Viral Video: ଓଲିଉଡ ଅଭିନେତା ସ୍ୱରାଜ ବାରିକ ନିଜ ଅଭିନୟ ମାଧ୍ୟମରେ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି । ଶିଶୁ କଳାକାରରୁ ନାୟକ ଭାବେ ସ୍ୱରାଜ ସଭିଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅତିଆର କରିଛନ୍ତି । ନିକଟରେ ବେଙ୍ଗଲୁର ବୁଲିବାକୁ ଯାଇଥିଲେ ସ୍ୱରାଜ । ସେଠାରୁ ସାଙ୍ଗମାନଙ୍କ ସହ ଓଟି ବୁଲିବାକୁ ଯାଇଥିଲେ । ଅନୁଭବଙ୍କ ଅଭିନିତ ଗୀତ 'ଝିଅ ନୁହେଁ ତୁ ଅପସରୀ' ରେ ଖୁବ ସୁନ୍ଦର ରିଲ୍ସଟିଏ ପ୍ରସ୍ତୁତ କରିଛନ୍ତି ।