Crime News: ପୁଣି ଚର୍ଚ୍ଚାରେ ବାଲେଶ୍ବର,ସାତ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ସମ୍ପର୍କିୟ ଜେଜେବାପା। ଅଭିଯୁକ୍ତ ଜେଜେବାପା ଥାନାରେ ଅଟକ। ଏମିତି ଲଜ୍ୟା କର ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବସ୍ତା ଅଧୀନ ଅମର୍ଦ୍ଦାରୋଡ଼ ଫାଣ୍ଡି ହଦମଉଦ ଗ୍ରାମରେ,ଅଭିଯୁକ୍ତ ଜଣକ ସେହି ଗ୍ରାମର କରୁଣାକର ବେହେରା। ସୂଚନା ଅନୁସାରେ ଗତ ରବିବାର ଦିନ ଉକ୍ତ ନାବାଳିକା ଜଣକ ପୋଡ଼ଶୀଙ୍କ ଘରକୁ ଯିବା ସମୟରେ କରୁଣାକର ତାଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଘରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା,ଝିଅର ଚିତ୍କାର ଶୁଣି ପଡୋଶୀ ପିଉସୀ ଆସି କାମାନ୍ଧ ଜେଜେବାପା ଙ୍କ ଠାରୁ କଲେ ଉଦ୍ଧାର,ବାପା ଓ ମାଆ ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ନାବାଳିକା ଜଣକ କାନ୍ଦି କାନ୍ଦି ସମସ୍ତ କଥା କହିଥିଲା,ପରିବାର ଲୋକେ ମଙ୍ଗଳବାର ଏ ସମ୍ପର୍କରେ ଅମର୍ଦ୍ଦାରୋଡ଼ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ଫାଣ୍ଡି ଅଧିକାରୀ ବିଜୟ କୁମାର ବାରିକ ଅଭିଯୁକ୍ତ ଜଣକୁ ଘରୁ ଉଠାଇ ଆଣି ଫାଣ୍ଡିରେ ଅଟକ ରଖିଛନ୍ତି ।