Top 10 News Today: ଓଡ଼ିଶା ଆସିବେ ରାହୁଲ ଓ ସୋନିଆ, ତିନି ରଥର ଦକ୍ଷିଣ ମୋଡ ନୀତି ଓ ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2823284

Top 10 News Today: ଓଡ଼ିଶା ଆସିବେ ରାହୁଲ ଓ ସୋନିଆ, ତିନି ରଥର ଦକ୍ଷିଣ ମୋଡ ନୀତି ଓ ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today: ଓଡ଼ିଶା ଆସିବେ ରାହୁଲ ଓ ସୋନିଆ, ତିନି ରଥର ଦକ୍ଷିଣ ମୋଡ ନୀତି ଓ ୧୦ ବଡ଼ ଖବର

1. କାଳିନ୍ଦୀ ପାଣିଗ୍ରାହୀଙ୍କର ଆଜି ଜନ୍ମଦିନ
ଓଡ଼ିଆ ସାହିତ୍ୟର ଅନ୍ୟତମ ଧ୍ରୁବତାରା କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ଆଜି ଜନ୍ମଦିନ। ୧୯୦୧ ମସିହା ଜୁଲାଇ ୨ ତାରିଖରେ ତାଙ୍କ ଜନ୍ମ ହୋଇଥିଲା। ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କ ଅବଦାନ ଲାଗି ତାଙ୍କୁ ପଦ୍ମଭୂଷଣ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଥିଲା। ପୁରୀ ଜିଲ୍ଲାର ବିଶ୍ୱନାଥପୁରରେ ଜନ୍ମିତ ଏହିସାରସ୍ୱତ ସାଧକଙ୍କ ୧୫ ମେ ୧୯୯୧ରେ ମୃତ୍ୟୁ ହୋଇଥିଲା। 

2. ଓଡ଼ିଶା ଆସିବେ ରାହୁଲ ଓ ସୋନିଆ 
ଆସନ୍ତା ୧୧ ତାରିଖରେ ଲୋକସଭରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ କଂଗ୍ରେସ ଅଧ୍ୟକ୍ଷ ଓଡ଼ିଶା ଗସ୍ତରେ ଆସିବେ। ଏହାଙ୍କ ସହ କଂଗ୍ରେସ ସାଧାରଣ ସମ୍ପାଦକ ସିକେ ବେଣୁଗୋପାଳ ମଧ୍ୟ ରାଜ୍ୟ ଗସ୍ତରେ ରହିବେ। ସୋନେ ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେବାକୁ ଥିବା ସମ୍ବିଧାନ ବଞ୍ଚାଅ ସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। 

3. ୧୪ରେ ଆସୁଛନ୍ତି ମହାମହୀମ ରାଷ୍ଟ୍ରପତି
ଆସନ୍ତା ୧୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ। ଏହା ତାଙ୍କର ଦୁଇଦିନିଆ ଗସ୍ତ ରହିବ। ସେ ଏମ୍ସର ସମାବର୍ତ୍ତନ ଉତ୍ସବ ଏବଂ ରେଭେନ୍ସା ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । 

4. ତିନି ରଥର ଦକ୍ଷିଣ ମୋଡ ନୀତି
ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ ନୀତି ଅନୁଷ୍ଠିତ ହେବ। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ରଥରେ ଥିବା ଇଞ୍ଜନିୟରିଂ ତ୍ରୁଟିକୁ ସୁଧାରିବା ଲାଗି ସ୍ୱତନ୍ତ୍ର ଦଳ ଯାଞ୍ଚ କରିଛନ୍ତି। ଚିତ୍ରକରମାନେ ଯେଉଁ ଚକରେ ଚିତ୍ର ଲିଭିଥିଲା ତାହାକୁ ନୂଆ ରୂପ ଦେଇଛନ୍ତି। 

5. କଡ଼ା ଆଭିମୁଖ୍ୟ ଗ୍ରହଣ କଲେ ସରକାର
ରଥଯାତ୍ରାର ପ୍ରଥମ ଦୁଇଦିନ ବିଭ୍ରାଟ ପରେ ସଜାଗ ହୋଇଛନ୍ତି ସରକା।ର ପ୍ରଶାସନିକ ସ୍ତରରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଖୋଦ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତରେ ଯାଇ ସମୀକ୍ଷା ବୈଠକ କରିଛନ୍ତି। ଆଗକୁ ଯେପରି କୌଣସି ତ୍ରୁଟି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 

6. ବନ୍ୟା ସ୍ଥିତି ସଂଗୀନ
ରାଜ୍ୟରେ ବନ୍ୟ ପରିସ୍ଥିତି ସୃଷ୍ଟି ହୋଇଛି। ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବଢ଼ିବା କାରଣରୁ ଉତ୍ତର ଓଡ଼ିଶା ବିଶେଷ କରି ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଦୃଶ୍ୟ ସାମ୍ନକୁ ଆସିଛି। ତଳୁଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି ଓଡ୍ରାଫ ବାହିନୀ ସତର୍କ ରହିଛନ୍ତି। 

7. ପ୍ରଶାସନିକ କଳର ବିରୋଧ ପ୍ରଦର୍ଶନ
ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ଘଟଣାରେ ରାଜ୍ୟର ପ୍ରଶାସନିକ କଳ ବିରୋଧ ପ୍ରଦର୍ଶନ କରିଛି। ବିଏମ୍ସି୍ରେସମସ୍ତ ଅଧିକାରୀ ଓ କର୍ମଚାରୀ କଳାବ୍ୟାଜ୍‍ ପିନ୍ଧି ବିରୋଧ ପ୍ରଦର୍ଶନ କରିଥିବା ବେଳେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଓଏଏସ୍‍ ଅଧିକାରୀମାନେ ବିରୋଧ ପ୍ରଦର୍ଶନ ସ୍ୱରୂପ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। 

8. ପ୍ରଶାସନିକ ଅଧିକାରୀଙ୍କୁ ମାଡ଼ ଘଟଣା: ୩ ଗିରଫ
ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ମାରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ। ଏହି ଘଟଣାରେ ୬ରୁ ୭ ଜଣ ସମ୍ପୃକ୍ତ ଥିବା ର୍ନାକର ଅଭିଯୋଗ କରିଥିଲେ। ପୁଣି ପର୍ବତନ କର୍ପୋରେଟର ତଥା ବିଜେପିର ଟାଣୁଆ ନେତା ଜଗନ୍ନାଥ ପ୍ରଧାନଙ୍କ ନାଁ ଏଥିରେ ସମ୍ପୃକ୍ତ ହୋଇଥିଲା। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ତାଙ୍କ ବିରୋଧରେ ନିଆଯାଇ ନାହିଁ। 

9. ସୁପ୍ରିମକୋର୍ଟରେ ଲାଗୁ ହେଲା ଆରକ୍ଷଣ ନୀତି
ସୁପ୍ରିମକୋର୍ଟରେ ପ୍ରଥମ ଥର ପାଇଁ ଅନୁସୂଚିତ ଜାତି ଜନଜାତିଙ୍କ ଲାଗି ଆରକ୍ଷଣ ନୀତି ଲାଗୁ ହୋଇଛି। ଏଣିକି କର୍ମଚାରୀ ନିଯୁକ୍ତିରେ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୧୫% ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ୭.୫ ପ୍ରତିଶତ ଆସନ ସଂରକ୍ଷିତ ରହିବ।
 
10. ୮ ଦିନିଆ ବିଦେଶ ଗସ୍ତରେ ମୋଦୀ
ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୮ ଦିନିଆ ବିଦେଶ ଗସ୍ତ ଆରମ୍ଭ ହେଉଛି। ଏହା ପ୍ରଧାନମନ୍ତ୍ରୀଙ୍କ ସବୁଠାରୁ ଲମ୍ବା ବିଦେଶ ଗସ୍ତ। ଏହି ସମୟରେ ପ୍ରଧାନମନ୍ତ୍ରୀ ୫ଟି ଦେଶ ଗସ୍ତରେ ଯାଇ  ସେଠାରେ ଥିବା ଭାରତୀୟ ସମୁଦାୟଙ୍କୁ ଭେଟିବେ ଏବଂ ଭାରତ ଓ ସେହି ଦେଶ ଭିତରେ ସମ୍ପର୍କକୁ ମଜଭୁତ କରିବା ପାଇଁ ଆଲୋଚନା କରିବେ। ଏହି ଦେଶ ଗୁଡ଼ିକ ଭିତରେ ଘାନା, ତ୍ରିନିଦାଦ-ଟବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ, ଏବଂ ନାମିବ୍ୟା ରହିଛି।

;