Viral Video: ଅନେକ ସମୟରେ ସୁଟିଂ ସେଟ୍ ଭିଡିଓ ସାମ୍ନାକୁ ଆସିଥାଏ । ନିକଟରେ ବବି ମିଶ୍ର ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ଦେଖିବାକୁ ମିଳିଥିଲା କଳାକାରମାନେ ମଜା ମସ୍ତି କରୁଛନ୍ତି । ଭିଡିଓରେ ବବି ମିଶ୍ର ନିଜ ସହକଳାକାରଙ୍କୁ ଗୀତ ଗାଇ ଶୁଣାଉଛନ୍ତି । ସହକଳାକାରମାନେ ବବିଙ୍କୁ ପ୍ରଶଂସା କରୁଛନ୍ତି ।