Video: ସୋସିଆଲ ମିଡିଆରେ ରୋଷେଇ ଘରର ଭିଡିଓ ସେୟାର କରିଛନ୍ତି ଆପଣଙ୍କ ପ୍ରିୟ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଭିଡିଓରେ ଦେଖିବାକୁ ମିଳିଛି ବର୍ଷା ନିଜେ ଚିକେନ୍ କଷା ତିଆରି କରୁଛନ୍ତି । ଏଥିସହ ପାଖରେ ଅନ୍ୟାନ୍ୟ ବ୍ୟଞ୍ଜନ ମଧ୍ୟ ରହିଛି । ରୋଷେଇ ଶେଷ ପରେ ବର୍ଷାଙ୍କ ସାଥୀମାନେ ମହା ଆନନ୍ଦରେ ଏହାକୁ ଖାଉଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହେବାରେ ଲାଗିଛି ।