟରରେ ରାଜ୍ୟର ସର୍ବବୃହତ ବୟନ କାର୍ଯ୍ୟକ୍ରମ ଓଡ଼ିଶା ଟେକ୍ସ ୨୦୨୫ ଅନୁଷ୍ଠିତ ହେବ। ଗୁରୁବାର ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହାର ପ୍ରସ୍ତୁତିର ସମୀକ୍ଷା କରିସାରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ। ବରଂ ଏହା ହେଉଛି ଓଡ଼ିଶାର ବୟନ ଶିଳ୍ପର ସମ୍ଭାବନାକୁ ପ୍ରଦର୍ଶନ କରିବା ଏବଂ ନିବେଶ, ନବସୃଜନ ଓ ନିଯୁକ୍ତି ପାଇଁ ପ୍ଲାଟଫର୍ମ ସୃଷ୍ଟି କରିବାର ଏକ ମିଶନ। ଏହି ଅବସରରେ ବିଭିନ୍ନ ପ୍ରକାର ବୁଝାମଣାପତ୍ର ସ୍ୱାକ୍ଷର ହେବ। 

କାମ୍ବୋଡିଆ-ଥାଇଲାଣ୍ଡ ମଧ୍ୟରେ ଯୁଦ୍ଧ
ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ସୀମା ବିବାଦ ଦେଖାଦେଇଛି। ୧୧୮ ବର୍ଷର ଏକ ପୂରୁଣା ବିବାଦରୁ ଏହି ସଂଘର୍ଷ ସୂତ୍ରପାତ ହୋଇଛି। ସେପଟେ ଦକ୍ଷିଣ ପୂର୍ବ ଏସିଆରେ ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ବଢ଼ୁଥିବା ସାମରିକ ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାର କାରଣ ହୋଇଛି। ୨୪ ଜୁଲାଇ ୨୦୨୫, ଗୁରୁବାର ଦିନ ଆରମ୍ଭ ହୋଇଥିବା ଏହି ସଂଘର୍ଷରେ ପ୍ରାୟ ୧୨ ଜଣରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି। 

ଅବପାତରେ ପରିଣତ ହେବ ଲଘୁଚାପ, ୨୮ ତାରିଖ ଯାଏ ପ୍ରବଳ ବର୍ଷା, ରେଡ ଆଲର୍ଟ ଜାରି
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି । ଆସନ୍ତା ୧୨ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅବପାତ ରୂପ ନେବ। ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ଆଡ଼େ ମୁହାଁଇବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ଧୀରେ ଧୀରେ ରାଜ୍ୟର ଅନେକ ସ୍ଥାନରେ ବର୍ଷାର ପ୍ରଭାବ ବଢ଼ିବ। ଏନେଇ ସତର୍କ କରାଇଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୨୮ ତାରିଖ ଯାଏ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିବ। 

ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ପକ୍ଷରୁ ୨୩ ପ୍ରକଳ୍ପକୁ ମଞ୍ଜୁରୀ
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷକତାରେ ଗୁରୁବାର ବସିଥିଲା ୧୩୮ତମ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ । ତେବେ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ପକ୍ଷରୁ ୨୩ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ୪,୯୮୨.୬୬ କୋଟି ଟଙ୍କାର ୨୩ଟି ନୂତନ ନିବେଶ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ତେବେ ଏହି ପ୍ରସ୍ତାବଗୁଡ଼ିକ ରାଜ୍ୟର ୧୨ଟି ଜିଲ୍ଲାରେ ୧୧,୯୩୩ଟି ନିଯୁକ୍ତି ସୃଷ୍ଟି କରିବ।

ଆଇଏଏସ ଚକମା ଧୀମାନଙ୍କୁ ଜାମିନ
୧୦ ଲକ୍ଷ ଟଙ୍କା ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଧୀମନ ଚକମାଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ୫ ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ ସେ ଜେଲରୁ ବାହାରିବେ ବୋଲି ହାଇକୋର୍ଟ ସର୍ତ୍ତ ଧାର୍ଯ୍ୟ କରିଛନ୍ତି। ଏଥିସହ ନିମ୍ନ ଅଦାଲତ ଅନ୍ୟାନ୍ୟ ସର୍ତ୍ତ ଧାର୍ଯ୍ୟ କରିପାରିବେ ବୋଲି ମାମଲାର ବିଚାର ଅବସରରେ ବିଚାରପତି ଜଷ୍ଟିସ ଗୌରୀଶଙ୍କର ଶତପଥି ନିର୍ଦ୍ଦେଶ ଦେଇଛନ୍ତି। 

ପ୍ରଥମ ଓଡ଼ିଆ ଭାବେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ବସିବାକୁ ୩ ବର୍ଷ ପୂର୍ତ୍ତି
ପ୍ରଥମ ଓଡ଼ିଆ ଭାବେ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ବସିବାକୁ ୩ ବର୍ଷ ପୂର୍ତ୍ତି । ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପଦରେ ବସି ରଚିଛନ୍ତି ଇତିହାସ । ପିଲୁଲ୍ସ ପ୍ରସିଡେଣ୍ଟ ଭାବେ ମଧ୍ୟ ପାଇଛନ୍ତି ଆଖ୍ୟା ।୨୫ ଜୁଲାଇ ୨୦୨୨ରେ ଭାରତର ୧୫ତମ ରାଷ୍ଟ୍ରପତି ଭାବରେ ଶପଥ ନେଇଥିଲେ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ପୂର୍ବରୁ ସେ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ରୂପରେ କାମ କରିଥିଲେ । ୧୯୫୮ ମସିହା ଜୁନ ୨୦ରେ ମୟୂରଭଞ୍ଜ ରାଇରଙ୍ଗପୁରର ଉପରବେଡ଼ା ଗ୍ରାମରେ ଏକ ଶାନ୍ତାଳୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

୨୮ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ
ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ହେବ। ଏଥିଲାଗି ଅନ୍‍ଲାଇନରେ ଅଭିଯୋଗ ଦାଖଲ  କରିବା ଲାଗି ଆସନ୍ତାକାଲି ଖୋଲିବ। ପ୍ରଥମ ୧୦୦୦ ଜଣଙ୍କ ଆବେଦନକୁ ଏଥିରେ ଗ୍ରହଣ କରାଯିବ। ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରି ସିଧାସଳଖ ଅଭିଯୋଗ ଶୁଣାଇବା ଲାଗି ସୁଯୋଗ ପ୍ରଦାନ କରାଯିବ। ୟୁନିଟ-୨ ପୁରୁଣା ସରକାରୀ ପ୍ରାଥମିକ ସ୍କୁଲରେ ସକାଳ ୮ଟାରୁ ଏହି ଅଭିଯୋଗ ଶୁଣାଣି ଆରମ୍ଭ ହେବ। 

ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ
ଭାରତ ଓ ଇଂଲଣ୍ଡ ଭିତରେ ମୁକ୍ତ ବାଣିଜ୍ୟଚୁକ୍ତି ସ୍ୱାକ୍ଷର ହୋଇଛି। ଏହାଦ୍ୱାରା ଭାରତର ଉତ୍ପାଦ ଇଂଲଣ୍ଡରେ ଏବଂ ଇଂଲଣ୍ଡ ଉତ୍ପାଦ ଭାରତରେ ବିକ୍ରି ଲାଗି ପୂର୍ବରୁ ଲାଗୁ ହେଉଥିବା ଶୁଳ୍କ ପରିମାଣ କମିବ। ଏହିକ୍ରମରେ ଭାରତକୁ ଆସୁଥିବା ଇଂଲଣ୍ଡ ଦ୍ରବ୍ୟ ପାଇଁ ପୂର୍ବରୁ ଲାଗୁ ହେଉଥିବା ହାରାହାରି ଟିକସ ୧୫ ପ୍ରତିଶତ ବଦଳରେ ୫ ପ୍ରତିଶତକୁ ଖସି ଆସିବ। ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ କାରବାର ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି। ଭାରତର ବୟନ, ଜୁଏଲରୀ, ରତ୍ନ ପଥର କାରବାର ଏହାଦ୍‍ୱାରା ପ୍ରୋତ୍ସାହିତ ହେବ ବୋଲି ଆଶା କରାଯାଇଛି। 

ଲାଞ୍ଚ ଦେଇ ଋଣ ନେବା ମାମଲା: ଅନୀଲ ଅମ୍ବାନୀଙ୍କ ଘରେ ଇଡି ଚଢାଉ
ଅନୀଲ ଅମ୍ବାନୀଙ୍କ କାରବାର ସହ ସମ୍ପୃକ୍ତ ୫୦ କମ୍ନାୀ ଉପରେ ଇଡି ଚଢ଼ଉ କରିଛି। ବେଆଇନ ଅର୍ଥ କାରବାର ନେଇ ଅନୀଲ ଅମ୍ବାନୀଙ୍କ ବିରୋଧରେ ଅଭିଯୋଗ ରହିଛି। 

 

;