Advertisement

Soumya Ranjan Patnaik 

alt
ନାମାଙ୍କନ ଦାଖଲ ର ଶେଷ ଦିନରେ ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ସୌମ୍ୟ ସକାଳୁ ଘଟଗାଁ ରେ ମା ତାରିଣୀ ଙ୍କୁ ଦର୍ଶନ କରି ଘସିପୁରା ନିର୍ବାଚନ ମଣ୍ଡଳୀ ର ଜର୍ଦା ଠାରୁ ହଜାର ହଜାର ସମର୍ଥକ ଙ୍କୁ ସାଙ୍ଗରେ ଧରି ଶାଳପଡା ର ଇନ୍ଦିରା ଗାନ୍ଧୀ ପଡିଆ ରେ ଏକ ବୈଠକ ର ଆୟୋଜନ କରିଥିଲେ। ବୈଠକ ପରେ ପୁନର୍ବାର ସମର୍ଥକ ଙ୍କୁ ସାଙ୍ଗରେ ନେଇ ଆନନ୍ଦପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ପ୍ରାର୍ଥୀ ପତ୍ର ଦାଖଲ ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଦ୍ରି ନିକଟରୁ ନିର୍ବାଚନ ବୈତରଣୀ ପାର ହେବାକୁ ଆଶୀର୍ବାଦ ନେଇଥିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ।
May 7,2024, 17:26 PM IST

Trending news

;