Top 10 News Today: ଆଜି ମୁଣ୍ଡଳୀରେ ପହଞ୍ଚିବ ବନ୍ୟା ଜଳ, ଉପରେ ମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ଓ ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2829211

Top 10 News Today: ଆଜି ମୁଣ୍ଡଳୀରେ ପହଞ୍ଚିବ ବନ୍ୟା ଜଳ, ଉପରେ ମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ଓ ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today: ଆଜି ମୁଣ୍ଡଳୀରେ ପହଞ୍ଚିବ ବନ୍ୟା ଜଳ, ଉପରେ ମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ଓ ୧୦ ବଡ଼ ଖବର

ସୁନାବେଶରେ ଦାରୁଦିଅଁ: ୧୨ ଲକ୍ଷ ଭକ୍ତଙ୍କ ସମାଗମ
ମହଣ ମହଣ ସୁନା ଆଭୂଷଣରେ ସଜେଇ ହେଲେ ବ୍ରହ୍ମାଣ୍ଡ ସାଆନ୍ତ। ହାତରେ ଶ୍ରୀଭୂଜ, ପାଦରେ ଶ୍ରୀପୟର ଓ ମସ୍ତକରେ ସୁବର୍ଣ୍ଣ କିରୀଟ ପରିଧାନ କରି ମହାପ୍ରଭୁ ରାଜା ବେଶରେ ଦର୍ଶନ ଦେଇଛନ୍ତ। ସୁନାରେ ଦାରୁଦିଅଁଙ୍କ ପୂର୍ଣ୍ଣ ଅବୟବ ରୂପ ଦର୍ଶନ କରିବାକୁ ଛୁଟି ଆସିଛନ୍ତି ୧୨ ଲକ୍ଷରୁ ଊର୍ଧ୍ବ ଭକ୍ତ। ମହାପ୍ରଭୁଙ୍କୁ ସୁନାବେଶରେ ଦେଖିବାକୁ ଆଜି ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଥିଲା। ମହାପ୍ରଭୁ ମଧ୍ୟ ସୁନାରେ ଛାଉଣି ପୂର୍ବକ ଭାବ ରଜ୍ଜୁରେ ଭକ୍ତଙ୍କୁ ବାନ୍ଧି ରଖିଥିଲେ। 

ଆଜି ଅଧରପଣା ନୀତି
ଚଳିତ ବର୍ଷର ରଥଯାତ୍ରା ନୀତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ମହାପ୍ରଭୁଙ୍କର ଅଧରପଣା ନୀତି ଲାଗି ହେବ। ଚାଣ୍ଡଚାମୁଣ୍ଡା, ଅଶରୀମାନଙ୍କ ତୃପ୍ତି ପାଇଁ ରଥାରୁଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଅଧରପଣା ନୀତି ଅନୁଷ୍ଠିତ ହେବ । ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧରପଣା ପୂଜା ନୀତି ସମ୍ପନ୍ନ ହେବ। ଚତୁର୍ଦ୍ଧାମୂର୍ତ୍ତିଙ୍କଠାରେ ଏହି ପଣା ଲାଗି ହେବାପରେ ରଥ ଉପରେ ଅଧରପଣା ହାଣ୍ଡିକୁ ଭାଙ୍ଗି ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ । ତିନି ଠାକୁରଙ୍କଠାରେ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହେବ । ଏଥିପାଇଁ ସ୍ବତନ୍ତ୍ର ଅଧରହାଣ୍ଡି ପ୍ରସ୍ତୁତ ହୋଇଥିବାବେଳେ ସୋମବାର ଶ୍ରୀଜିଉଙ୍କ ଅଧରଉଚ୍ଚର ତିନି ଅଧରପଣା ହାଣ୍ଡି ରଥପାଖକୁ ବିଜେ କରିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି ।

୪ ମାସ ଶୟନରେ ମହାପ୍ରଭୁ
ସୁନାବେଶ ଦର୍ଶନ ପରେ ଶୟନ ଯାଇଛନ୍ତି ମହାପ୍ରଭୁ ଆଷାଢ ଶୁକ୍ଳ ଏକାଦଶୀ ବିଳମ୍ବିତ ରାତିରେ ହରିଶୟନ ଏକାଦଶୀ ଅନୁଷ୍ଠିତ ହୋଇଛି। ବିଧି ଆଧାରରେ ଆଜିଠାରୁ ୪ ମାସ ପର୍ଯ୍ୟନ୍ତ ଠାକୁରେ ଶୟନ ଯାଇଚନ୍ତି। ଭାଦ୍ରବ ମାସରେ କଡ଼ ଲେଉଟାଇବେ। ମହାପ୍ରଭୁ ନିଦ୍ରା ଯାଇଥିବାରୁ ଆଜିଠାରୁ ମାଙ୍ଗଳିକ କାର୍ଯ୍ୟ ଯଥା ବିବାଦ ବ୍ରତକାର୍ଯ୍ୟ ଆଜିଠାରୁ ୪ ମାସ ପର୍ଯ୍ୟନ୍ତ ବନ୍ଦ ରହିବ।ମହାପ୍ରଭୁଙ୍କ ସମେତ ହରିଙ୍କ ସମସ୍ତ ରୂପ ବି ଆଜିଠାରୁ ଶୟନରେ ଯାଇଛନ୍ତି। ଭାଦ୍ରବରେ ମହାପ୍ରଭୁ କଡ଼ଲେଉଠାଇବା ପରେ ଅନ୍ୟ ଦେବଦେବୀ ମଧ୍ୟ କଡ଼ ଲେଉଟାଇବେ।  

ଆଜି ମୁଣ୍ଡଳୀରେ ପହଞ୍ଚିବ ବନ୍ୟା ଜଳ
ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି। ରବିବାର ପୂର୍ବାହ୍ଣ ୧୦ଟାରୁ ପର୍ଯ୍ୟାୟକ୍ରମେ ୧୨ଟି ଗେଟ୍ ଖୋଲାଯାଇଥିଲା। ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି କିଛି ଘଣ୍ଟା ପରେ ଆହୁରି ୮ ଗେଟ୍ ଖୋଲାଯାଇଛି। ଏଥିରେ ବାମପାର୍ଶ୍ବର ୧୩ ଏବଂ ଡାହାଣ ପାର୍ଶ୍ବର ୭ଟି ଗେଟ୍‌ ରହିଛି। ପ୍ରଥମ ଦିନର ପାଣି ନିଷ୍କାସନ ପରେ ହୀରାକୁଦରୁ ଖଇରମାଳକୁ ୧୨ରୁ ୧୬ ଘଣ୍ଟା, ହୀରାକୁଦରୁ ବରମୂଳକୁ ୨୪ରୁ ୩୨ ଘଣ୍ଟା, ହୀରାକୁଦରୁ ମୁଣ୍ଡଳିକୁ ୩୬ରୁ ୪୮ ଘଣ୍ଟା ସମୟ ଲାଗିବ ବୋଲି ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତଳମୁଣ୍ଡରେ ବର୍ଷା ଅଧିକ ନଥିବାରୁ ଏତେ ସଂଖ୍ୟାରେ ଗେଟ୍ ଖୋଲିବା ଯୋଗୁଁ କୌଣସି ଅସୁବିଧା ହେବ ନାହିଁ ବୋଲି କୁହାଯାଉଛି।  

ବ୍ରିକ୍ସରେ ପହଲଗାମ ଆତଙ୍କୀ ଆକ୍ରମଣର କଡା ନିନ୍ଦା
ରବିବାର ୬ ଜୁଲାଇରେ ବ୍ରିକ୍ସ ଗୋଷ୍ଠୀ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଛି। ଆତଙ୍କବାଦ ପ୍ରତି "ଶୂନ୍ୟ ସହନଶୀଳତା" ଆଭିମୁଖ୍ୟ ଗ୍ରହଣ କରିବା ଏବଂ ଏହାର ମୁକାବିଲା କରିବାରେ ଦ୍ୱୈତ ମାନଦଣ୍ଡ ପରିହାର କରିବାର ଭାରତର ମନୋଭାବକୁ ଦୋହରାଇଥିଲେ। ବ୍ରାଜିଲର ଏହି ଉପକୂଳବର୍ତ୍ତୀ ସହରରେ ଗୋଷ୍ଠୀର ଦୁଇ ଦିନିଆ ଶିଖର ସମ୍ମିଳନୀର ପ୍ରଥମ ଦିନରେ, ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ଶୀର୍ଷ ନେତାମାନେ ଆତଙ୍କବାଦୀଙ୍କ ସୀମାପାର ଗତିବିଧି ସମେତ ଆତଙ୍କବାଦ ବିରୋଧରେ ସେମାନଙ୍କର ଦୃଢ଼ ଆଭିମୁଖ୍ୟ ପ୍ରକାଶ କରିଥିଲେ। ବ୍ରିକ୍ସ ନେତାମାନେ 'ରିଓ ଡି ଜେନେରିଓ ଘୋଷଣାନାମା' ପ୍ରକାଶ କରିଥିଲେ, ଯାହା ଆତଙ୍କବାଦର ବିପଦ, ପଶ୍ଚିମ ଏସିଆର ପରିସ୍ଥିତି ଏବଂ ବାଣିଜ୍ୟ ଏବଂ ଶୁଳ୍କ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ଚ୍ୟାଲେଞ୍ଜ ଉପରେ ଗୋଷ୍ଠୀର ମନୋଭାବକୁ ପ୍ରତିଫଳିତ କରିଥିଲା।

ମସ୍କଙ୍କ ପାର୍ଟିକୁ ନିନ୍ଦା କଲେ ଟ୍ରମ୍ପ
ଏଲୋନ୍ ମସ୍କ ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଅଲଗା ହୋଇ ନିଜର ଏକ ନୂତନ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି। ସେ 'ଆମେରିକା ପାର୍ଟି' ନାମକ ଏକ ରାଜନୈତିକ ଦଳ ଆରମ୍ଭ କରିଛନ୍ତି। ଏହା ସହିତ, ଆମେରିକାରେ ବର୍ତ୍ତମାନ ତିନୋଟି ଦଳ ଅଛି। ଦଳ ଗଠନ ନିଷ୍ପତ୍ତି ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେ ମସ୍କଙ୍କ ଦଳ ବିଷୟରେ ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ 'ତୃତୀୟ ଦଳ ଆରମ୍ଭ କରିବା କେବଳ ଦ୍ୱନ୍ଦ୍ୱ ସୃଷ୍ଟି କରିବ।'

ଦିଲ୍ଲୀରେ ସକାଳୁ ବର୍ଷା
ଆଜିର ବର୍ଷା ଦିଲ୍ଲୀ-ଏନସିଆରରେ ପାଗକୁ ସୁଖଦ କରିଛି। ଏହା ସହିତ, ଲୋକମାନେ ପ୍ରବଳ ଏବଂ ଆର୍ଦ୍ର ଗରମରୁ ଆଶ୍ୱସ୍ତି ପାଇଛନ୍ତି। ମୌସୁମୀ ବର୍ଷା ଲୋକଙ୍କ ମୁହଁରେ ହସ ଆଣିଛି। ପ୍ରବଳ ଗରମ ଓ ଗୁଳୁଗୁଳି ମଧ୍ୟରେ ପରିସ୍ଥିତିରେ ଲୋକମାନେ ମୌସୁମୀ ବର୍ଷା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଗତକାଲି ରାତିରୁ ମଝିରେ ମଝିରେ ବର୍ଷା ଜାରି ରହିଛି। ରବିବାର ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି, ଯାହା ଏହି ଋତୁର ହାରାହାରି ତାପମାତ୍ରା ଅପେକ୍ଷା ୦.୫ ଡିଗ୍ରୀ ଅଧିକ। ସେହି ସମୟରେ, ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ୨୮.୮ ଡିଗ୍ରୀ ସେଲସିୟସ୍ ଥିଲା।

ଉପରେ ମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା
ରାଜ୍ୟରେ ଏବେ ସକ୍ରିୟ ରହିଛି ମୌସୁମୀ। ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏ ନେଇ ସୋମବାର ଜୁଲାଇ ୭ ତାରିଖରେ ୪ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ୧୩ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଓ ୯ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ରେଡ୍ ଆଲର୍ଟ ଜାରି କରାଯାଇଥିବା ୪ ଜିଲ୍ଲା ହେଉଛି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର। ସେହିପରି ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ୧୩ ଜିଲ୍ଲା ହେଉଛି ଦେବଗଡ଼, ଅନୁଗୁଳ, ବୌଦ୍ଧ ଝାରସୁଗୁଡ଼ା, ବରଗଡ଼, ସୋନପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର। ୟେଲୋ ଆଲର୍ଟ ଜାରି କରାଯାଇଥିବା ୯ ଜିଲ୍ଲା ମାଲକାନାଗିରି,କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ନୁଆପଡ଼ା, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର।

ମୀନାକ୍ଷୀ ବାହିନିପତି ହେଲେ ମହିଳା କଂଗ୍ରେସ ରାଜ୍ୟ ସଭାପତି
ପିସିସି ଉପସଭାପତି ତଥା କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପତ୍ନୀ ତଥା ମହିଳା କଂଗ୍ରେସର ପୂର୍ବତନ ସଭାପତି ମୀନାକ୍ଷି ବାହିନୀପତିଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଏଆଇସିସି। ତାଙ୍କୁ ପୁଣି ଥରେ ମହିଳା କଂଗ୍ରେସ ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଛି ଏଆଇସିସି। ପୂର୍ବରୁ ଶରତ ପଟ୍ଟନାୟକ ପସିସି ସଭାପତି ଥିବା ବେଳେ ମୀନାକ୍ଷି ରାଜ୍ୟ ମହିଳା କଂଗ୍ରେସ ସଭାପତି ଥିଲେ। 

ଆଜି ରାଜ୍ୟ ବିଜେପିର ସଭାପତି ନିର୍ବାଚନ
 ରାଜ୍ୟ ବିଜେପିରେ ଆଜି ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ। ୨୭୩ ଜଣ ମତଦାତା ରାଜ୍ୟ ମଙ୍ଗଳୁଆଳ କିଏ ହେବେ ତାହା ସ୍ଥିର କରିବେ। ପ୍ରାର୍ଥୀ କିଏ ହେବେ ବା ନହେବେ ତାହା ଆଜି ଅପରାହ୍ଣ ସୁଦ୍ଧ ସ୍ପଷ୍ଟ ହେବ ଆଉ ଯଦି ଏକାଧିକ ବ୍ୟକ୍ତି ପ୍ରାର୍ଥୀ ହେଲେ ତେବେ ଦଳରେ ଥିବା ଗୋଷ୍ଠୀ ବିବାଦ ସାମ୍ନାକୁ ଆସିବ। ମିଳିଥିବା ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ସାଢ଼େ ୧୨ଟାରେ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ ଯାହା ଅପରାହ୍ଣ ୩ଟା ୩୦ ସୁଦ୍ଧା ଶେଷ ହେବ। ଏହାପରେ ଆପତ୍ତି ଅଭିଯୋଗ ଶୁଣାଣି କରି ଅପରାହ୍ଣ ୪ଟା ୩୦ ସୁଦ୍ଧା  ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ଏହି ପ୍ରାର୍ଥୀ ତାଲିକାରେ ଏକାଧିକ ପ୍ରାର୍ଥୀ ରହିଥିଲେ ଆସନ୍ତା କାଲି ଭୋଟ ହେବ। ୯ଟାରୁ ୧୧ଟା ଭିତରେ ଭୋଟ ହେବ। ୧୧ଟା ୩୦ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ। 

;