Top 10 News Today: ୧୫ ଜିଲ୍ଲାରେ ଭୀଷଣ ବର୍ଷା, ଆଜି ଭାରତ ବନ୍ଦ ଓ ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2832089

Top 10 News Today: ୧୫ ଜିଲ୍ଲାରେ ଭୀଷଣ ବର୍ଷା, ଆଜି ଭାରତ ବନ୍ଦ ଓ ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today: ୧୫ ଜିଲ୍ଲାରେ ଭୀଷଣ ବର୍ଷା, ଆଜି ଭାରତ ବନ୍ଦ ଓ ୧୦ ବଡ଼ ଖବର

ସରିଲା ରଥଯାତ୍ରା, ଆଜି ନୀଳାଚଳ ଅବଢ଼ା
ଏ ବର୍ଷ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶେଷ ହୋଇଛି। ମଙ୍ଗଳବାର ମହାପ୍ରଭୁ ରତ୍ନ ସିଂହାସନକୁ ବିଜେ କରିଛନ୍ତି। ଏହାଦ୍ୱାରା ୧୨ ଦିନିଆଯାତ୍ରା ସମାପ୍ତ ହୋଇଛି। ଆଜି ଶ୍ରୀମନ୍ଦିରରେ ପ୍ରଥମ ଅବଢ଼ା ଭୋଗ କରାଯିବ। ଏହା ନୀଳାଚଳ ଅବଢ଼ା ଭାବେ ପରିଚିତ। ଏହି ଅଭଡ଼ା ପାଇବା ପାଇଁ ଭକ୍ତ ମାନେ ଅତି ବ୍ୟାକୁଳତା ର ସହ ଅପେକ୍ଷା କରିଥାନ୍ତି। ତେବେ ଆଜି ଅପରାହ୍ନ ରେ ଏହି ଅବଢା ବାହାରିବ।

ଆଜି ଭାରତ ବନ୍ଦ
ଆଜି ଟ୍ରେଡ୍‍ ୟୁନିୟନମାନଙ୍କ ଦ୍ୱାରା ଭାରତ ବନ୍ଦ ଡାକରା ଦିଆଯାଇଛି। ଏଥିରେ ଦେଶର ବିଭିନ୍ନ କୃଷକ ସଂଗଠନ ବି ଯୋଗ ଦେଉଛି। ସରକାରଙ୍କ କର୍ପୋରେଟ ପ୍ରୀତି ଏବଂ ଶ୍ରମିକ ବିରୋଧୀ ନୀତିକୁ ବିରୋଧ କରି ଏହି ଟ୍ରେଡ୍‍ ୟୁନିୟନମାନେ ବନ୍ଦ ଡାକରା ଦେଇଛନ୍ତି। ସକାଳ ୬ଟାରୁ ବିଭିନ୍ନ ସ୍ଥାନରେ ପିକେଟିଂ ଆରମ୍ଭ ହୋଇଛି। ବ୍ୟାଙ୍କିଙ୍ଗ୍‍, ଯୋଗାଯୋଗ ଏବଂ ପ୍ରମୁଖ ସରକାରୀ ଓ ବେସରକାରୀ ସେବାଗୁହ଼ିକ ଏଥିରେ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି। 

୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା
ରାଜ୍ୟର ଅନେକ ସ୍ଥାନରେ ବୁଧବାର ବର୍ଷା ସମ୍ଭାବନା ଅଛି। ୧୫ଟି ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଆଶଙ୍କା ରହିଛି । ଗୁରୁବାର (୧୦ ତାରିଖ)ରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ପରିମାଣ କମ୍‌ ରହିବ । ୧୩ରୁ ପୁଣି ବର୍ଷା ବଢ଼ିବା ନେଇ ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ବୁଧବାର କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର ଓ କୋରାପୁଟର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ ପବନ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳରେ ଘଡ଼ଘଡ଼ି ଓ ପବନ ଆଶଙ୍କା ରହିଛି ।

ଭାରତ ଉପରେ ୧୦% ଟାରିଫ ଘୋଷଣା କଲା ଆମେରିକା
ଭାରତ ଉପରେ ଅତିରିକ୍ତ ୧୦ ପ୍ରତିଶତ ଟାରିଫ ଘୋଷଣାକରିଛି ଯୁକ୍ତରାଷ୍ଟ୍ର ଆମେରିକା। ନୂଆ ବାଣିଜ୍ୟ ଚୁକ୍ତି ପାଇଁ ଦୁଇ ଦେଶ ପ୍ରସ୍ତୁତ ହେଉଥିବା ବେଳେ ବ୍ରିକ୍ସ ସମ୍ମିଳନୀକୁ ନେଇ ଏପରି ଧମକ ଦେଇଛନ୍ତି ଟ୍ରମ୍ପ। ସେକହିଛନ୍ତି ‘ ବ୍ରିକ୍ସ ଦେଶ ଡଲାରକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି। ଏହା ଡଲାର ବିରୋଧରେ ଏକ ଷଡ଼ଯନ୍ତ୍ର। ଆଉ ଏହାକୁ ସେ ବି ଖେଳିବା ଜାଣନ୍ତି। 

ହଜ ୨୦୨୬ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ
ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ ହଜ୍ କମିଟି, ମୁସଲମାନ ସମ୍ପ୍ରଦାୟ ପାଇଁ ପବିତ୍ର ତୀର୍ଥଯାତ୍ରା ହଜ ୨୦୨୬ ପାଇଁ ଆନୁଷ୍ଠାନିକ ଭାବରେ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଇଚ୍ଛୁକ ତୀର୍ଥଯାତ୍ରୀମାନେ ସରକାରୀ ହଜ ପୋର୍ଟାଲ https://hajcommittee.gov.in ମାଧ୍ୟମରେ କିମ୍ବା ଆଇଓଏ ଏବଂ ଆଣ୍ଡ୍ରଏଡ୍ ଉଭୟ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ “ହଜ ସୁବିଧା” ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ସେମାନଙ୍କର ଆବେଦନ ଦାଖଲ କରିପାରିବେ । ଅନ୍ଲାଇନ ଆବେଦନ ୱିଣ୍ଡୋ ୧୭ ଜୁଲାଇ ୨୦୨୫ରୁ ୩୧ ଜୁଲାଇ ୨୦୨୫ ରାତି ୧୧:୫୯ ପର୍ଯ୍ୟନ୍ତ ଖୋଲା ରହିବ ।

ଦଳାଚକଟା ଘଟଣାରେ ଆଜିଠୁ ସାକ୍ଷ୍ୟ ଗ୍ରହଣ
ପୁରୀରେ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଶରଧାବାଲିରେ ହୋଇଥିବା ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଆଜିଠାରୁ ସର୍ବସାଧାରଣଙ୍କ ଠାରୁ ସାକ୍ଷ୍ୟ ଓ ତଥ୍ୟ ସଂଗ୍ରହ କରାଯିବ। ସେଦିନ ଘଟଣାସ୍ଥଳରେ ଉପସ୍ଥିତ ଯେକେହିବି ବ୍ୟକ୍ତି ଉକ୍ତ ଘଟଣାର ପ୍ରଶାସନିକ ତଦନ୍ତ କରୁଥିବା ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ଭେଟି ସାକ୍ଷ୍ୟ ଦେଇପାରିବେ। ସେମାନଙ୍କ ପାଖରେ ଥିବା କୌଣସି ତଥ୍ୟ ଉପସ୍ଥାପନ କରିପାରିବେ। ଏଥିପାଇଁ ଜୁଲାଇ ୯ରେ ଅପରାହ୍ଣ ୩ଟା ପରଠାରୁ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନ ଆନେକ୍ସ ଏବଂ ଜୁଲାଇ ୧୦ରେ ଅପରାହ୍ଣ ୩ଟା ପରଠାରୁ ସ୍ୱତନ୍ତ୍ର ପ୍ରଦକ୍ଷଣ ଭବନ ପୁରୀ ଠାରେ ଶ୍ରୀମତୀ ଗର୍ଗଙ୍କୁ ସାକ୍ଷାତ କରି ତଥ୍ୟ ଦେଇପାରିବେ। 

ପୁଲୱାମା ଆକ୍ରମଣ ଉପରେ FATFର ବଡ଼ ଖୁଲାସା
ଜମ୍ମୁ କାଶ୍ମୀରର ପୁଲୱାମା ଆତଙ୍କବାଦୀ ଆକ୍ରମଣ ଏବଂ ଗୋରଖନାଥ ମନ୍ଦିରର ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ ସମ୍ପର୍କରେ FATFର ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଆତଙ୍କବାଦୀମାନେ ଏବେ ଅନଲାଇନ୍ ସପିଂ ୱେବସାଇଟ୍ ଏବଂ ଡିଜିଟାଲ୍ ମନି ଟ୍ରାନ୍ସଫର କିପରି ବ୍ୟବହାର କରୁଛନ୍ତି। ରିପୋର୍ଟରେ ଆଶ୍ଚର୍ଯ୍ୟଜନକ କଥା କୁହାଯାଇଛି ଯେ ଅଧିକାଂଶ ଦେଶ ପାଖରେ ଏହାର ମୁକାବିଲା ପାଇଁ କୌଣସି ଠୋସ୍ ଉପାୟ ନାହିଁ।

ହୀରାକୁଦର ଡ୍ୟାମର ୪ଟି ଗେଟ୍‌ ବନ୍ଦ ହେଲା
ବନ୍ଦ ହେଲା ହୀରାକୁଦର ଡ୍ୟାମ୍‌ର ୪ଟି ଗେଟ୍‌ । ଉପର ମୁଣ୍ଡରେ ବନ୍ୟାଜଳ କମିବାରୁ ୪ଟି ଗେଟ୍‌ କୁ ବନ୍ଦ କରିଦିଆଯାଇଛି । ଏବେ ୧୬ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ । ପୂର୍ବରୁ ହୀରାକୁଦ ଡ୍ୟାମର ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ପାଣି ନିଷ୍କାସିତ ହେଉଥିଲା । ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ବର୍ଷା ଲାଗି ରହିବା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ଆଶଙ୍କା ଦେଖାଦେଇଛି । ତେବେ ହୀରାକୁଦ ବନ୍ୟା ଜଳ ଛାଡିବା ପରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି ।

ଗ୍ରୀଡ଼କୋର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ସତ୍ୟପ୍ରିୟ ରଥ
ମଙ୍ଗଳବାର ଦିନ ଓଡ଼ିଶା ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀ ସତ୍ୟ ପ୍ରିୟ ରଥଙ୍କୁ GRIDCO (ଗ୍ରୀଡ୍ କର୍ପୋରେସନ୍ ଅଫ୍ ଓଡ଼ିଶା ଲିମିଟେଡ୍)ର ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି। ରଥ ବର୍ତ୍ତମାନ ଅର୍ଥ ବିଭାଗରେ ସରକାରଙ୍କ ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ରାଜ୍ୟ ଅର୍ଥ କମିଶନର ସଦସ୍ୟ ସଚିବର ଅତିରିକ୍ତ ଦାୟିତ୍ୱ ମଧ୍ୟ ବହନ କରୁଛନ୍ତି।

ଝାରସୁଗୁଡାରୁ ୪୪୪ ବାଂଲାଦେଶୀ ଚିହ୍ନଟ
ଗୃହ ମନ୍ତ୍ରଣାଳୟ (MHA) ନିର୍ଦ୍ଦେଶ କ୍ରମେ ଝାରସୁଗୁଡା ଜିଲ୍ଲାରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀ ନାଗରିକ ଏବଂ ରୋହିଙ୍ଗ୍ୟାମାନଙ୍କୁ ଚିହ୍ନଟ  କରିବା ନେଇ ଏକ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ମୋଟ ୪୪୪ ଜଣଙ୍କୁ ଅଟକ ରଖାଯାଇଛି। ବରିଷ୍ଠ ପୋଲିସ ଅଧିକାରୀମାନେ ମଙ୍ଗଳବାର ଦିନ ଏହି ସୂଚନା ଦେଇଛନ୍ତି।

;