Kazakhstan Plane Crash:କାଜାଖିସ୍ତାନର ଅକ୍ଟୋ ସହର ନିକଟରେ ଘଟିଥିବା ବିମାନ ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ମୃତାହତ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ତଥାପି କିଛି ଲୋକ ବଞ୍ଚିଥିବା ନେଇ ପ୍ରାରମ୍ଭିକ ସୂଚନା ଦେଇଛି ମଧ୍ୟ ଏସିଆର ଜରୁରୀକାଳୀନ ମନ୍ତ୍ରଣାଳୟ। ଏହି ଦୁର୍ଘଟଣାର କିଛି ସମୟ ମଧ୍ୟରେ ଜରୁରୀକାଳୀନ ସେବା ଗୁଡିକ ସେଠାରେ ଉପଲବ୍ଧ କରାଇ ଦିଆଯାଇଥିବା ନେଇ ସୂଚନା ରହିଛି। ସେପଟେ ଏହି ଦୁର୍ଘଟଣାର ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି।