ପ୍ରତି ଶନିବାର ଭଳି ଆଜି ବି ପୁରୀ ଗସ୍ତରେ ଆସି ସସ୍ତ୍ରୀକ ଶ୍ରୀଜୀୟୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କଲେ 5t ତଥା ନବୀନ ଓଡିଶା ଅଧ୍ଯକ୍ଷ ଭିକେ ପାଣ୍ଡିଆନ। ସକାଳ ପ୍ରାୟ ସାଢେ ୪ଟା ସମୟରେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରିଛନ୍ତି। ତାପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଟିକନିକ୍ ଅନୁଧ୍ୟାନ କରିବା ପରେ ୧୮ଟି ମଠର ପୁନରୁଦ୍ଧାର କାର୍ଯ୍ଯ,ସବୁଜ ଉଦ୍ଯାନ ସହ ପ୍ରକଳ୍ପର ଅଗ୍ରଗତି ଉପରେ ତଦାରଖ କରିଛନ୍ତି। ତାପରେ ଚୁଡଙ୍ଗସାହୀ ରାସ୍ତା ଚଉଡା କରଣ ସହ କାର୍ଯ୍ଯର ଅନୁଧ୍ୟାନ କରିଛନ୍ତି।