Viral Video: ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତିଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଜଣେ ଯୁବକଙ୍କ ସହ ଶ୍ରୀଚରଣ ଏହି ରିଲ୍ସଟି ସୁଟ୍ କରିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ଓଡ଼ିଆ ନବବର୍ଷ ପାଳନ କରିବା ପାଇଁ ବାଙ୍ଗଲୋରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ବାଙ୍ଗଲୋରର ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ଏକ ହୋଟେଲରେ ରହିବା ସମୟରେ ଏହି ଭିଡିଓଟି ସୁଟିଂ କରାଯାଇଛି ।