Viral Video: ଓଲିଉଡ ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀଙ୍କ ଏହି ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି । ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀଙ୍କ ଅଭିନିତ 'ଦିୱାନା' ସିନେମାର 'ମନେ ମନେ ତତେ ଭଲ ପାଏ କେତେ' ଗୀତରେ ରିଲ୍ସ କରିଛନ୍ତି ପ୍ରିୟଙ୍କା । ଏହି ଭିଡିଓଟିରେ ପ୍ରିୟଙ୍କାଙ୍କ ପ୍ରଶଂସକମାନେ ସକରାତ୍ମକ ପ୍ରତିକ୍ରିୟା ଦେଇଥିବା ଦେଖିବାକୁ ମିଳିଛି ।