Crime Video: ନାଳରୁ ନିଖୋଜ ଯୁବକର ଗଳିତ ମୃତ ଦେହ କୁ ଉଦ୍ଧାର କରିଛି ରାମଗିରି ପୋଲିସ । ମୃତ ଯୁବକ ଜଣକ ହେଲେ ରାମଗିରି ଥାନା କଡ଼ମାସିଂ ଗାଁର ରାମ ଚନ୍ଦ୍ର ନାୟକ । କଡ଼ମାସିଂ ଗାଁ ର ରାମଚନ୍ଦ୍ର ଗତ୨୨ ତାରିଖ ଠାରୁ ନିଖୋଜ ଥିଲେ । ଏସମ୍ପର୍କ ରେ ପରିବାର ପକ୍ଷରୁ ରାମଗିରି ଥାନାରେ ଅଭିଯୋଗ ଜଣାଇଥିଲେ। ବୁଧବାର ଦିନ ସ୍ଥାନୀୟ ଲୋକେ ନୂଆସାହି ନାଳରେ ରାମଚନ୍ଦ୍ରଙ୍କ ମୃତ ଶରୀର ଭାସୁଥିବା ଦେଖି ପୋଲିସ କୁ ଖବର ଦେଇଥିଲେ। ରାମଚନ୍ଦ୍ରଙ୍କର ଶରୀରରେ ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ବେଳେ ଏକ ବାଡି ଓ ପଥରରେ ବନ୍ଧା ଯାଇ ନାଳରେ ମୃତ ଶରୀର ପଡ଼ିଥିବା ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଜାରି ରଖିଛି।