Jatra Actress Kaberi Padhi: ଯାତ୍ରା ଜଗତର ଦୁଇ ଚର୍ଚ୍ଚିତ ଚେହେରା କାବେରୀ ପାଢୀଙ୍କ ସହ ଟାହିଆଙ୍କ ଗୋଟିଏ ପରେ ଆଉଗୋଟେ ରିଲ୍ସ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଉଭୟେ ଯାତ୍ରା ମଉଡମଣୀ ଶିବାନୀ ଗଣନାଟ୍ୟରେ ଅଭିନୟ କରୁଛନ୍ତି । ନାଟକରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିବାରେ ସକ୍ଷମ ହୋଇଥିବା ଏହି ଦୁଇ କଳାକାର ବ୍ୟକ୍ତିଗତ ଜୀବନରେ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କ ସହ ଯୋଡି ହୋଇ ରହିବାକୁ ଉଭୟେ ପସନ୍ଦ କରନ୍ତି ।