Pritiranjan Gharai: ସୁକିନ୍ଦାର ଜଣେ ଯୁବକଙ୍କୁ ଉଠାଇ ନେବା ଓ ମାଡ଼ ମାରିବା ଅଭିଯୋଗରେ ତାତିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତା ପ୍ରୀତିରଞ୍ଜନ ଘଡାଇ। ଏପରିକି ସେ ପୋଲିସ କର୍ମଚାରୀଙ୍କୁ ଜବାବ ତଲବ କରୁଥିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ପ୍ରୀତିରଞ୍ଜନ ଘଡେଇ ଆହତ ଯୁବକଙ୍କୁ କିଏ ମାରିଛି ବୋଲି ପ୍ରଶ୍ନ କରୁଥିବାର ଦେଖିବାକୁ ମିଳିଛି। ସେହିପରି ନିକଟରେ ଉପସ୍ଥିତ ଥିବା କିଛି ପୋଲିସ କର୍ମଚାରୀଙ୍କୁ ମଧ୍ୟ କିଏ ଓ କାହିଁକି ମାରିଛି ବୋଲି ପ୍ରଶ୍ନ ପଚାରିବା ସହିତ ଜବାବ ତଲବ କରୁଥିବା ଦେଖିବାକୁ ମିଳିଛି।