Shivratri 2025: ଆଖଣ୍ଡଳମଣୀ ପୀଠରେ ବୃଷଭଙ୍କ ତାଣ୍ଡବ, ଭକ୍ତ ଗୁରୁତର ପବିତ୍ର ଶିବରାତ୍ରୀ ଅବସରରେ ଆଜି ଭଦ୍ରକସ୍ଥିତ ଆରଡି ପୀଠରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶିବରାତ୍ରୀ ଉପଲକ୍ଷେ ଆଜି ଆରଡୀ ପୀଠରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା। ଏହି ସମୟରେ ଏକ ଷଣ୍ଢ ଭକ୍ତଙ୍କ ଗହଳି ମଧ୍ୟ ପଶିଆସିଥିଲା। ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଛନକା ପଶିଯାଇଥିବାର ଦେଖିବାକୁ ମିଳିଥିଲା। ତେବେ ମିଳିଥିବା ସୂଚନା ଅନୁଯାୟୀ ଷଣ୍ଢ ଆକ୍ରମଣରେ କିଛି ଭକ୍ତ ସାମାନ୍ୟ ଆହତ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି।