Viral Video: ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କ ପିଛା ଛାଡୁନି ବିବାଦ । ସୂର୍ଯ୍ୟ ମନ୍ଦିରରେ ଅଭିନୟ ଜାରି ରହିଥିବା ସମୟରେ ଯାତ୍ରା ସିଂହବାହିନୀ ସହ ଚୁକ୍ତି କରିଥିଲେ ପୀୟୂଷ । ଏକ ଘରୋଇ ଟିଭି ଚ୍ୟାନେଲରେ ବିବାଦର ସମାଧାନ ହେବା ପରେ ପୀୟୂଷଙ୍କ ନାମରେ ସୂର୍ଯ୍ୟମନ୍ଦିର ମାଲିକ ମଧ୍ୟ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ପୀୟୁଷ ଆସନ୍ତା ଯାତ୍ରା ଋତୁରେ ମୋ ସହ ରହିବେ ବୋଲି ଚୁକ୍ତି କରିଛନ୍ତି । ଏହାରି ମଧ୍ୟରେ ପୀୟୂଷଙ୍କ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏକ ସ୍ଥାନକୁ ପୀୟୂଷ ଯାଇଥିବା ସମୟରେ ଫ୍ୟାନ୍ସମାନେ ତାଙ୍କୁ ଦେଖା କରିବା ସହ ଫଟୋ ଉଠାଇବାକୁ ଭିଡ ଲଗାଇଥିଲେ ।