Rath yatra 2025: ଶରଧାବାଲିରେ ଠେଲାପେଲ। ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଠେଲାପେଲା ଜୀବନ ହାରିଛନ୍ତି ୩ ଶ୍ରଦ୍ଧାଳୁ। ଆଜି ସକାଳୁ ଶରଧାବାଲିରେ ଘଟି ଯାଇଛି ଏଭଳି ଅଘଟଣ। ଆଉ ଏହି ଦଳା ଚକଟାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲ୍ ରେ ଭର୍ତ୍ତୀ କରାଯାଇଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।